ରସ ସିଦ୍ଧି
ଦେଖଣା
ରସ ସିଦ୍ଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍)
[ସମ୍ପାଦନା]- ୧. ଦ୍ରବ୍ୟଗୁଣ ବିଷୟକ ରାସାୟନିକ ଶାସ୍ତ୍ରାଦିରେ ବିଶେଷ ପ୍ରତିପତ୍ତି ବା ଜ୍ଞାନ —୧. Special or expert knowledge in alchemy or chemistry.
- ୨. ଭେଷଜାଦିରୁ ରୋଗନାଶକ ରସାୟନ ପ୍ରସ୍ତୁତ କରଣରେ ପାରଦର୍ଶିତା —୨. Expert knowledge in the science of preparing excellent medicines from various ingredients.
- ୩. ଗୁପ୍ତ ଶାସ୍ତ୍ର ଓ ଐନ୍ଦ୍ରଜାଲିକ ଆଚାର ବିଶେଷର ଅନୁଷ୍ଠାନଦ୍ୱାରା ବା ରାସାୟନିକ ପ୍ରକ୍ରିୟା ବଳରେ ଲବ୍ଧ ପାରଦ ସମ୍ୱନ୍ଧେ ବିଶେଷ ଜ୍ଞାନ, ଯାହା ଜ୍ଞାତ ହେଲେ ଅଧିକାରୀ ସୁଖ ସ୍ୱାସ୍ଥ୍ୟ ଧନାଦି ଓ ଦୀର୍ଘଜୀବନ ଓ ଶକ୍ତିଲାଭ କରେ — ୩. Attainment of mastery over the science of changing mercury into a most potent preparation by the performance of chemical and mystical operations.
[ଦ୍ରଷ୍ଟବ୍ୟ —ଯେଉଁ ବିଦ୍ୟାବଳରେ 'ରସାୟନ' ପ୍ରସ୍ତୁତ କରଣରେ ଜ୍ଞାନଲାଭ ହୁଏ ସେହି ବିଦ୍ୟାକୁ ରସାୟନ ବୋଲାଯାଏ ଓ ତନ୍ତ୍ର ଶାସ୍ତ୍ରରେ ସେହି ବିଦ୍ୟାକୁ 'ରସସିଦ୍ଧି' ନାମ ଦିଆ ଯାଇଅଛି ଯେଉଁ ବ୍ୟକ୍ତି ଉକ୍ତ ବିଦ୍ୟାରେ ପାରଙ୍ଗମ ତାଙ୍କୁ 'ରସସିଦ୍ଧ' ବା 'ରସସିଦ୍ଧିପ୍ରଦାୟକ' ନାମ ଦିଆ ଯାଇଅଛି]