ରା
ଦେଖଣା
ରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରା. ଧାତୁ+ଭାବ. କ୍ୱିପ୍)
[ସମ୍ପାଦନା]- ୧. ଦାନ —୧. Gift; giving.
- ୨. ଗ୍ରହଣ —୨. Act of receiving or taking.
- ୩. ବିଭ୍ରମ; ହାବଭାବ — ୩. Outward signs proceeding from love, passion or other sentiment.
- ୪. ଭ୍ରାନ୍ତି; ଭୁଲ —୪. Error; mistake.
- ୫. ଧନ —୫. Wealth; riches.
- ୬. ସ୍ୱର୍ଗ —୬. Heaven.
- ୭. କାଞ୍ଚନ —୭. Gold.
- ୮. ରବ; ଶବ୍ଦ; ଧ୍ୱନି — ୮. Sound; tone; voice.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ରାବ) ସଙ୍ଗୀତର ତାନ ବା ଅବଲୟ ବିଶେଷ, ସଙ୍ଗୀତ ବୋଲିବା ପୂର୍ବରୁ ବାଦ୍ୟଯନ୍ତ୍ରର ସ୍ୱରସଙ୍ଗେ ଆପଣାର କଣ୍ଠସ୍ୱର ମିଳାଇବାପାଇଁ ଗାୟକମାନେ ଯେଉଁ ସ୍ୱର ଧରନ୍ତି —୧. A sound uttered by musicians while trying their tune with the tune of the musical instrument.
- ୨. (ଶ୍ରେଷ୍ଠତାବୋଧକ ରାଜନ୍ ଶବ୍ଦର ଅପଭ୍ରଂଶ 'ରାୟ' ବା 'ରୋଏ'ର ସଂକ୍ଷେପ) ପଦ ବା ଉପାଧି ଶେଷରେ ଲାଗିବା 'ରାୟ' ଶବ୍ଦର ସଂକ୍ଷେପ ଆକାର —
୨. Abbreviation in pronouncing the sound 'Rāya' affixed to titles given by Rajas.
(ଯଥା—ଉଦ୍ଦଣ୍ଡରା, ବଳବନ୍ତରା, ରାଉତରା, ସାମନ୍ତରା, ସାଆନ୍ତରା, ସଂଗୀତରା, ପଣ୍ଡିତରା ଇତ୍ୟାଦି)
ଅନୁବାଦ
[ସମ୍ପାଦନା]- ୩. (ସଂସ୍କୃତ - ରାବ) ପିଲାମାନେ କାନ୍ଦିବାବେଳେ କରିବା ବହୁକାଳବ୍ୟାପୀ ଦୀର୍ଘ ଶବ୍ଦ ବା ରାବ; ରାହା — ୩. A prolonged sound made at one bteath at the end of crying by infants.
(ଯଥା—ସେ ପିଲାଟା ଅନେକବେଳୁଁ 'ରା' ଧରି କନ୍ଦୂଛି)
ଅନୁବାଦ
[ସମ୍ପାଦନା]ରା
|
- ୪. କଂସା ବା ବାସନ ଆଦିରେ ଆଘାତ କଲେ ତହିଁରୁ ଜାତ ହେବା ବହୁକାଳସ୍ଥାୟୀ ଶବ୍ଦ —୪. A tune contined for a long time (e.g. When a metal utensil is struck with another metal); intonation; a prolonged tune.
ଅନୁବାଦ
[ସମ୍ପାଦନା]- ୫. ଯିଗର; ଯିଦି —୫. Zid; importunity.
[ଉ—ମହାନ୍ତିଏ ବଡ଼ ସତ୍ୟବନ୍ତ ଲୋକ ଏକରା ଧରିଛନ୍ତି ଫକୀରମୋହନ ଗଳ୍ପସ୍ୱଳ୍ପ]
- ୬. (ସଂସ୍କୃତ - ରାବ)— ଡୁଡୁ ଖେଳରେ ଖେଳାଳି ଏକ ନିଶ୍ୱାସରେ ବିପକ୍ଷପଳର ସୀମା ମଧ୍ୟକୁ ଯାଇ ଏକ ସ୍ୱରରେ କରିବା ଧ୍ୱନି —୬. An utterance made at one breaṭh by Ḍuḍu players inside the adversary;s limits.
- ୭. (ଶବରୀ ଭାଷା. ରା=ସୁଖ) ଯେ ସୁଖପାଏ ବା ସ୍ନେହ କରେ; ଯାହାକୁ ସ୍ନେହ କରାଯାଏ —୭. Loving;loved.
[ଉ—କୋଇଲିଲୋ ! ପୋଇଲିଲୋ ! ତୋ ମାଆ ତୋତେ ରା, ହାଣ୍ଡି କୁଣ୍ଢେଇରେ ମଣ୍ଡା ପୂରେଇ ଭାଡ଼ି ତଳେ ତଳେ ଯାଆ ଶିଶୁରଞ୍ଜନ ଗୀତ]
- ୮. (ଧ୍ୱନ୍ୟନୁ— କରଣ) କୁଆମାନଙ୍କ ଏକାଧିକ ଥର ବୋବାଇବାର ଶବ୍ଦ; ରାଉ ରାଉ —୮. Croaking or crowing sound of crows.
ଅନୁବାଦ
[ସମ୍ପାଦନା]ବୈଦେଶିକ - (ଫାରାସୀ - ରାଏ)
[ସମ୍ପାଦନା]- ୧. ରାୟ; ରାଏ; ମତ, ମନ୍ତବ୍ୟ; ନିଷ୍ପତ୍ତି —୧. Decision; judgment.
ଅନୁବାଦ
[ସମ୍ପାଦନା]- ୨. (ଫାରାସୀ - ରାହା=ପଥ) ବାଟ; ରାସ୍ତା; ପଥ —୨. Way; road.
- ୩. ସ୍ଥାନ; ଜାଗା —୩. Place;space.
(ଯଥା—ସେଠାରେ ବସିବାକୁ ଟିକିଏ 'ରା' ନାହିଁ)
- ୪. (ଲକ୍ଷଣାର୍ଥ) ସ୍ୱତନ୍ତ୍ର ବନ୍ଦୋବସ୍ତ; ରାହା — ୪. (figurative) Separate or individual arrangement.
[ଯଥା—ମୁଁ ଆଜିଯାକେ ତତେ ପୋଷିଲି ଏଣିକି ତୋ 'ରା' ତୁ କର]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ଓବିଶେଷଣ -
[ସମ୍ପାଦନା]ରାଆ (ଦେଖ) - —Rā-ā (See).