ରାଇ ଦାମୋଦର
ରାଇ ଦାମୋଦର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - (ସଂ ରାଧା ଦାମୋଦର)
[ସମ୍ପାଦନା]- ୧. ରାଧା ଦାମୋଦର; ରାଧାକୃଷ୍ଣ; ବିଷ୍ଣୁଙ୍କର ଯୁଗଲରୂପ —୧. Rādhā and Srīkṛushṇa the Deities Bishṇu and Rādhā combined.
[ଦ୍ରଷ୍ଟବ୍ୟ —ପଦ୍ମପୁରାଣରେ ବିଷ୍ଣଙ୍କର 'ରାଧା— ଦାମୋଦର' ନାମକ ଯୁଗଳ ରୂପଙ୍କ ପୂଜାବିଧି କାର୍ତ୍ତିକ ମାସରେ ହେବା ବିଷୟ ବର୍ଣ୍ଣିତ ହୋଇଅଛି]
- ୨. କାର୍ତ୍ତିକ ବ୍ରତ; କାର୍ତ୍ତିକ ମାସରେ ବିଧବାମାନଙ୍କ ଅନୁଷ୍ଠିତ ରାଧା— ଦାମୋଦର ବ୍ରତ —୨. The religious observances performed (by widows) in the month of Kārttika.
[ଦ୍ରଷ୍ଟବ୍ୟ —ଏହି କାର୍ତ୍ତିକ— ବ୍ରତକୁ 'ରାଇଦାମୋଦର' ବା 'ରାଇଦାମୋଦର ପୂଜା' ବୋଲାଯାଏ ଏହି ରାଧାଦାମୋଦର ପୂଜା ଓ ମନ୍ତ୍ର ପଦ୍ମପୁରାଣରେ ବର୍ଣ୍ଣିତ ହୋଇଅଛି କୁମାରପୂର୍ଣ୍ଣିମା ପରଦିନ— ଠାରୁ କାର୍ତ୍ତିକପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି କାର୍ତ୍ତିକ ବ୍ରତ ବା ଊର୍ଜ୍ଜବ୍ରତ କରାଯାଏ ଏଥିରେ ପ୍ରାତଃସ୍ନାନ, ଦିନାନ୍ତେ ହବିଷ୍ୟାନ୍ନ ଭୋଜନ, ସନ୍ଧ୍ୟାସମୟରେ ତୁଳସୀ ଚଉରା ନିକଟରେ ଦୀପଦାନ ଓ ରାଧାଦାମୋଦର ମନ୍ତ୍ର ଜପ ପ୍ରଧାନ କର୍ତ୍ତବ୍ୟ ବିଧବାମାନେ ତୁଳସୀଚଉରାମୂଳ ସକାଳୁ ଲିପି ସେଠାରେ ପଞ୍ଚୁବର୍ଣ୍ଣୀ ମୁରୁଜରେ ରାଧାକୃଷ୍ଣାଦିଙ୍କରୂପ ଅଙ୍କିତ କରି ପୂର୍ବଦିଗକୁ ମୁହଁ କରି ନୈବେଦ୍ୟାଦି ଭୋଗ କରନ୍ତି ଓ ମାଳା ଜପ କରନ୍ତି ବିଧବାମାନଙ୍କର ଏହି ତୁଳସୀ ଚଉରା ମୂଳର ପୂଜାଆଦିକୁ 'ରାଇଦାମୋଦର ପୂଜା' ବୋଲାଯାଏ ଏହି ସମୟରେ କାପତା—କାପତୀ (କପୋତ କପୋତୀ ଦ୍ୱନ୍ଦ୍ୱ)ଙ୍କୁ ମଧ୍ୟ ନୈବେଦ୍ୟ (ଭୋଗ) ଦିଆଯାଏ ଏହି ନୈବେଦ୍ୟାଦିକୁ ବ୍ରାହ୍ମଣମାନେ ଉତ୍ସର୍ଗ ନ କରି ବିଧବା ବ୍ରତିନୀମନେ ଉତ୍ସର୍ଗ କରନ୍ତି ରାଇଦାମୋଦର ବିଷୟରେ ପ୍ରଚଳିତ ଢଗ ===
ପୁଅଙ୍କୁ ସୁନ୍ଦର ପାଟ ପୀତାମ୍ୱର, ଝିଅଙ୍କୁ ସୁନ୍ଦର ନେତ, ବୁଢ଼ୀଙ୍କୁ ସୁନ୍ଦର ରାଇଦାମୋଦର, ବୁଢ଼ାଙ୍କୁ ସୁନ୍ଦର ଶୀତ]