Jump to content

ରାଜ

ଉଇକିଅଭିଧାନ‌ରୁ

ରାଜ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ସଂସ୍କୃତ - ରାଜନ୍ ଶବ୍ଦ ସମାସରେ 'ରାଜ' ହୋଇଯାଏ:) ଏହା ସ୍ୱତନ୍ତ୍ର ସଂସ୍କୃତ ଶବ୍ଦ ନୁହେଁ) ===

୧. (ବହୁ ମଧ୍ୟରେ) ଶ୍ରେଷ୍ଠ; ପ୍ରଧାନ —୧. Chief; eminent (amongst many).

ଯଥା—ଋତୁରାଜ; ପଶୁରାଜ) ===

୨. (ଅନ୍ୟ ଶବ୍ଦ ପୂର୍ବରେ ଯୁକ୍ତ ହୁଏ) ରାଜକୀୟ —୨ Kingly; royal.

[ଯଥା—ରାଜମହିଷୀ;ରାଜବଂଶ, ରାଜପୁର) ===

ବିଶେଷ୍ୟ -

[ସମ୍ପାଦନା]
୧. ରାଜ୍ୟ—ଶାସକ —୧. Ruler.

[ଯଥା—ବଙ୍ଗରାଜ;ଅଙ୍ଗରାଜ]

୨. (ଅନ୍ୟ ଶବ୍ଦ ପରେ ଯୁକ୍ତ ହୁଏ)—ରାଜା — ୨. King.

[ଯଥା—ଯୁବରାଜ]

ଦେଶଜ - ବିଣ—(ଅନ୍ୟ ଶବ୍ଦ ପୂର୍ବେ ବ୍ୟବହୃତ)

[ସମ୍ପାଦନା]

ଶ୍ରେଷ୍ଠ —Excellent.

[ଯଥା—ରାଜ ବଣି]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଗୃହରଞ୍ଜକ) ସ୍ଥପତି; କୋଠାଆଦି ତିଆରି କରିବା କାରିଗର; ମିସ୍ତ୍ରୀ —୧. Architect; mason.
୨. (ସଂସ୍କୃତ - ରାଜ୍ୟ) ରାଜ୍ୟ —୨. Kingdom.
୩. (ସଂସ୍କୃତ - ରାଜତ୍ୱ);ରାଜତ୍ୱ; ରାଜଗୀ —୩. Rule;regime.
୪. (ସଂସ୍କୃତ - ରାଜପୁର) ରାଜଧାନୀ; ରାଜପୁର; ନଗର — ୪. Capital.
୫. ରାଜଦରବାର —୫. The court of a king.

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ପୁରୀ— ଜିଲ୍ଲାର ବ୍ରାହ୍ମଣ ଶାସନର ଦାନାଧ୍ୟକ୍ଷଙ୍କର କେତେକ ବିଶିଷ୍ଟ ଅଧିକାର —Some privileges enjoyed by the original grantee of a Brahmin village of Puri.