Jump to content

ରାଜମିସ୍ତ୍ରୀ

ଉଇକିଅଭିଧାନ‌ରୁ

ରାଜମିସ୍ତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ରଞ୍ଜକ+ସ୍ପେନ୍ଦେଶୀୟ ଭାଷା—ମେସ୍ତର୍—

ସ୍ଥପତି; ବାସ୍ତୁଶିଳ୍ପୀ; କୋଠାକାମ କରିବା କାରିଗର —Architect; mason.

[ଦ୍ରଷ୍ଟବ୍ୟ — ରାଜମିସ୍ତ୍ରୀମାନେ କାମ କରିବା ଉପଲକ୍ଷରେ ବ୍ୟବହାର କରିବା ଯନ୍ତ୍ରମାନଙ୍କ ନାମ ===

କରଣୀ— (Trowel) ଚୂନଆଦି କାନ୍ଥରେ ବୋଳିବା ଓ କାନ୍ଥଆଦି ମାଠିବାପାଇଁ ଲୁହାର ପତ୍ରାକୃତି ଯନ୍ତ୍ର; ଏଥିରେ କାଠର ବେଣ୍ଟ ଲାଗିଥାଏ

ନହଲା—ଛୋଟ କରଣୀ (Small trowel)

ଓଳମ—ଶେଷ ଭାଗରେ ନଟୁ ଓହଳି ଥିବା ଯେଉଁ ସୂତା—ଦ୍ୱାରା କାନ୍ଥ ସିଧା ଥିବା ପରୀକ୍ଷା କରାଯାଏ (plumb line)

ଏହାର ୩ଟି ଅଂଶ ଯଥା—ଓଳମ ସୂତା, ଖାରମା ବା ଖାଡ଼ମା, ନଟୁ ବା ଓଳମ ନଟୁ

ତଗରା—କାମ କଲାବେଳେ ଯେଉଁ ପାତ୍ରରେ ଚୂନ ଓ ମସଲା ଆଦି ମିସ୍ତ୍ରୀଙ୍କ ପାଖରେ ରଖାଯାଇ ଥାଏ

ଓଶା—କାଠର କଚ୍ଛପାକାର କରଣୀ (wooden trowel).

ଗଜପଟା, ପଟା ଗଜ—ଯେଉଁ ଯଷ୍ଟି ଆକୃତିର କାଠଖଣ୍ଡଦ୍ୱାରା ଚୂନ ବୋଳା ହୋଇଥିବା ସ୍ଥାନକୁ ସମତଳ କରାଯାଏ

ପିଞ୍ଚ—କୁଟା ଆଦିରେ ବନ୍ଧା ହୋଇଥିବା ପୃଚ୍ଛାକାର କୁରୁସ୍ ଏହାକୁ ପାଣି ହାଣ୍ଡିରେ ବୁଡ଼ାଇ ଚୂନ ବୋଳା ହୋଇଥିବା କାନ୍ଥରେ ଛଟା ଯାଏ

ଡ଼ଙ୍ଗା, ଡ଼ଙ୍ଗା ମଟାମ—ଗୋଟିଏ ତ୍ରିକୋଣାକାର କାଠର ଯନ୍ତ୍ର; ଏହାର ବାହୁଦ୍ୱୟକୁ କାନ୍ଥ ବା ଭୂମି ଉପରେ ଥୋଇ ତ୍ରିଭୃଜର ମୁଣ୍ଡଠାରୁ ଗୋଟିଏ ଓଳମସୂତା ତଳକୁ ଓହଳାଇ ଦେଇ ଜମିର ବା କାନ୍ଥର ସମତଳତା ସ୍ଥିର କରାଯାଏ

ପାରା ମଟାମ—ପାରା ଭର୍ତ୍ତି ହୋଇଥିବା ନଳି ଏହାକୁ କୌଣସି ସ୍ଥାନରେ ଥୋଇଲେ ସେ ସ୍ଥାନ ସମତଳ ଅଛି କି ନାଁ, ଜଣା ପଡ଼େ (Mercury level).]