ରାଜୁ

ଉଇକିଅଭିଧାନ‌ରୁ

ରାଜୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ହିନ୍ଦୁ କ୍ଷତ୍ରିୟ ଜାତି ବିଶେଷ — ୧. A Hindu Kshatriya caste inhabiting Midnapur, Balasore and other parts of Utkal.

[ଦ୍ରଷ୍ଟବ୍ୟ —ରାଜୁ—ହିନ୍ଦୁ କ୍ଷତ୍ରିୟ ଜାତିବିଶେଷ ବାଲେଶ୍ୱର ଜିଲ୍ଲାର ଉତ୍ତାରାଞ୍ଚଳ, ମେଦିନୀପୁରର ଦକ୍ଷିଣାଞ୍ଚଳ, ଚବିଶ ପ୍ରଗଣା, ସିଂହଭୂମ୍, ଜିଲ୍ଲା ଓ ମାନ୍ଦ୍ରାଜ୍ ପ୍ରଦେଶର ଉତ୍ତର ସୀମାରେ ଏହି ଜାତୀୟ ଲୋକମାନଙ୍କ ବସତି ଦୃଷ୍ଟିଗୋଚର ହୁଏ ମାନ୍ଦ୍ରାଜର ରାଜୁମାନେ ଅବଧି ଆନ୍ଧ୍ର ବା ଆନ୍ଧ୍ର—କ୍ଷତ୍ରିୟ ବୋଲି ପରିଚିତ ଏମାନେ ଚୋହନ ଓ ଚୋଳ ବଂଶୀୟ ରାଜପୁତମାନଙ୍କ ବଂଶଧର କାଳକ୍ରମେ ଏମାନେ ଯୁଦ୍ଧ ବ୍ୟବସାୟ ତ୍ୟାଗ କରି କୃଷି ବ୍ୟବସାୟ ଅବଲମ୍ୱନ କରିଅଛନ୍ତି ଏମାନଙ୍କର ସନ୍ତକ, ଶ୍ରୀ, କଟାରି ଇତ୍ୟାଦି ଏହି ଶ୍ରୀ ଏବଂ କଟାରି ଅର୍ଥାତ୍ ଖଣ୍ଡା ସନ୍ତକରୁ ବୁଝାଯାଏ ଯେ, ଏମାନେ ଏକ ସମୟରେ ଧନଶାଳୀ ଏବଂ ଯୋଦ୍ଧା ଥିଲେ ଏମାନଙ୍କର ବଂଶାନୁଗତ ସାଂଜ୍ଞା (ବଂଶୋପାଧି) ମଧ୍ୟରୁ ଅଧିକାଂଶ କ୍ଷତ୍ରିୟ ବାଚକ ବା ସୈନିକ ବିଭାଗୀୟ ବୋଲି ଅନୁମତି ହୁଏ ଏମାନଙ୍କର ସାଂଜ୍ଞା ===

ମହାପାତ୍ର, ପାତ୍ର, ସେନାପତି, ଗିରି, ବିଶ୍ୱାଳ, ଚୌହାନ, ବ୍ରହ୍ମ, ବର୍ମା, ଦତ୍ତ, ସୁର, ଚଣ୍ଡ, ସାହୁ, ପ୍ରଧାନ, ଭଞ୍ଜ ଭଦ, କର, ଦେ, ଘୋଷ, ଶେଣ, ଆଇଚ, ଦଣ୍ଡପାଟ, ଇତ୍ୟାଦି

ଏମାନଙ୍କ ରୀତିନୀତି ଓ ଆଚାର ବ୍ୟବାହାର କ୍ଷତ୍ରିୟଙ୍କ ପରି, କିନ୍ତୁ କାଳକ୍ରମେ ଏମାନେ କୃଷି କାର୍ଯ୍ୟକୁ ଜୀବିକା କରିବାରୁ ଅନେକେ ଉପବୀତ ତ୍ୟାଗ କରିଅଛନ୍ତି ବର୍ତ୍ତମାନ ସୁଦ୍ଧା କେତେକଙ୍କ ମଧ୍ୟରେ ବୈଦିକ ନିୟମରେ ଉପବୀତ ଧାରଣର ପ୍ରଥା ଅଛି ଯେଉଁମାନେ କୃଷିକୁ ଜୀବିକା କରି ଅଛନ୍ତି ସେମାନଙ୍କ ସହିତ ଉପବୀତଧାରୀଙ୍କର ବିବାହାଦି ଚଳେ ଏମାନେ ପିତୃପୁରୁଷମାନଙ୍କୁ ପଣା ସଂକ୍ରାନ୍ତି ଦିନ ଛତୁ ପିଣ୍ଡ ଓ ଶ୍ରାଦ୍ଧାଦିରେ ଅନ୍ନ ପିଣ୍ଡ ଦିଅନ୍ତି ଏବଂ ଖଣ୍ଡାୟତମାନଙ୍କର ଯେଉଁ ବ୍ରାହ୍ମଣମାନେ ପୌରୋହିତ ଅଟନ୍ତି ଏମାନଙ୍କ ମଧ୍ୟରେ ଅନେକ ପଦସ୍ଥ, ବିଦ୍ୱାନ୍ ଓ ଧନବାନ୍ ବ୍ୟକ୍ତି ଅଟନ୍ତି

ଏମାନେ ଓଡ଼ିଶାର ଆଦିମବାସୀ ନୁହନ୍ତି ବୋଲି ମନେ ହୁଏ; କାରଣ ତାହା ହୋଇଥିଲେ ଓଡ଼ିଶାରେ ସର୍ବତ୍ର ଏମାନଙ୍କର ବସତି ଥାଆନ୍ତା ଏମାନେ ଓଡ଼ିଶାକୁ ଯେ ବହୁଶତ ବର୍ଷ ପୂର୍ବରୁ ଆସିଲେଣି, ଏଥିରେ ସନ୍ଦେହ ନାହିଁ ବର୍ତ୍ତମାନ ଏମାନେ ଓଡ଼ିଆ ବୋଲି ପରିଗଣିତ ହେଉ ଅଛନ୍ତି ଏମାନେ ଓଡ଼ିଶାର ସୀମାନ୍ତ ପ୍ରଦେଶର ବହୁଳ ସୀମାନ୍ତ ରକ୍ଷୀରୂପେ ତଦାନୀନ୍ତନ ରାଜାମାନଙ୍କଦ୍ୱାରା ନିଯୁକ୍ତ ହୋଇଥିଲେ ଏବଂ ଯେଉଁଠାରେ ଏମାନଙ୍କର ବସତି ଅଧିକ ସେହିଠାରେ ମଧ୍ୟ ପୁରାତନ ଦୁର୍ଗର ଭଗ୍ନାବଶେଷ ଦେଖା— ଯାଏ ରାଇବଣିଆ, କାନ୍ଥି, ଫୁଲବଣି, ଦୂର୍ଗମାନ ପୂର୍ବେ ଏମାନଙ୍କର ଅଧିକାରରେ ଥିଲା ବୋଲି ପ୍ରମାଣ ମିଳେ ଓ ଉକ୍ତ ଗଡ଼ମାନଙ୍କ ଚତୁଷ୍ପାର୍ଶ୍ୱରେ ବହୁ ରାଜୁ ପରିବାରଙ୍କ ବସତି ଅଛି ରାଜପୁତନାର (ରାଜସ୍ଥାନର) ବଂଶ ପରମ୍ପରା ପ୍ରଥା ଅନୁସାରେ ଏମାନଙ୍କ ମଧ୍ୟରେ ଦକ୍ଷିଣ ଶାଖା ଓ ବାମ ଶାଖା ନାମରେ ୨ଟି ଶାଖା ଥିଲା ସମ୍ଭବତଃ ରାଜପୁତାନାର ରାଜବଂଶପରମ୍ପରାଗତ ଦରବାରେ ଚଣ୍ଡାବତ କ୍ଷତ୍ରିୟ ଓ ଶୁକ୍ତାବତ କ୍ଷତ୍ରିୟମାନେ ରାଜାଙ୍କ ଦକ୍ଷିଣ ଓ ବାମରେ ବସିବାର ସମ୍ମାନ ପାଉଥିବାର ବିଚାରରେ ଏ ଦୁଇ ଶାଖା ପୂର୍ବେ ଚିହ୍ନିତ ହେଉଥିଲେ ଏ ଦୁଇ ଶାଖା ମଧ୍ୟରେ ସାମାଜିକ ସମ୍ପର୍କ ଚଳେ କ୍ରମଶଃ ଏ ଦୁଇ ଶାଖାର ପାର୍ଥକ୍ୟ ଲୋପ ପାଉଥିବା ଦେଖାଯାଏ

ମେଦିନୀପୁର ଦିଲ୍ଲାର ପ୍ରସିଦ୍ଧ ଲେଖକ ବାବୁ ଭାଗ— ବତଚନ୍ଦ୍ର ଦାଶ (ଉତ୍କଳୀୟ ବ୍ରାହ୍ମଣ) ବିଶେଷ୍ୟ - ଏ. ବିଦ୍ୟାଭୂଷଣ ମହାଶୟ ତତ୍ପ୍ରଣୀତ* ବଙ୍ଗାଳୀ: "বর্ত্তমান সমাজের ইতিবৃত্ত"

ନାମକ ବଙ୍ଗଳା ପୁସ୍ତକର ୧୫୪: ପୃଷ୍ଠାରେ ଲେଖି ଅଛନ୍ତି— 

"ଉତ୍ତରପଶ୍ଚିମ ପ୍ରଦେଶର (ରାଜପୁତନାର) ଅନେକ ରାଜପୁତ୍ ମୁସଲମାନ ଭୟରେ ବାସସ୍ଥାନ ତ୍ୟାଗ କରି— ଥିଲେ ଏବଂ ଓଡ଼ିଶାକୁ ଆସି କୃଷି ବୃତ୍ତି ଅବଲମ୍ୱନ କରି ଦିନ ଯାପନ କଲେ ସେମାନଙ୍କର ବଂଶଧରମାନେ ବର୍ତ୍ତମାନ ରାଜୁ ନାମରେ ପରିଚିତ"]

ଉତ୍କଳର କବି ଦୀନକୃଷ୍ଣ ଦାସ ଉତ୍ତରବାଲେଶ୍ୱର ଜଳେଶ୍ୱର ନାମକ ଗ୍ରାମରେ ଏହି ଜାତିରେ ଜନ୍ମଗ୍ରହଣ କରିଥିଲେ କବି ତତ୍ପ୍ରଣିତ "ରସବିନୋଦ" ଗ୍ରନ୍ଥରେ ୨୪: ଅଧ୍ୟାୟରେ ଏହି ପ୍ରକାର ଆତ୍ମ ପରିଚୟ ଦେଇଅଛନ୍ତି— "ସର୍ବ ବାସନା ଆଦି ମୂଳେ; ଜନମ ରାଜପୁତ୍ର କୁଳେ ସ୍ୱବର୍ଣ୍ଣରେଖା ନଦୀ ତୀର; କଟକ ନାମ ଜଳେଶ୍ୱର

ସପତ ପୁରୁଷ ମୋ ତହିଁ; ଗଲା ଯେ ଏତେ କାଳ ବହି ବନ୍ଧୁ କୁଟୁମ୍ୱ ତହିଁ ଯେତେ; ରହିଣ ଅଛନ୍ତି ସମସ୍ତେ ତଣିଆଁ ରାଜ୍ୟର ନିକଟେ; ଷୋଳ ଚଉଦ ଦଣ୍ଡାପାଟେ" 

ବାଲେଶ୍ୱର ଜିଲ୍ଲାର ଉତ୍ତରରାଂଶ ଖୁଲୃଡ଼ାରର ସ୍ୱର୍ଗୀୟ କବି କେଶବଚନ୍ଦ୍ର ଚଣ୍ଡ ମଧ୍ୟ ଏହି ଜାତୀୟ ଲୋକ ଥିଲେ ସେ ତାଙ୍କର ପଦ୍ୟାବଳୀ (ପ୍ରାୟ ଦେଢ଼ ଶତ ବର୍ଷ ପୂର୍ବର ଲେଖା)ରେ ଏହିପରି ଆତ୍ମ ପରିଚୟ ଦେଇଅଛନ୍ତି

"ରାଜନ୍ୟ କୁଳରେ ଜନମ କେଶବ ଚନ୍ଦ୍ର ଚଣ୍ଡ ନାମ" ଉତ୍ତର ବାଲେଶ୍ୱରର ସୁପ୍ରସିଦ୍ଧ ପଣ୍ଡିତ ଓ ଉତ୍କଳୀୟ ଲେଖକ ସ୍ୱର୍ଗୀୟ ରୂଦ୍ରନାରାୟଣ ଷଡ଼ଙ୍ଗୀ କାବ୍ୟତୀର୍ଥ ତାଙ୍କର ଶେଷ ଲେଖା "ବିରାଟ ନଗର ଓ ସୂବର୍ଣ୍ଣରେଖା" ନାମକ ପୁସ୍ତକରେ ୧୪: ପୃଷ୍ଠାରେ ଏହି ରାଜୁ ଜାତି ସମ୍ୱନ୍ଧେ ନିମ୍ନ ପ୍ରକାର ଲେଖି ଅଛନ୍ତି: ===

"ଉଗ୍ର କ୍ଷତ୍ର—ଖଣ୍ଡାୟତ ସଙ୍ଗେ ବାନ୍ଧି ସାଥି ଅନ୍ୟ ଦେଶରୁ ଆଗତ ରାଜପୁତ ଜାତି

ପୂର୍ବେ ରାଜୁ ଥିଲେ ବୋଲି ହେଲେ ରାଜୁ ଜାତି, ନିଶ୍ଚେ ଏମାନେ ରାଜନ୍ୟ—ରାଜି ଅନ୍ତଃପାତୀ

ବ୍ରିଟିଶ କେଶରୀ ଅସ୍ତ୍ର ଶସ୍ତ୍ର ସଂରକ୍ଷଣ ବିଷୟେ କରି ନ ଥିଲେ ସୂତୀକ୍ଷ୍ଣ ନିୟମ

ପୂର୍ବେ ବାଲ୍ୟ ଅବସ୍ଥାରେ ଦେଖିଛି ମୋ ନେତ୍ର କାହାରି କାହାରି ଗୃହ ଅସ୍ତ୍ର ଶସ୍ତ୍ର କ୍ଷେତ୍ର

ବଂଶ—ତ୍ୱକ୍—ଗୁଣ—ଯୁକ୍ତ କାର୍ମୁକ ପ୍ରକାଣ୍ଡ ତା ନିକଟେ ଶୋଭୃଥିଲା ଶରରାଶି ଭାଣ୍ଡ"

ବାଲେଶ୍ୱର ଜିଲ୍ଲାର ଶ୍ରୀଯୁକ୍ତ ପ୍ରାଣକୃଷ୍ଣ ଦାସ, ବିଶେଷ୍ୟ - ଏ, ବିଶେଷ୍ୟ - ଏଲ, ଓକିଲ ତାଙ୍କର "ସମାଜ ସଂସ୍କାର ବା ବର୍ଣ୍ଣଜାତି ଓ ଧର୍ମତତ୍ତ୍ୱ" ନାମକ ପୁସ୍ତକର ୨୪୫: ପୃଷ୍ଠାରେ ଏହି ଜାତି ସମ୍ୱନ୍ଧରେ ନିମ୍ନୋକ୍ତ ପ୍ରକାର ମତ ପ୍ରକାଶ କରିଅଛନ୍ତି

"ଏହି ରାଜୁମାନେହିଁ ମଗଧର ମୌର୍ଯ୍ୟବଂଶୀୟ ରାଜାମାନଙ୍କ" ରାଜତ୍ୱ କାଳୀନ ରାଜୁକ ପଦସ୍ଥ କ୍ଷତ୍ରିୟମାନଙ୍କର ବଂଶଧର ମୌର୍ଯ୍ୟ ବଂଶୀୟ ନରପତିମାନେ ରାଜ୍ୟଶାସନ କର୍ମରେ ବୀର ରାଜୁକମାନଙ୍କୁ ସୁନିପୁଣ ଜ୍ଞାନ କରୁଥିଲେ ମହାରାଜ ଅଶୋକଙ୍କ ଶିଳାଲିପିରୁ ଜଣାଯାଏ ଯେ, ରାଜୁକମାନେ ପ୍ରାଚୀନ ଭାରତର ସର୍ବଶ୍ରେଷ୍ଠ ବହୁଦର୍ଶୀ ଶାସକ ଓ ଯୋଦ୍ଧା ଜାତି ଥିଲେ ଭାଗ୍ୟ ବିପର୍ଯ୍ୟୟୀ ସଙ୍ଗେ ସଙ୍ଗେ ଚୋଳ ଚୋହାନ ମାନେ ହୀନପ୍ରଭ ହୋଇ ଦାକ୍ଷିଣାତ୍ୟର ଓ ଉତ୍କଳର କୌଣସି କୌଣସି ସ୍ଥାନରେ ବିକ୍ଷିପ୍ତ ହୋଇ ପଡ଼ିଲେ କାଳକ୍ରମେ ପାଲିଭାଷାର 'ରାଜୁକ' ଶବ୍ଦର ଅପଭ୍ରଂଶ ରୂପେ "ରାଜୁ ଶବ୍ଦଟି ପ୍ରଚଳିତ ହେଲା ଏହି ରାଜୁକମାନଙ୍କ କ୍ଷମତା ବିଷୟରେ ଅଶୋକ ନିଜେ ଶିଳାଲିପିରେ ପାଲିଭାଷାରେ ତଳଲିଖିତ ମର୍ମରେ ଲେଖିଅଛନ୍ତି: ===

"ସୁନିପଣ ଧାତ୍ରୀ ଶିଶୁ ସନ୍ତାନର ଲାଳନ ପାଳନ ଭାର ଅର୍ପଣ କରି ପିତା ମାତା ଯେପରି ନିଶ୍ଚିନ୍ତରେ କାଳଯାପନ କରନ୍ତି ସେମାନେ ଯେପରି ମନେ କରନ୍ତି ଧାତ୍ରୀର ହସ୍ତରେ ଶିଶୁମାନଙ୍କର ଅଯତ୍ନ ହେବ ନାହିଁ; ମୁଁ ମଧ୍ୟ ସେହିପରି ମୋର ସନ୍ତାନ ତୁଲ୍ୟ ପ୍ରଜାବର୍ଗଙ୍କର ସୁଶାସନ ଓ ସୁପାଳନ ଭାର ରାଜୁକମାନଙ୍କ ହସ୍ତରେ ନ୍ୟସ୍ତ କରି ନିଶ୍ଚିନ୍ତ ରହିଅଛି ମୋର ବିଶ୍ୱାସ, ସେମାନଙ୍କର ସୁଶାସନ ଗୁଣରେ ମୋ ପ୍ରଜାବର୍ଗ ସୁଖରେ କାଳଯାପନ କରିବେ ଏବଂ ନିଶ୍ଚିନ୍ତ ମନରେ ଧର୍ମ ସାଧନରେ ନିଯୁକ୍ତ ହେବେ ରାଜୁକମାନେ ଯେପରି ନିଶ୍ଚିନ୍ତ ମନରେ ସ୍ୱ ସ୍ୱ କର୍ତ୍ତବ୍ୟ ପାଳନରେ ସମର୍ଥ ହୁଅନ୍ତି, ସେଥିପାଇଁ ମୁଁ ସେମାନଙ୍କୁ ସ୍ୱାଧୀନ କ୍ଷମତା ପ୍ରଦାନ କରିଅଛି"

ରାଜୁ ଏହି ଶବ୍ଦ ରାଜପୁତ ବା ରାଜନ୍ୟ ଶବ୍ଦର ଅପଭ୍ରଂଶ ନ ହୋଇ ରାଜୁକ ଶବ୍ଦର ଅପଭ୍ରଂଶ ହେବାର ବିଶେଷ ସମ୍ଭାବନା ରାଜୁ ଶବ୍ଦ ପ୍ରଥମେ କୌଣସି ଜାତିର ନାମ ନ ହୋଇ ଗୋଟିଏ ଉପାଧିର ନାମ ଥିଲା କିନ୍ତୁ କାଳକ୍ରମେ ରାଜୁକ ପଦଧାରୀ କ୍ଷତ୍ରିୟମାନେ ରାଜୁ ନାମରେ ଅଭିହିତ ହୋଇ ବର୍ତ୍ତମାନ ଏହା ଗୋଟିଏ ଜାତିରେ ପରିଣତ ହୋଇଅଛି ଆଜିକାଲି ଏହି ରାଜୁକ ପଦସ୍ଥ କ୍ଷତ୍ରିୟମାନଙ୍କର ବଂଶଧରମାନେ ରାଜ ଜାତିର ଲୋକ ବୋଲି ଅଭିହିତ ହେଉ ଅଛନ୍ତି

୨. ରାଜକିଶୋରର ଡାକନାମ —୨. Name for calling Rājakiṡora.