ରାଣ
ଦେଖଣା
ରାଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ରାଣ
|
ସଂସ୍କୃତ - ବି—(ରଣ୍ ଧାତୁ=ଶବ୍ଦ କରିବା+ଅ)
[ସମ୍ପାଦନା]- ୧. ମୟୂରପୁଚ୍ଛ — ୧. Peacock's tail.
ଦେଶଜ - ବି—(ସଂସ୍କୃତ - ରାଜନ; ପ୍ରା. ରାଣ)—(ପଦ୍ୟ)
[ସମ୍ପାଦନା]- ୧. ଅନେକଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ୟକ୍ତି —୧. Chief person amongst many.
[ଉ—ତୁ ସିନା ମୋର ପ୍ରାଣ ରମଣୀଗଣ ରାଣ—କବିସୂର୍ଯ୍ୟ ସଙ୍ଗୀତ]
- ୨. (ପଦ୍ୟ) (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା —ନୃପରାଣ=ନୃପଶ୍ରେଷ୍ଠ; ରାଜନ୍ ଶବ୍ଦ ପ୍ରା. ରାଣ) ଅଧିପତି; ରାଜା —୨. King; Lord.
(ଉ—ତାହାଙ୍କୁ ଆଜ୍ଞା ଦେଲେ ବ୍ୟାସ ଋଷିରାଣ କୃଷ୍ଣସିଂହ ମହାଭାରତ ଆଦି
- ୩. (ପଦ୍ୟ) ରାଜା —୩. King.
(ଯଥା—ସୂରରାଣ, ନରରାଣ ଜନ୍ତୁରାଣ)
[ଉ—ଦଣ୍ଡେ ନିମିଷେ ଥିଲେ ପ୍ରାଣ ନ ନେଇ ପାରେ ଜନ୍ତୁ ରାଣ ଜଗନ୍ନାଥ ଭାଗବତ]
- ୪. (ପୂର୍ବେ ରାଜାଙ୍କ ନାମ ଉଚ୍ଚାରଣ ପୂର୍ବକ ଶପଥ କରା ଯାଉଥିବାରୁ) ଶପଥ; ଦିବ୍ୟ —୪. An oath (by taking the name of a person or Deity).
[ଉ—ଥିଲା ପରି ସ୍ନେହ ଲାଗିଲା କି କହ ଅଛିଟି ତୋତେ ମୋ ରାଣ କବିସୂର୍ଯ୍ୟ କିଶୋରୀଚମ୍ପୂ 'ଥ' ଗୀତ]
[ଦ୍ରଷ୍ଟବ୍ୟ —ଯେଉଁ ଲୋକଙ୍କ ବା ରାଜାଙ୍କ ବା ଦେବତାଙ୍କ ନାମ ଧରି ଶପଥ କରିବାକୁ ହୁଏ ସେହି ସେହି ବ୍ୟକ୍ତି ଆଦିଙ୍କ ସଙ୍ଗେ ୬ଷ୍ଠୀ ବିଭକ୍ତି ଯୋଗ କରାଯାଏ, ,ଯଥା—ମୋ ରାଣ, ବାପାଙ୍କ ରାଣ, ଦିଅଙ୍କ ରାଣ, ସରସ୍ୱତୀଙ୍କ ରାଣ ରାଜାଙ୍କ ରାଣ]