Jump to content

ରାଣ୍ଡ କରିବା

ଉଇକିଅଭିଧାନ‌ରୁ

ରାଣ୍ଡ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆପେ ମୃତ ହେବାଦ୍ୱାରା ଆପଣା ସ୍ତ୍ରୀର ବୈଧବ୍ୟ ଘଟାଇବା —୧. To cause the widowhood of one's wife by one's death.
୨. ସ୍ୱାମୀକୁ ବଧ କରି ବା ସ୍ୱାମୀର ମୃତ୍ୟୁର କାରଣ ହୋଇ ସ୍ତ୍ରୀକୁ ବିଧବା କରାଇବା —୨. To cause the windowhood of a woman by bringing about the death of her husband.
୩. ସ୍ୱାମୀ ମୃତ ହେବା ପରେ ସ୍ତ୍ରୀ ହାତରୁ ଖଡ଼ୁ ଆଦି କାଢ଼ିବା (ଏ କାର୍ଯ୍ୟ ଭଣ୍ଡାରୁଣୀ ବା ପଣ୍ଡା କରେ) — ୩. To take away the bracelets off the hands of a woman who has just lost her husband.
୪. ତୁ 'ରାଣ୍ଡ ହୋ' ବୋଲି କୌଣସି ସଧବା ସ୍ତ୍ରୀକୁ ଗାଳି ଦେବା —୪. To invoke the curse of widowhood on a woman.
୫. କୌଣସି ଲୋକର ସର୍ବସ୍ୱ ହରଣ କରିବା —୫. To deprive a person of everything he had.
୬. କନ୍ୟା ଆଦିଙ୍କ ଦେହରେ ଅଳଙ୍କାରାଦି ନ ଦେଇ ସେ ବିଧବା ପରି ଦେଖାଯିବା ଭଳି କରିବା —୬. To cause a girl to look like a widow by not supplying her with ornaments to wear.
୭. (ସ୍ୱାମୀ ପକ୍ଷରେ) ସ୍ତ୍ରୀକୁ ନିରାଶ୍ରୟା କରି ଛାଡ଼ିବା —୭. (said of a husband) To forsake one's wife.

(ଉ—ଅନେଶ୍ୱତ ରାଣୀ, କରିଗଲୁ, ଏକା ଯୋଗିଆଣୀ ପାଇଁ ଗୋବିନ୍ଦଚନ୍ଦ୍ର ଗୀତା)