ରାଧାନାଥ
ରାଧାନାଥ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶ୍ରୀକୃଷ୍ଣ —Ṡrīkṛushṇa.
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ପୁରୁଷଙ୍କ ନାମ —୧. A name given to males.
- ୨. ସ୍ୱର୍ଗୀୟ କବିବର ରାୟ ରାଧାନାଥ ରାୟ ବାହାଦୁର୍ —୨. The late Rai Rādhānāth Rai Bāhādur, the greatest modern Oriya poet.
[ଦ୍ରଷ୍ଟବ୍ୟ —ଏ ମହାଶୟ ଉତ୍କଳର ଆଧୁନିକ ଯୁଗର ପ୍ରଧାନ କବି ଏ ଉତ୍କଳର ସ୍ଥାୟୀ ଉପନିବେଶୀ ବଙ୍ଗୀୟ କାୟସ୍ଥ କୂଳରେ ବାଲେଶ୍ୱର ଜିଲ୍ଲାର କେଦାରପୁର ଗ୍ରାମରେ ଖ୍ରୀ. ୧୮୭୧: ସାଲ ଆଶ୍ୱିନ ୧୫: ଦିନ ଜନ୍ମଗ୍ରହଣ କରିଥିଲେ
ଏହାଙ୍କ ପିତାଙ୍କ ନାମ ସୁନ୍ଦରନାରାୟଣ ରାୟ ଓ ମାତାଙ୍କ ନାମ ଶ୍ରୀମତୀ ତାରିଣୀଦାସୀ ଅତି ଶୈଶବରୁ ମାତୃହୀନ ହୋଇ ସେ ପିତାଙ୍କଠାରୁ ପିତୃସ୍ନେହ ଦ୍ୱିଗୁଣ ମାତ୍ରାରେ ପ୍ରାପ୍ତ ହୋଇଥିଲେ ସେ ଶୈଶବରୁ ଅତ୍ୟନ୍ତ ରୋଗପ୍ରବଣ ଥିଲେ, ତେଣୁ ପଠଦ୍ଦଶାରେ ତାଙ୍କର ବହୁ ସମୟ ରୋଗରେ ନଷ୍ଟ ହୋଇଥିଲା ସେ ବାଲେଶ୍ୱର ଜିଲ୍ଲାସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ସେସମୟରେ କଟକର ଉଚ୍ଚତର ଶିକ୍ଷା ନିମନ୍ତେ କଲେଜ୍ ବସିହନ ଥିବାରୁ, କଲିକତାକୁ ଏଫ୍. ଏ. ପଢ଼ିବାକୁ ଗଲେ ସେଠାରେ ସ୍ୱାସ୍ଥ୍ୟହାନି ଘଟିବାରୁ ଉଚ୍ଚଶିକ୍ଷାକୁ ଜଳାଞ୍ଜଳି ଦେଇ ତାକୁ ଶୀଘ୍ର ସେଠାରୁ ଫେରିଆସିବାକୁ ହେଲା କିଛିଦିନ ପରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ମାସିକ ୩ ଟଙ୍କା ବେତନରେ ତୃତୀୟ ଶିକ୍ଷକ ପଦରେ ନିଯୁକ୍ତ ହେଲେ କଲେଜରେ ପଢ଼ିବା ସୁବିଧା ଆଉ ନ ଘଟିବାରୁ ସେ ନିଜ ଯତ୍ନରେ ଘରେ ପାଠ ପଢ଼ି ଏଫ୍. ଏ. ପାସ୍ କଲେ ଓ ବିଶେଷ୍ୟ - ଏ. ପରୀକ୍ଷାରେ ସମସ୍ତ ପାଠ୍ୟ ନିଜ ଯତ୍ନ ଓ ଉଦ୍ୟମରେ ଘରେ ପଢ଼ିଲେ ତତ୍କାଳୀନ ବିଖ୍ୟାତ ପଣ୍ଡିତ ସଦାଶିବ ନନ୍ଦଙ୍କ ପାଖରେ ରାଧାନାଥ ଉତ୍କଳର ବ୍ୟାସକବି ଫକୀରମୋହନଙ୍କ ସହିତ ସଂସ୍କୃତ କାବ୍ୟ ନାଟକାଦି ଅଧ୍ୟୟନ କରି ଅଗାଧ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ରାଧାନାଥ ୫ ବର୍ଷକାଳ ଚାକିରି କରିଥିଲେ ଓ ଏହି ସମୟରେ ରେମୁଣା ଗ୍ରାମର ଆଦିତ୍ୟ ବଂଶର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କ ସହିତ ରାଧାନାଥଙ୍କ ଶୁଭ ପରିଣୟ ସମ୍ପନ୍ନ ହୋଇଥିଲା ଏହା ପରେ ସେ ଦ୍ୱିତୀୟ ଶିକ୍ଷକ ପଦରେ ପୁରୀଜିଲ୍ଲା ସ୍କୁଲକୁ ବଦଳି ହେଲେ ଓ ସେଠାରେ ଭବିଷ୍ୟତ୍ କାଳର ଭକ୍ତକବି ମଧୁସୂଦନ ରାଓଙ୍କ ଛାତ୍ରରୂପେ ଲାଭ କଲେ ପୁରୀରୁ ସେବାଙ୍କୁଡ଼ାକୁ ବଦଳି ହେଲେ ଓ ସେଠାରୁ ୧୮୭୬:ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସ୍ପେକ୍ଟର୍ ପଦରେ ବାଲେଶ୍ୱର ଜିଲ୍ଲାକୁ ଫେରି ଆସିଲେ ଏହି ବର୍ଷ ତାଙ୍କର ସୁଯୋଗ୍ୟ ପୁତ୍ର ଶସିଭୂଷଣଙ୍କର ଜନ୍ମ ଏତେବେଳକୁ ରାଧାନାଥ ତାଙ୍କର ଅନେକ କାବ୍ୟ ଲେଖି ସାରିଥିଲେ ତାଙ୍କ ସାହିତ୍ୟସେବାର ଓ ଉତ୍କଳର ଶିକ୍ଷା ବିସ୍ତାର ପ୍ରତି ସ୍ପୃହାର ପୁରସ୍କାରସ୍ୱରୂପ ଗଭର୍ଣ୍ଣମେଣ୍ଟ୍ ତାଙ୍କ ରାୟ ବାହାଦୁର୍ ଉପାଧିରେ ଭୂଷିତ କରିଥିଲେ ରାଧାନାଥ ଉତ୍କଳରୁ ଜନ୍ମଭୂମି ଓ ଓଡ଼ିଆଭାଷାକୁ ମାତୃଭାଷା ମଣୁ ଥିଲେ ସେ ପ୍ରଥମେ ବଙ୍ଗଭାଷାରେ କବିତା ଲେଖିଥିଲେ କିନ୍ତୁ ପରେ ବଙ୍ଗଭାରତୀଙ୍କ ସେବା ତ୍ୟାଗ କରି ଉତ୍କଳ ଭାରତୀଙ୍କ ବନ୍ଦନାରେ ନିଜର ଜୀବନକୁ ନିୟୋଜିତ କଲେ ଉତ୍କଳର ଦର୍ଶନୀୟ ହ୍ରଦ, ପୁଷ୍କରିଣୀ, ପର୍ବତ, ନିର୍ଝର, ନଦୀ, ବନ, ଗ୍ରାମ. ଉଦ୍ୟାନ, ବୃକ୍ଷ, ଲତା, ଆଦି ପ୍ରାକୃତିକ ଦୃଶ୍ୟ ଓ ଐତିହାସିକ ବିଷୟକୁ ସେ ଅମର ଅକ୍ଷରରେ ଲିପିବଦ୍ଧ କରି ଯାଇଅଛନ୍ତି ସେ ଉତ୍କଳର ଆଧୁନିକ ଜାତୀୟ ସାହିତ୍ୟର ଓ ଜାତୀୟ କବିତାର ମୂଳଦୁଆ ବାନ୍ଧିଦେଇ ଯାଇ ଅଛନ୍ତି ଉତ୍କଳର ଆଧୁନିକ ସାହିତ୍ୟଯୁଗର ସେ ଶ୍ରେଷ୍ଠ କବି ଓ ପ୍ରବର୍ତ୍ତକ ତାଙ୍କର ଖଣ୍ଡିଏ ଗଦ୍ୟ ଉପନ୍ୟାସ (ଇତାଲୀୟ ଯୁବା) ଓ ବିବେକୀ ନାମକ ପ୍ରବନ୍ଧ ଏବଂ କେତେଗୁଡ଼ିଏ ପାଠ୍ୟ ପୁସ୍ତକ ଛଡ଼ା ଆଉ ସବୁ ରଚନା ପଦ୍ୟ ତାଙ୍କର ରଚିତ ଗ୍ରନ୍ଥମାନ: ===
- ୧. ସଂସ୍କୃତ ମେଘଦୂତର ପଦ୍ୟାନୁବାଦ
- ୨. ସ୍କୁଲ ପାଠ୍ୟ କବିତାବଳୀ
- ୩. କେଦାରଗୌରୀ
- ୪. ଚନ୍ଦ୍ରଭାଗା
- ୫. ନନ୍ଦିକେଶ୍ୱରୀ
- ୬. ଉଷା
- ୭. ପର୍ବତୀ (ଅସମ୍ପୂର୍ଣ୍ଣ)
- ୮. ଚିଲିକା
- ୯. ମହାଯାତ୍ରା (ଅସମ୍ପୂର୍ଣ୍ଣ)
- ୧. ଯଯାତିକେଶରୀ
- ୧୧. ତୁଳସୀ ସ୍ତବକ
- ୧୨. ଦରବାର
- ୧୩. ଦଶରଥ ବିୟୋଗ
- ୧୪. ବାଣହରଣ
- ୧୫. ମହେନ୍ଦ୍ରଗିରି
ଉତ୍କଳର ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନା ତାଙ୍କୁ ଅମର କରିବ ତାଙ୍କ ରଚନାର ମାଧୁର୍ଯ୍ୟ, ପଦଲାଳିତ୍ୟ, ସାରଲ୍ୟ ଓ ସୁରୁଚି ପାଠକମାତ୍ରକୁହିଁ ମୁଗ୍ଧ କରେ ଚରିତ୍ରଚିତ୍ରଣରେ ସେ କୃତିତ୍ୱ ଲାଭ କରି ନ ଥିଲେ ସଂସ୍କୃତ ଓ ଇଂରାଜୀ ସାହିତ୍ୟରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ଥିଲା ତାଙ୍କ ପୁତ୍ର ଶ୍ରୀ ଶଶି ଭୂଷଣ ପିତାଙ୍କ ଗ୍ରନ୍ଥାବଳୀ ପ୍ରକାଶ କରିଅଛନ୍ତି ଓ ତାଙ୍କ ମଧ୍ୟମ ଜାମାତା ଶ୍ରୀ ଦୁର୍ଗାଚରଣ ରାୟ ତାଙ୍କ ଜୀବନୀ ସଂକଳିତ କରି ଶୀଘ୍ର ତାହା ମୁଦ୍ରିତ ହେବା କଳ୍ପନା କରୁଅଛନ୍ତି]