Jump to content

ରାଧାରମଣ ଚରଣ ଦାସ

ଉଇକିଅଭିଧାନ‌ରୁ

ରାଧାରମଣ ଚରଣ ଦାସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ୱନାମଧନ୍ୟ ବୈକୁଣ୍ଠଗାମୀ ବୈଷ୍ଣବ; ପୁରୀର 'ବଡ଼ ବାବାଜୀ' କଟକର "ଚରଣ ଦାସ ବାବାଜୀ" —A late celebrated B&aline;i̱shṇaba of this name.

[ଦ୍ରଷ୍ଟବ୍ୟ —ଏ ମହାତ୍ମା ବଙ୍ଗଦେଶରେ କାୟସ୍ଥ କୁଳରେ ଜନ୍ମଗ୍ରହଣ କରିଥିଲେ କେତେକ ଦିନ ଗୃହସ୍ଥାଶ୍ରମୀ ହେବା ପରେ ତାଙ୍କର ସ୍ତ୍ରୀ ବିୟୋଗ ଘଟିଲା ତତ୍ପରେ ସେ ନବଦ୍ୱୀପକୁ ଯାଇ ସେଠାରେ ଜଣେ ମହାପୁରୁଷଙ୍କଠାରୁ ବୈଷ୍ଣବ ଧର୍ମର ଦୀକ୍ଷା ଓ ଭେକ ଗ୍ରହଣ କରି ହରିନାମ ସଂକୀର୍ତ୍ତନଦ୍ୱାରା ବଙ୍ଗ ଓ ଉତ୍କଳରେ ବହୁ ସହସ୍ର ଲୋକଙ୍କୁ ଶ୍ରୀଚୈତନ୍ୟ ଦେବଙ୍କ ପ୍ରବର୍ତ୍ତିତ ବୈଷ୍ଣବ ଧର୍ମରେ ଦୀକ୍ଷା କରାଇଥିଲେ ଶ୍ରୀ ଚୈତନ୍ୟ ଦେବଙ୍କ କୃପାରୁ ଏକନିଷ୍ଠା ଭକ୍ତ ବଳରେ ସେ ଅନେକ ଆଶ୍ଚର୍ଯ୍ୟ ଘଟନାମାନ ଦେଖାଇ ପାରିଥିଲେ ତାଙ୍କର ନବଦ୍ୱୀପରେ, କଟକରେ ଓ ପୁରୀରେ ମଠ ଅଛି ତାଙ୍କର ପ୍ରଧାନ ଶିଷ୍ୟ ରାମଦାସ ବାବାଜୀ ସଂକୀର୍ତ୍ତନଦ୍ୱାରା ସହସ୍ର ସହସ୍ର ଲୋକଙ୍କୁ ମୁଗ୍ଧ କରିଅଛନ୍ତି କଟକରେ ତେଲେଙ୍ଗା ବଜାର ଓ ରଜାବଗିଚା ମଝିରେ କାଠଯୋଡ଼ି କୂଳରେ ତାଙ୍କ ଅନ୍ତେ ତାଙ୍କ ଶିଷ୍ୟ ପ୍ରଶିଷ୍ୟ— ମାନେ 'ରାସବିହାରୀ ମଠ' ନାମରେ ଗୋଟିଏ ପ୍ରକାଣ୍ଡ ମଠ ସ୍ଥାପନ କରି ସେଥିରେ ତାଙ୍କର ମଣିମୟ ମୂର୍ତ୍ତି ରଖି ତାଙ୍କର ଓ ଉକ୍ତ ମଠରେ ପ୍ରତିଷ୍ଠିତ ରାସବିହାରୀ ଦେବଙ୍କର ପୂଜା, ଆରାଧନା ଓ ନାମ ସଂକୀର୍ତ୍ତନ କରୁଅଛନ୍ତି ତାଙ୍କ ପ୍ରଚାରିତ ମନ୍ତ୍ର ===

"ହରେକୃଷ୍ଣ ହରେ ରାମ ନିତାଇ ଗଉର୍ ରାଧେ ଶ୍ୟାମ"

ବାରଂବାର ଉଚ୍ଚାରଣ ପୂର୍ବକ ତାଙ୍କ ଭକ୍ତମାନେ ଖୋଳ କରତାଳ ବଜାଇ ଅଷ୍ଟପ୍ରହରୀ, ଚବିଶପ୍ରହରୀ, ସପ୍ତାହବ୍ୟାପୀ ଓ ମାସବ୍ୟାପୀ ଅହୋରାତ୍ର ସଂକୀର୍ତ୍ତନ ଓ ନଗର କୀର୍ତ୍ତନ କରନ୍ତି ନବଦ୍ୱୀପରେ ଥିବା ତାଙ୍କ ମଠରେ ମଧ୍ୟ ନାନା ଉତ୍ସବ ଉପଲକ୍ଷରେ ଏହିପରି କୀର୍ତ୍ତନ ଓ ମହୋତ୍ସବ ହୁଏ]