ରାବଣ

ଉଇକିଅଭିଧାନ‌ରୁ

ରାବଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଅନ=ଯେ ନିଜେ ରାବ କରେ, କିମ୍ୱାରୁ ଧାତୁ ଣିଚ, ରାବି ଧାତୁ=ଶବ୍ଦ କରାଇବା+କର୍ତ୍ତୃ. ଅନ=ଯେ ଅନ୍ୟକୁ ଉଚ୍ଚୈସ୍ୱରରେ କନ୍ଦାଏ)[ସମ୍ପାଦନା]

ରାମାୟଣ ବର୍ଣ୍ଣିତ ସୀତାହରଣକାରୀ ଲଙ୍କେଶ୍ୱର; ରାକ୍ଷସରାଜ ଦଶାନନ —The name of the king of demon who was killed by Rāma.

[ଦ୍ରଷ୍ଟବ୍ୟ —ପୁଲସ୍ତ୍ୟଙ୍କ ପୁତ୍ର ବିଶ୍ରବା ମୁନିଙ୍କ ଔରସରେ ସୁମାଳୀ ନାମକ ରାକ୍ଷସର କନ୍ୟା ନୈକସୀ ରାକ୍ଷସୀର ଗର୍ଭରୁ ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ ନାମକ ୩ ପୁତ୍ର ଓ ସୂର୍ପଣଖା ନାମ୍ନୀ କନ୍ୟା ଜନ୍ମିଥିଲେ ରାବଣର ୧ ମୁଣ୍ଡ ଓ ୨ ହାତ ଥିଲା ସପତ୍ନୀପୁତ୍ର କୁବେରଙ୍କର ଐଶ୍ୱର୍ଯ୍ୟ ଦେଖି ଈର୍ଷାନ୍ୱିତା ନୈକସୀ ତିନି ପୁତ୍ରଙ୍କୁ ତପସ୍ୟା ସାଧନ କରିବାକୁ ପଠାଇଲା ରାବଣ ତପସ୍ୟା କରି ନିଜର ୧ ମୁଣ୍ଡକୁ କାଟି ଅଗ୍ନିରେ ପକାଇ ବ୍ରହ୍ମାଙ୍କୁ ତୁଷ୍ଟ କରାଇ ଅମର ବର ମାଗିବାରୁ ବ୍ରହ୍ମା ପ୍ରଥମେ ଅସ୍ୱୀକାର କଲେ ଓ ପରେ ରାବଣ "ନର ବାନର"ଙ୍କ ନାମ ଉଚ୍ଚାରଣ ନ କରି ଦେବାଦାନବବାଦି ଅନ୍ୟ ସମସ୍ତଙ୍କର ଅବଧ୍ୟ ହେବ ବୋଲି ବର ମାଗିବାରୁ, ବ୍ରହ୍ମା ତଥାସ୍ତୁ' ବୋଲି ବରଦେଲେ ତପସ୍ୟା ଶେଷ କରି ରାବଣ ଲଙ୍କାକୁ ଯାଇ କୁବେରକୁ ବିତାଡ଼ିତ କରି ସେଠାରେ ରାକ୍ଷସ ରାଜ୍ୟ ପ୍ରତିଷ୍ଠିତ କଲା ମୟଦାନବର କନ୍ୟା ମନ୍ଦୋଦରୀକୁ ରାବଣ ବିବାହକଲା ଓ ତାହା ଗର୍ଭରୁ ମେଘନାଦ, ଅକ୍ଷୟକୁମାର ଆଦି ବହୁ ପୁତ୍ର ଜାତ ହେଲେ ରାବଣ ଦିଗ୍ୱିଜୟରେ ବହିର୍ଗତ ହୋଇ ଭୂତଳସ୍ଥ ସମସ୍ତ ରାଜାଙ୍କୁ ଜୟ କଲା କେବଳ ବାନରରାଜ ବାଳି ଓ ନରରାଜ କାର୍ତ୍ତବୀର୍ଯ୍ୟାର୍ଜ୍ଜୁନ ଓ ମାନ୍ଧାତାଙ୍କଦ୍ୱାରା ପରାଜିତ ହେଲା ପରେ ଦେବତାମାନଙ୍କ ସଙ୍ଗେ ଯୁଦ୍ଧ କରି ରାବଣ ପୁତ୍ର ମେଘନାଦ କପଟ ଯୁଦ୍ଧରେ ଦେବତାଙ୍କୁ ପରାସ୍ତ

କରି ଇନ୍ଦ୍ରଙ୍କୁ ବନ୍ଦୀ କରି ଆଣିଲା ଏଥିପାଇଁ ମେଘନାଦର ଅନ୍ୟ ନାମ ଇନ୍ଦ୍ରଜିତ ପରେ ବ୍ରହ୍ମା ଆସି ମେଘନାଦକୁ ବର ଦେଇ ଇନ୍ଦ୍ରଙ୍କୁ ମୁକ୍ତ କଲେ 

ରାବଣ ଅତି ଅତ୍ୟାଚାରୀ ଓ ଅଧର୍ମପରାୟଣ ହୋଇ ଦେବ— କନ୍ୟା, ଦାନବକନ୍ୟା ଓ ଋଷିକନ୍ୟାମାନଙ୍କୁ ହରଣ କରିବାରେ ଲାଗିଲା ସେ ତପସ୍ୱିନୀ ବେଦବତୀଙ୍କ ପ୍ରତି ବଳପ୍ରୟୋଗ କରିବାକୁ ଉଦ୍ୟତ ହେବାରୁ ବେଦବତୀ ତାକୁ ଅଭିଶାପ ଦେଇ ଅଗ୍ନିରେ ପ୍ରବେଶ କଲେ ସେହି ବେଦବତୀ ପର— ଜନ୍ମରେ ସୀତାରୂପରେ ଜନ୍ମି ରାବଣର ମୃତ୍ୟୁର କାରଣ ହେଲେ କେତେକାଳ ପରେ ରାବଣ ସ୍ୱର୍ଗ ଅପ୍ସରା ରମ୍ଭାଙ୍କୁ ବଳପୂର୍ବକ ଧର୍ଷଣ କରିବାରୁ ରମ୍ଭାଙ୍କ ନାୟକ ନଳକୁବର ରାବଣକୁ ଅଭିଶାପ ଦେଲେ ଯେ, ଅତଃପର ରାବଣ କୌଣସି ରମଣୀକୁ ବଳ ପ୍ରୟୋଗ କଲେ ତତ୍କ୍ଷଣାତ୍ ମୃତ ହେବ ରାବଣ ଲଙ୍କାକୁ ସ୍ୱର୍ଣ୍ଣମୟୀପୁରୀ କରିଥିଲା ଓ ଦେବ ଗନ୍ଧର୍ବ କିନ୍ନରମାନେ ରାବଣର ସେବାରେ ନିଯୁକ୍ତ ଥିଲେ କିଛି ଦିନ ପରେ ରାବଣ ଭ୍ରମବଶତଃ ଆପଣାର ଏକମାତ୍ର ଭଗିନୀ ସୂର୍ପଣଖାର ସ୍ୱାମୀ ବିଦ୍ୟୁଜ୍ଜିହକୁ ବଧ କଲା ଓ ବିଧବା ଭଗ୍ନୀକୁ ଦଣ୍ଡକା— ରଣ୍ୟରେ ଯଥେଚ୍ଛ ବିଚରଣ କରିବାକୁ ଆଦେଶ ଦେଲା ସେହି ସମୟରେ ରାମ, ଲକ୍ଷ୍ମଣ ଓ ସୀତା ଦଣ୍ଡକାରଣ୍ୟରେ ବନବାସ କରୁଥିଲେ ଓ ସୂର୍ପଣଖା ରାମଛନ୍ଦ୍ରଙ୍କର ପ୍ରଣୟ— କାଙ୍କ୍ଷିଣୀ ହୋଇ ସୀତାଙ୍କୁ ଗ୍ରାସ କରିବାକୁ ଉଦ୍ୟତ ହେବାରୁ ଲକ୍ଷ୍ମଣ ତାହାର ନାକ କାନ କାଟି ଛାଡ଼ିଦେଲେ ସୂର୍ପଣଖା ସେହି ରାଗରେ ଆସି ରାବଣକୁ ସୀତାଙ୍କ ରୂପଲାବଣ୍ୟର ବର୍ଣ୍ଣନାରେ ମୁଗ୍ଧ କରାଇ ସୀତାଙ୍କୁ ହରଣ କରିବାକୁ ରାବଣକୁ ଉତ୍ତେଜିତ କଲା ଓ ରାବଣ ଦଣ୍ଡକାରଣ୍ୟସ୍ଥ ଜନସ୍ଥାନକୁ ଆସି ଛଦ୍ମବେଶ ଧାରଣକରି ମାରୀଚ ରାକ୍ଷସକୁ ମାୟା ମୃଗ କରାଇ, ରାମ ଓ ଲକ୍ଷ୍ମଣ ସୀତାଙ୍କ ନିକଟରୁ ଅନ୍ତର ହେବା ଅବସରରେ ସୀତାଙ୍କୁ ହରଣ କରି ରଥରେ ବସାଇ ଆକାଶ ମାର୍ଗରେ ଲଙ୍କାକୁ ନେଇଗଲା ବାଟରେ ଗୃଧରାଜ ଜଟାୟୁ ତାକୁ ଅଟକାଇବାକୁ ବସିଲେ, କିନ୍ତୁ ରାବଣ ତାଙ୍କୁ ଶରା— ଘାତରେ ମୟତପ୍ରାୟ କରି ସୀତାଙ୍କୁ ଘେନି ଲଙ୍କାକୁ ଚାଲିଗଲା କିନ୍ତୁ ନଳକୁବେରଙ୍କ ଶାପଭୟରେ ସୀତାଙ୍କ ପ୍ରତି ବଳପ୍ରୟୋଗ କରିବାକୁ ସାହସୀ ହେଲାନାହିଁ ରାମଚନ୍ଦ୍ର ପରେ କିସ୍କିନ୍ଦାର ମର୍କଟରାଜ ସୁଗ୍ରୀବଙ୍କ ସଙ୍ଗେ ସଖ୍ୟତା ସ୍ଥାପନ କରି କପିସେନା ସହିତ ଲଙ୍କା ଆକ୍ରମଣ କଲେ ସେ ସମୟରେ ସୀତାଙ୍କୁ ରାମଚନ୍ଦ୍ରଙ୍କ ହସ୍ତରେ ପ୍ରତ୍ୟର୍ପଣ କରି ଶରଣାପନ୍ନ ହେବା ପାଇଁ ବିଭୀଷଣ ରାବଣକୁ ଅନୁରୋଧ କରନ୍ତେ ରାବଣ ବିଭୀଷଣକୁ ଲଙ୍କା ରାଜଧାନୀରୁ ତଡ଼ିଦେଲା ଓ ବିଭୀଷଣ ଯାଇଁ ରାମଚନ୍ଦ୍ରଙ୍କର ଆଶ୍ରୟ ନେଲା ତତ୍ପରେ ରାମ ଓ ଲକ୍ଷ୍ମଣଙ୍କଦ୍ୱାରା ପୁତ୍ର, ପୌତ୍ର, ସେନା ଓ ସେନାପତିମାନେ ହତ ହେବା ପରେ ରାବଣ ବ୍ରହ୍ମାଙ୍କଠାରେ ବରପ୍ରାର୍ଥନା କାଳରେ ଉପେକ୍ଷା କରି ନାମୋଲ୍ଲେଖ କରି ନ ଥିବା ନର ବାନରଙ୍କଦ୍ୱାରା ନିହତ ହେଲା ରାବଣ ନିଜକୃତ ଦୋଷରୁ ଆପଣାର ବଡ଼ପଣ ବା ପ୍ରଭୁତ୍ୱ ହରାଇବାରୁ ଢ଼ଗ ଅଛି" ପ୍ରବାଦ ଅଛି ଯେ, ସୀତାହରଣଦ୍ୱାରା ଆପଣାର ନିଧନ ଅବଶ୍ୟମ୍ଭାବୀ ଥିବାର ରାବଣ ଜାଣିଥିଲା ଓ ସୀତାହରଣ କରିବାକୁ ଘରୁ ବାହାରିବା ପୂର୍ବରୁ ଆପଣା ଘର କାନ୍ଥରେ ଲେଖିଦେଇ ଯାଇଥିଲା—

"ସୀତା ହରଣଂ ରାବଣ ମରଣଂ"

ସଂସ୍କୃତ - ବିଶେଷଣ - ପୁଂ. (ରୁ ଧାତୁ=ଉଚ୍ଚ ଶବ୍ଦ କରିବା ବା ଉଚ୍ଚୈଃ— ସ୍ୱରରେ କାନ୍ଧିବା, ଣିଚ୍ ରାବି ଧାତୁ=ଅନ୍ୟ ବ୍ୟକ୍ତିକୁ ଉଚ୍ଚୈଃସ୍ୱରରେ କନ୍ଦାଇବା+କର୍ତ୍ତୃ. ଅନ)[ସମ୍ପାଦନା]

ଯେ ଅନ୍ୟ ବ୍ୟକ୍ତିକୁ ଉଚ୍ଚୈଃସ୍ୱରରେ କନ୍ଦାଏ (ହିନ୍ଦୀ - ଶ) — Causing others to weep loudly.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଯେ ବଡ଼ ପାଟି କରେ —୧. Roaring loudly.

(ଉ—ବଡ଼େ ଯେ ରାବକୁ ବିହି, ବୋଲାଇ ରାବଣ ସେହି ଭଞ୍ଜ. ବୈଦେହୀଶବିଳାସ)

୨. ଉଚ୍ଚଶବ୍ଦ ପୂର୍ବକ କ୍ରନ୍ଦନକାରୀ —୨. Vocal; weeping;vociferously weeping.

(ଉ—ବଣା ମୁଁ ଘେନି ତୁ କେଉଁ ରାବଣ, ରାବଣ କରାନ୍ତି ମୁହିଁ ସେ ଭଞ୍ଜ. ବୈଦେହୀଶବିଳାସ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଅତି ଉଚ୍ଚ ସ୍ୱରରେ କ୍ରନ୍ଦନ —Loud wail.

(ଉ—ବାରତା ଶ୍ରବଣ ରାବଣ ଦ୍ରବିଣ କ୍ରମେ ସୁଗ୍ରୀବ ସଂଯୋଗ ହେଲା ହେ ଭଞ୍ଜ. ବୈଦେହୀଶବିଳାସ)