ରାମକୃଷ୍ଣ ପରମହଂସ
ରାମକୃଷ୍ଣ ପରମହଂସ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବଙ୍ଗୀୟ ବ୍ରାହ୍ମଣ ବଂଶନ ଋଷିକଳ୍ପ ସ୍ୱର୍ଗତ ଧର୍ମ୍ମବୀର (ଖ୍ରୀ ୧୮୩୩—୧୮୮୬: ) —The late celebrated Bengali saint of this name (born ୧୮୩୩-Died ୧୮୮୬).
[ଦ୍ରଷ୍ଟବ୍ୟ —ଏ ପ୍ରଥମେ କଲିକତା ନିକଟସ୍ଥ ଦକ୍ଷିଣେଶ୍ୱର ଗ୍ରାମରେ ରାଣୀ ରାସମଣିଙ୍କ ପ୍ରତିଷ୍ଠିତ କାଳୀ ଠାକୁରାଣୀଙ୍କ ପୂଜାହାରୀ ରୂପେ ନିଯୁକ୍ତ ହୋଇଥିଲେ ଓ ସେଠାରେ ତାଙ୍କର ଧର୍ମ୍ମ ଭାବର ଅପୂର୍ବ ସ୍ଫୂର୍ତ୍ତି ଓ ବିକାଶ ହେଲା ସର୍ବ— ଧର୍ମ୍ମ ସମନ୍ୱୟର ଭାବ ଏହାଙ୍କଠାରେ ବିକଶିତ ହୋଇଥିଲା ଓ ଈଶ୍ୱରଙ୍କୁ ସେ ମାତୃ ରୂପରେ ଦେଖୁଥିଲେ କାମିନୀ, କାଞ୍ଚନ ଏହି ଦୁଇ ବିଷୟ ତ୍ୟାଗ କରିବା ଏହାଙ୍କ ନିଜ ଜୀବନର ଓ ଧର୍ମ୍ମର ଏବଂ ଅଧ୍ୟାପନାର ମୂଳଧନ୍ତ୍ର ଥିଲା ଏ ବିବାହ କରିଥିଲେ; କିନ୍ତୁ ସଂସାର ଧର୍ମ ତ୍ୟାଗ କଲା ପରେ ଏହାଙ୍କ ସ୍ତ୍ରୀ ସାରଦା ଦେବୀ ଏହାଙ୍କ ଶିଷ୍ୟା ହୋଇଥିଲେ ଅତି ସହଜ ଭାଷାରେ ଓ ଉଦାହରଣ ଛଳରେ ଏ ନିଗୂଢ଼ ଧର୍ମ— ତତ୍ତ୍ୱମାନ ବୁଝାଇ ପାରୁଥିଲେ ନରେନ୍ଦ୍ରନାଥ ଦତ୍ତ ନାମକ ଜଣେ ଯୁବକ ଏହାଙ୍କ ଶିଷ୍ୟ ହୋଇ ସ୍ୱାମୀ ବିବେକାନନ୍ଦ ରୂପରେ ଜଗତର ଧାର୍ମ୍ମିକ ମଣ୍ଡଳୀଙ୍କୁ ଚମତ୍କୃତ କରିଥିଲେ ରାମକୃଷ୍ଣ ଦେବ ଅତି ମଧୁର ରୂପେ ଗୀତ ଗାଇ ପାରୁଥିଲେ ଏବଂ ଗାନ କରୁ କରୁ ଓ ଧ୍ୟାନ କର କରୁ ଏହାଙ୍କର ବାହ୍ୟ— ଜ୍ଞାନଶୂନ୍ୟ ସମାଧି ଭାବ ହୋଇ ଯାଉଥିଲା ଏହାଙ୍କ ଉପଦେଶାବଳୀ ଦବାରା ଇଉରୋପ୍ ଓ ଆମେରିକାବାସୀମାନେ ମୁଗଧ ଓ ଓ ଚମତ୍କୃତ ହୋଇଅଛନ୍ତି ଏହାଙ୍କ ମତରେ ବର୍ତ୍ତମାନ ସଭ୍ୟଜଗତରେ ବହୁ ଲକ୍ଷ ଭକ୍ତ ଦୀକ୍ଷିତ ହୋଇ— ଅଛନ୍ତିଓ କେତେକ ସନ୍ନ୍ୟାସୀ ଏହାଙ୍କ ନାମରେ 'ରାମକୃଷ୍ଣ
ସଂପ୍ରଦାୟ କଲିକତା ନିକଟସ୍ଥ ବେଲୁରଠାରେ ଓ ନାନା ସ୍ଥାନରେ ସଂସ୍ଥାପନ କରି ଜାତି ଓ ଧର୍ମ ନିର୍ବିଶେଷରେ ଜନହିତ ସାଧନ, ଦୁଃଖୀର ଦୁଃଖ ନିବାରଣ ଓ ବେଦାନ୍ତ ଚର୍ଚ୍ଚା ଆଦିରେ ଲାଗି ଅଛନ୍ତି ତାଙ୍କ ଜନ୍ମଠାରୁ ଶତବର୍ଷ ପୂର୍ଣ୍ଣ ହେବାରୁ ଭାରତରେ ତଥା ସମଗ୍ର ଶଭ୍ୟ ଜଗତରେ ତାଙ୍କ ପ୍ରଚାରିତ ସର୍ବଧର୍ମ ସମନ୍ୱୟସୂଚକ ଉତ୍ସବମାନ ମହାସମାରୋହରେ ଅନୁଷ୍ଠିତ ହୋଇଅଛି]