Jump to content

ରାମଚନ୍ଦ୍ର

ଉଇକିଅଭିଧାନ‌ରୁ

ରାମଚନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନାମ)

[ସମ୍ପାଦନା]

ଦଶରଥଙ୍କ ଜ୍ୟେଷ୍ଠ ତନୟର; ରଘୂବୀର ରାମ —Rāma, the eldest son of Daṡaratha.

[ଦ୍ରଷ୍ଟବ୍ୟ —ଅଯୋଧ୍ୟାର ଇକ୍ଷ୍ୱାକୁ ବଂଶରେ ଏହାଙ୍କର ଜନ୍ମ ଏ ବିଷ୍ଣୁଙ୍କର ୭ମ ଅବତାର ଥିଲେ

ଏହାଙ୍କ ବିଷୟ ରାମାୟଣରେ ବର୍ଣ୍ଣିତ କୌଶଲ୍ୟା ଏହାଙ୍କ ମାତା ବସିଷ୍ଟ ଋଷି ଏହାଙ୍କ ଗୁରୁ ଏ ବାଳକ ଥିବା— ବେଳେ ବିଶ୍ୱାମିତ୍ର ଏହାଙ୍କୁ ଓ ଏହାଙ୍କ ବୈମାତ୍ର ଭାଇ ଲକ୍ଷ୍ମଣକୁ ଯାଗରକ୍ଷା କରିବାକୁ ତାଙ୍କ ଆଶ୍ରମକୁ ସଙ୍ଗରେ ନେଇଥିଲେ ଓ ସେଠାରେ ଏ ଯଜ୍ଞବିଘ୍ନକରୀ ବହୁରାକ୍ଷସଙ୍କୁ ବଧ କରିଥିଲେ ଯଜ୍ଞର ନିର୍ବିଘ୍ନ ସମାପ୍ତି ହେବା ପରେ ବିଶ୍ୱାମିତ୍ରଙ୍କ ସଙ୍ଗେ ଏ ଲକ୍ଷ୍ମଣଙ୍କ ସହିତ ରାଜା ଜନକଙ୍କ ରାଜଧାନୀକୁ ସୀତାଙ୍କ ସ୍ୱୟମ୍ୱର ସଭାକୁ ଯାଇଥିଲେ ଓ ସେଠାରେ ଶିବଧନୁକୁ ଭାଙ୍ଗି ସୀତାଙ୍କ ପାଣିଗ୍ରହଣ କଲେ ତତ୍ପରେ ରାଜା ଦଶରଥ ଏହାଙ୍କୁ ଯୌବରାଜ୍ୟାଭିଷକ୍ତ କରିବାକୁ ଇଚ୍ଛା କରିଥିଲେ, କିନ୍ତୁ ଏହାଙ୍କ ବିମାତା ରାଣୀ କୈକେୟୀଙ୍କ ଅନୁଜ୍ଞା ଅନୁସାରେ ପିତୃସତ୍ୟ ପାଳନ କରି ଲକ୍ଷ୍ମଣ ଓ ସତାଙ୍କୁ ସଙ୍ଗେ ଏ ୧୪: ବର୍ଷ ବନବାସ କଲେ ବନବାସ କାଳରେ ଦଣ୍ଡକାରଣ୍ୟରେ ରାବଣ ସୀତାଙ୍କୁ ହରଣ କଲା ଏ ବାନରରାଜ ସୁଗ୍ରୀବ ଓ ହନୁମାନ ଓ ବାନର ସୈନଙ୍କ ସହାୟତାରେ ଲଙ୍କା ଆକ୍ରମଣ କରି ରାବଣକୁ ମାରି ସାତାଙ୍କୁ ଉଦ୍ଧାର କଲେ ଓ ଅଗ୍ନି— ପରୀକ୍ଷା ପରେ ସୀତାଙ୍କୁ ଗ୍ରହଣ କଲେ ଲଙ୍କାରୁ ଫେରି ୧୪: ବର୍ଷ ବନବାସର କାଳ ପୂରବାରୁ ସୀତାଙ୍କ ସହିତ ଅଯୋଧ୍ୟାକୁ ଏ ଆସିଲେ ଓ ରାଜତ୍ୱ କଲେ ପ୍ରଜାମାନେ ତାଙ୍କ ଶାସନରେ ଅତି ସୁଖରେ କାଳଯାପନ କରୁଥିଲେ ଏଥିପାଇଁ ଆଜି ପର୍ଯ୍ୟନ୍ତ 'ରାମରାଜ୍ୟ'ଆଦର୍ଶ ଅର୍ଥରେ ବ୍ୟବହୃତ ହେଉଅଛି ଅଯୋଧ୍ୟାକୁ ଫେରିବା ପରେ ରାବଣହୃତା ସୀତାଙ୍କ ସତୀତ୍ୱ ବିଷୟରେ ପ୍ରଜାଙ୍କ ମନରେ ସନ୍ଦେହ ହେବା ଅବଗତ ହୋଇ ଅନ୍ତଃସତ୍ୱା ସୀତାଙ୍କୁ ଏ ନିର୍ବାସିତ କଲେ ନିର୍ବାସନକାଳରେ ବାଲ୍ମୀକି ଆଶ୍ରମରେ ସୀତାଙ୍କଠାରୁ ଲବ ଓ କୁଶ ନାମକ ଯମଜ କୁମାର ଜନ୍ମ ହେଲେ ତତ୍ପରେ ପିତା ଓ ପୁତ୍ରଦ୍ୱୟଙ୍କର ମିଳନ ହେଲା ସୀତାଙ୍କୁ ଗ୍ରହଣ କରିବା ପାଇଁ ରାମଚନ୍ଦ୍ର ପୁଣି ଅଗ୍ନି ପରୀକ୍ଷା ପ୍ରସ୍ତାବ କରିବାରୁ ସୀତା ଏଥିରେ ଅସମ୍ମତ ହୋଇ ନିଜର ମାତା ପୃଥିବୀଙ୍କ ଗର୍ଭରେ ଲୀନ ହେଲେ ତତ୍ପରେ ଦୈବୀ ନିର୍ବନ୍ଧରେ ଏ ଲକ୍ଷ୍ମଣଙ୍କୁ ମଧ୍ୟ ତ୍ୟାଗ କଲେ ପରେ ଏ ପୁତ୍ରଦ୍ୱୟଙ୍କ ମଧ୍ୟରୁ କୁଶଙ୍କୁ କୋଶଳ ରାଜ୍ୟର ଏବଂ ଲବଙ୍କୁ ଉତ୍ତର କୋଶଳ ରାଜ୍ୟର ଅଧିପତି ପଦରେ ପ୍ରତିଷ୍ଠାପିତ କରି ଅନୁଗତ ସ୍ୱଜନ ଓ ପୁରଜନମାନଙ୍କ ସହିତ ସରୟ ନଦୀରେ ପ୍ରବେଶ ପୂର୍ବକ ସୋଗାଲମ୍ୱନରେ ତନୁ ତ୍ୟାଗ କଲେ] 

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ଲୋକଙ୍କୁ ଦିଆଯିବା ନାମ —୧. A name given to males.
୨. ରମଣୀୟ ଚନ୍ଦ୍ର —୨. The beautiful moon.

[ଉ—ବିଶଦେ ରାମଚନ୍ଦ୍ର ଉଦେ, ବିରାଜିତ ହରି ବିନୋଦେ ଭଞ୍ଜ. ବୈଦେହୀଶବିଳାସ]