Jump to content

ରାମମୋହନ ରାୟ

ଉଇକିଅଭିଧାନ‌ରୁ

ରାମମୋହନ ରାୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ନାମ

[ସମ୍ପାଦନା]

ରାଜା ରାମମୋହନ ରାୟ, ବ୍ରାହ୍ମଧର୍ମର ପ୍ରତିଷ୍ଠାତା ଓ ପ୍ରଚାରକ (୧୭୭୪: —୧୮୩୩: ) —Raja Rammohan Ray; the founder of the Brahmo religion.

[ଏ ଜଣେ ମହାପଣ୍ଡିତ ବଙ୍ଗଳାଭାଷା ଛଡ଼ା ଆରବୀ, ଫାରସୀ, ସଂସ୍କୃତ, ଇଂରାଜୀ, ଉର୍ଦ୍ଧୁ, ହିବ୍ରୁ, ତିବ୍ୱତୀ, ଗ୍ରୀକ ଓ ଲାଟିନଭାଷାରେ ଏ ଅଭିଜ୍ଞତା ଲାଭ କରିଥିଲେ ଏ ଆଧୁନିକ ବଙ୍ଗଳା ଗଦ୍ୟ ଲେଖାର ପ୍ରବର୍ତ୍ତକ ଏ ପୌତ୍ତଲିକତାର ବିରୋଧୀ ଥାଇ ବେଦାନ୍ତ ସମ୍ମତ ଏକଶ୍ୱବାର ବାଦ ପ୍ରଚାର କରିଥିଲ ଏ ଉପବିତ ତ୍ୟାଗ କରି ନ ଥିଲେ ଓ ସନାତନ ହିନ୍ଦୁ ଧର୍ମ୍ମର ପୁନରୁତ୍ଥାନ ପାଇଁ ଯତ୍ନ କରିଥଲେ ଏ ସତୀଦାହ ପ୍ରଥା ରହିତ ହେବା ବିଷୟରେ ଗଭର୍ଣ୍ଣର ଜେନେରଲ୍ ଲଡ୍ ବେଣ୍ଟିଙ୍କୁ ବିଶେଷ ସାହାଯ୍ୟ କରିଥିଲେ ଏ ଦିଲ୍ଲୀ— ସମ୍ରାଟଙ୍କର ବିଶଷ୍ଟ କାର୍ଯ୍ୟ ଉପଲକ୍ଷରେ ବିଲାତ ଯାଇଥିଲେ ଏ ବଙ୍ଗାଳଙ୍କ ମଧ୍ୟରେ ବିଲାତ ଯିବା ବିଷୟରେ ଅଗ୍ରଣି ଏ ମଧ୍ୟ ଫ୍ରାନ୍ସକୁ ଯାଇଥିଲେ ଦିଲ୍ଲୀର ସମ୍ରାଟ ଏହାକୁ ରାଜା ଉପାଧି ଦେଇଥିଲେ ଇଂଲଣ୍ଡର ଅନ୍ତଃପାତୀ ବ୍ରିଷ୍ଟଲ୍ ନଗରରେ ଏହାଙ୍କର ମୃତ୍ୟ ହୋଇଥିଲା ସେଠାରେ ଏହାଙ୍କ ସମାଧି ଅଛି]