ରାମାନନ୍ଦୀ ଚିତା କାଟିବା
ଦେଖଣା
ରାମାନନ୍ଦୀ ଚିତା କାଟିବା
ଉଚ୍ଚାରଣ
[ସମ୍ପାଦନା](ରାମାନନ୍ଦୀଚିତା କାଟିଦେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ରାମାନନ୍ଦୀ ଚିତା କାଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତିର ମୁଣ୍ଡରେ ରାମାନନ୍ଦୀ ତିଳକ ଚିତ୍ର ଅଙ୍କିତ କରିବା —୧. To paint the Ramandī sandal paste paint on another's forehead.
- ୨. (ଲକ୍ଷଣାର୍ଥ)—ଭଣ୍ଡାଇକରି ଧନ ଆଦି ନେବା —୨. To defraud a person of cash etc by undue influence.
[ଦ୍ରଷ୍ଟବ୍ୟ —ବୈଷ୍ଣବ ଗୁରୁ କୌଣସି ଶିଷ୍ୟକୁ ମନ୍ତ୍ର ଦେଇ ଦୀକ୍ଷିତ କଲାବେଳେ ଉକ୍ତ ଶିଷ୍ୟକୁ ଡ଼ୋର, କଉପୁନି, ମାଳା ଓ ତିଳକ ଦିଅନ୍ତି, ଅର୍ଥାତ୍, ଶିଷ୍ୟ ଉକ୍ତ ଡ଼ୋରକୁ ଅଣ୍ଟାରେ ପିନ୍ଧି ତା ଉପରେ କୌପୀନ ପରିଧାନ କଲେ ଗୁରୁ ଶିଷ୍ୟର ବେକରେ ତୁଳସୀ ମାଳାଟି ପିନ୍ଧାଇ ଦିଅନ୍ତି ଓ ଆପଣାର ସମ୍ପ୍ରଦାୟର ବିଶିଷ୍ଟ ତିଳକ ଚିହ୍ନ ତା କପାଳରେ କାଟଦିଅନ୍ତି, ଅର୍ଥାତ୍ ନିଜେ ଶିଷ୍ୟ ମୁଣ୍ଡରେ ଅଙ୍କିତ କରିଦିଅନ୍ତି ରାମାନନ୍ଦୀ ସମ୍ପ୍ରଦାୟର ଗୁରୁ ନବଦୀକ୍ଷିତ ଶିଷ୍ୟର ମୁଣ୍ଡରେ ତିଳକ କାଟିଦେଇ ଶିଷ୍ୟ ଉପରେ ଅଯଥା ଅଧିକାର ବିସ୍ତାରପୂର୍ବକ ଶିଷ୍ୟଠାରୁ ଧନ ଆଦି ଠକାଇ ନେବାର ଓ ଶିଷ୍ୟଙ୍କ ପରିବାରରେ ମଧ୍ୟ ସମୟସମୟରେ ଝଗନ୍ୟ କାଣ୍ଡମାନ ଘଟାଇବାର ଉଦାହରଣ ବିରଳ ନୁହେ ଏଥିପାଇଁ କୌଣସି ବ୍ୟକ୍ତିକୁ ରାମାନନ୍ଦୀ ଚିତା ଦେବା ବା ରାମାନନ୍ଦୀ କାଟିବା ବାକ୍ୟର ଲକ୍ଷଣାର୍ଥ—'ବଣ୍ଡାଇକରି ଧନ ଆଦି ନେବା' ହୋଇଅଛି]