Jump to content

ରାମାନୁଜ

ଉଇକିଅଭିଧାନ‌ରୁ

ରାମାନୁଜ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ରାମ+ଅନୁଜ)

[ସମ୍ପାଦନା]
୧. ରାମଚନ୍ଦ୍ରଙ୍କ ସାନ ବୈମାତୃକ ଭାଇ ଲକ୍ଷ୍ମଣ —୧. Lakshmana, the younger brother of Rāmachandra.

ଦେଶଜ - ବିଶେଷ୍ୟ - ନାମ

[ସମ୍ପାଦନା]
୧. ଦାକ୍ଷିଣାତ୍ୟପ୍ରଦେଶରେ ଖ୍ରା: ଦ୍ୱାଦଶ ଶତାଦ୍ଦୀରେ ଆବିର୍ଭୁତ ସୁପ୍ରସିଦ୍ଧ ବିଷ୍ଣୁ ଭକ୍ତ ଓ ଧର୍ମ ପ୍ରଚାରକ —୧. Name of a Hindu religious reformer of South India in the ୧୨th century.

[ଦ୍ରଷ୍ଟବ୍ୟ —ଏହାଙ୍କ ଜନ୍ମ ସମ୍ଭବତଃ ଖ୍ରୀ: ୧୭୩: ଓ ମୃତ୍ୟୁ ୧୧୯୪:ରେ ୧୨୧: ବର୍ଷ ବୟସରେ ହୋଇଥିଲା (ହିନ୍ଦୀ - ଶ.) ଏ ଶୈବମତ ଓ ଜୈନମତ ବିରୁଦ୍ଧରେ ବିଷ୍ଣୁ ମତ ପ୍ରତିଷ୍ଠିତ କରିବାପାଇଁ ଚେଷ୍ଟା କରିଥିଲେ ସେଥିପାଇଁ ଏହାକୁ ତାତ୍କାଳିକ ରାଜା ପ୍ରଜାଙ୍କ ଠାରୁ ନାନା ନିଗ୍ରହ ଭୋଗ କରିବାକୁ ପଡ଼ିଥିଲା ଏ ପ୍ରଥମେ ଦାକ୍ଷିଣାତ୍ୟର ଚୋଳ ରାଜ୍ୟରେ, ପରେ ସେଠାରୁ ପଳାଇଯାଇ ମହିଶୂର ରାଜ୍ୟରେ ଆଶ୍ରୟ ଗ୍ରହଣ କରିଥିଲେ ଓ ମହିଶୂର ରାଜାଙ୍କୁ ନିଜ ମତରେ ଦିକ୍ଷିତ କରିଥିଲେ ରାମାନନ୍ଦ ଓ କବୀର ମଧ୍ୟ ଏହାଙ୍କ ମତାବଲମ୍ୱି ରାମାନଜ ରାମଭକ୍ତ ବୈଷ୍ଣବ ଓ ଚୈତନ୍ୟ କୃଷ୍ଣଭକ୍ତ ବୈଷ୍ଣବ ଥିଲେ ମଧ୍ୟ ଚୈତନ୍ୟ ଦେବ ରାମାନୁଜଙ୍କ ମତର ସାର ମର୍ମ ବିଷ୍ଣୁଭକ୍ତିକୁ ଗ୍ରହଣ କରିଥିଲେ ଶଙ୍କରାଚାର୍ଯ୍ୟ ଯେଉଁପରି ବୌଦ୍ଧ ଧର୍ମର ବିରୋଧୀ ଥିଲେ ରାମାନୁଜ ସେହିପରି ଜୈନ ଧର୍ମର ବିରଧି ଥିଲେ ଏହାଙ୍କ

ଦାର୍ଶନିକ ସିଦ୍ଧାନ୍ତରେ ଅଧାର ଉପନିଷଦ୍ ଅଟେ ବେଦାନ୍ତରେ ଏହାଙ୍କ ସିଦ୍ଧାନ୍ତ 'ବିଶିଷ୍ଟାଦ୍ୱୈତ' ନାମରେ ପ୍ରସିଦ୍ଧ ଅଟେ ରାମାନୁଜ ବାଲ୍ମୀକି ରାମାୟଣର ଖଣ୍ଡିଏ ଟୀକା, ବେଦାନ୍ତ— ସାର ଓ ବେଦାନ୍ତ ଦୀପ ନାମକ ବେଦାନ୍ତସୁତ୍ରର ବ୍ୟାଖ୍ୟା ଓ ବେଦାର୍ଥସଂଗ୍ରହ ଗ୍ରନ୍ଥମାନ ସଂସ୍କୃତରେ ରଚନା କରିଥିଲେ ଓ ବ୍ରହ୍ମସୂତ୍ର ଓ ଭଗବଦ୍ଗୀତା ଭାଷ୍ୟ ରଚନା କରିଥିଲେ 

ରାମାନୁଜପ୍ରବର୍ତ୍ତିତ ଧର୍ମ ଦାକ୍ଷିଣାତ୍ୟରେ ପ୍ରତିଷ୍ଠାଲାଭ କରିଥିଲା ଓ ଏହାଙ୍କ ପରବର୍ତ୍ତୀ ରାମାନନ୍ଦ ଏହି ଧର୍ମମତ ଭାରତର ଆର୍ଯ୍ୟାବର୍ତ୍ତରେ ପ୍ରଚାରିତ କରିଥିଲେ

ରାମାନୁଜ ଓ ରାମାନନ୍ଦ ଉଭୟଙ୍କ ଧର୍ମମତ ରାମୋ ପାସନାମୂଳକ ତେବେ, କେତେକ ସାମାନ୍ୟ ବିଷୟରେ, ଯଥା ଚିତାରେ, ଏ ଦୁହିଙ୍କର ପ୍ରଭେଦ ଅଛି

ରାମାନୁଜମାନେ ଗୃହୀ ଓ ନିହଙ୍ଗୀ ହୋଇପାରନ୍ତି, କିନ୍ତୁ ରାମାନନ୍ଦୀମାନେ ନିହଙ୍ଗୀ

ପୁରୀର ପ୍ରସିଦ୍ଧ ଇମାର ମଠ, ଦକ୍ଷିଣପାର୍ଶ୍ୱ, ଉତ୍ତରପାର୍ଶ୍ୱ ଆଦି ମଠର ମହନ୍ତମାନେ ରାମାନୁଜସଂପ୍ରଦାୟର 'ନିହଙ୍ଗା' ବୈଷ୍ଣବ ଓ କଟକ ଜଗନ୍ନାଥବଲ୍ଲଭ ଆଦି ମଠର ମହନ୍ତମାନେ ରାମାନୁଜସଂପ୍ରଦାୟର 'ଗୃହୀ' ବୈଷ୍ଣବ ଅଟନ୍ତି

ମଞ୍ଜୁଷା ରାଜବଂଶ ରାମାନୁଜ ତିଳକ ଧାରଣ କରନ୍ତି ଓ ସେଠାରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ କର୍ମଚାରୀ ଏହି ତିଳକ ଲଗାନ୍ତି]

୨. ରାମାନୁଜଙ୍କ ପ୍ରବର୍ତ୍ତିତ ବୈଷ୍ଣବଧର୍ମସଂପ୍ରଦାୟ — ୨. The B&aline;i̱shṇaba sect started by Rāmānuja.
୩. ରାମାନୁଜସଂପ୍ରଦାୟଭୁକ୍ତ ବୈଷ୍ଣବ — ୩. A B&aline;i̱shṇaba following Rāmānuja's doctrines.