ରାମ ଚଣ୍ଡୀ
ରାମ ଚଣ୍ଡୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ରାମ ଓ ଚଣ୍ଡୀ; ରାମଚନ୍ଦ୍ରଙ୍କ ପୂଜିତା ଚଣ୍ଡୀ)
[ସମ୍ପାଦନା]- ୧. ଠାକୁରାଣୀ ପ୍ରତିମାଙ୍କ ନାମ — ୧. Name of a popular Goddess.
- ୨. ପୁରୀର ତନ୍ନାମିକା ଦେବୀ ପ୍ରତିମା —୨. The image of Goddess Rāmachaṇḍi in Puri.
[ଦ୍ରଷ୍ଟବ୍ୟ —ଏ ଠାକୁରାଣୀଙ୍କ ମନ୍ଦିର ଯେଉଁ ସାହିରେ ଅଛି ତହାର ନାମ ରାମଚଣ୍ଡୀ ସାହୀ]
- ୩. ପୁରୀ ଜିଲ୍ଲା କୋଣାର୍କର ଦକ୍ଷିଣ ପଶ୍ଚିମକୁ ପ୍ରାୟ ତିନି ମାଇଲ ଦୂରରେ ବିସ୍ତୀର୍ଣ୍ଣ କୁଶଭଦ୍ରା ମୁହାଣରେ ଉଚ୍ଚ ବାଲିକୁଦ (ବନ୍ତ) ଉପରେ ଗୋଟିଏ ମନ୍ଦିରରେ ଅଧିଷ୍ଠିତା ଦୂର୍ଗା ବିଗ୍ରହ — ୩. The celebrated image of the Goddess Durgā near about the koṇārka temple.
[ଦ୍ରଷ୍ଟବ୍ୟ —ସେହି କୁଦ ଉପରେ କେତୋଟି ବର ଗଛ ଓ ଗୋଟିଏ ମାତ୍ର ତାଳ ଗଛ ଅଛି; ଚାରିପଟେ ଅପନ୍ତରା ବାଲିପାଟ ସେହି ବାଲିପାଟରେ ବହୁତ କୃଷ୍ଣସାର ମୃଗ ବୁଲୁଥାଆନ୍ତି ଏହି କୁଦ ଉପରେ ନିର୍ମଳ ଦିନରେ ଠିଆ ହେଲେ ଟକ୍ରବାଳର ଏକଦିଗରେ ଭଗ୍ନ କୋଣାର୍କମନ୍ଦିର ଓ ଅନ୍ୟ ଦିଗରେ ବହୁ କଷ୍ଟରେ ପୁରୀ ବଡ଼ ଦେଉଲର ଚୂଡ଼ା ଦେଖାଯାଏ
ପଣ୍ଡିତ ନୀଳକଣ୍ଠ ଦାଶ 'କୋଣାର୍କେ' କାବ୍ୟର ଗ୍ରନ୍ଥ— ପ୍ରବେଶ ମତରେ ରାମଚଣ୍ଡୀ ପୂର୍ବେ କୋଣାର୍କରେ ଥିଲେ କିମ୍ୱଦନ୍ତୀ ଅଛି ୟେ, କଳାପାହାଡ଼ ହିନ୍ଦୁଦେବଦେବୀଙ୍କ ପବିତ୍ରତା ନଷ୍ଟ କଲାବେଳେ ରାମଚଣ୍ଡୀ ନାରୀରୂପରେ ଗୋଟିଏ ମାଠିଆ ଧରି ମନ୍ଦିରରୁ କୁଶଭଦ୍ରାକୁ ପାଣିପାଇଁ ଗଲେ କଳାପାହାଡ଼ ଖୋଜି ଆସି ଦେଖିଲାବେଳକୁ ସେ କୁଶ- ଭଦ୍ରାରେ ମାଠିଆ ଧରି ଭାସୁଅଛନ୍ତି ସେହିଦିନଠାରୁ ରାମଚଣ୍ଡୀ ଆଉ କୋଣାର୍କକୁ ଫେରି ନାହାନ୍ତି ଲୋକେ ଏବେ ମଧ୍ୟ ଏହି କିମ୍ୱଦନ୍ତୀକୁ ଲକ୍ଷ୍ୟ କରି ପ୍ରବଚନ କହନ୍ତି ===
ଭଲା ରାମଚଣ୍ଢୀ ଭଲାରେ !
କଳାପାହାଡ଼କୁ ଦୁଆରେ ବସାଇ ବଳା ପାଣିପାଇଁ ଗଲାରେ ନୀଳକଣ୍ଠଦାଶ, 'କୋଣାର୍କେ' ରାମଚଣ୍ଡୀ ୧୮୧: ଧାଡ଼ିର ଟୀକା]