ରାଶିଫଳ

ଉଇକିଅଭିଧାନ‌ରୁ

ରାଶିଫଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

(ଫଳିତ ଜ୍ୟୋତିଷ)—ଜନ୍ମକାଳରେ ଚନ୍ଦ୍ରର କୌଣସି ରାଶିରେ ଅବଲସ୍ଥିତି ଯୋଗୁଁ ଜାତ ବ୍ୟକ୍ତିର ସ୍ୱଭାବାଦି —(Astrology) The affect of the natal sign of the Zodiac on a man'a life.

[ ଦ୍ର:—ରାଶିଫଳ— ମନୁଷ୍ୟର ଜନ୍ମାକାଳରେ ଚନ୍ଦ୍ର ଯେଉଁ ରାଶିରେ ଥାଏ, ତାହା ସେହି ମନୁଷ୍ୟର ରାଶି ଚନ୍ଦ୍ରର ଏହି ଅବସ୍ଥିତ ଯୋଗୁ ମନୁଷ୍ୟର ସ୍ୱଭାବାଦି କିପରି ହୁଏ, ଜ୍ୟୋତିଃଶାସ୍ତ୍ର ମତରେ ତାହା ନିମ୍ନରେ ଦିଆଗଲା

ଭବତି ବିରଳକେଶଶ୍ଚଞ୍ଚଳ ସ୍ତ୍ୟାଗଶୀଳୋ ରୁଚିରଶୁଚିବିଳାସୀ ବାବଦୂକୋ ଦୂରନ୍ତଃ ନ ଭବତି ଗୃହମେଧୀ କୂରନେକ୍ରୋଽକ୍ପମେଧା ଧନପତି ରିହଦାତା ମେଷରାଶିର୍ମନୁଷ୍ୟାଃ ୧

ମେଷ ରାଶିରେ ଜାତ ବ୍ୟକ୍ତି ଅଳ୍ପ କେଶବିଶିଷ୍ଟ, ଚଞ୍ଚଳ, ତ୍ୟାଗଶୀଳ, ଲାବଣ୍ୟଯୁକ୍ତଶରୀର, ପବିତ୍ର, ବିଳାସୀ, ବହୁଭାଷୀ, ଦୂରନ୍ତ, ଗୃହ ବାସରେ ଅନିଚ୍ଛୁକ, କ୍ରୂରନେତ୍ର (ଟେରା), ଅଳ୍ପମେଧାବୀ, ଧନପତି ଓ ଦାତା ହୁଏ

ପୃଥୁ ଜଘନ—କପୋଳଃ ସ୍ଥୂଳନେକ୍ରୋଽଳ୍ପଭାଷୀ ଶୁଚି ରତିଶୟ ଦେକ୍ଷା ରମ୍ୟଦେହଃ ସୁଖୀଚ ଦ୍ୱିଜଗୁରୁସୁରଭକ୍ତଃ ଶ୍ଳେଷ୍ମବାତସ୍ୱଭାବଃ ସିତ କୁଟିଳକଚାଗ୍ରୋ ରୋମୟକ୍ତୋବୃଷାଖ୍ୟଃ ୨

ବୃଷ ରଶିରେ ଜାତ ବ୍ୟକ୍ତି ସ୍ଥୂଳଜଘନ ଓ ସ୍ଥୂଳଗଣ୍ଡ, ସ୍ଥୂଳ ନେତ୍ର, ଅଳ୍ପଭାଷୀ, ଶୁଚି, ଅତି , ଅତି ଦକ୍ଷ, ରମଣୀୟଦେହ— ବିଶିଷ୍ଟ, ସୁଖୀ, ଦେବଗୁରୁ ବ୍ରାହ୍ମଣରେ ଭକ୍ତିମାନ୍, ବାତଶ୍ଳେଷୁ— ପ୍ରକୃତି ଓ ରୋମଯୁକ୍ତ; ପୁଣି ତାହାର କେଶାଗ୍ର ଶୁକ୍ଳ ଓ ବକ୍ର ହୁଏ

ମୃଦୁରୁପଚିତ ଗାତ୍ରଃ ପାଠବିସ୍ପଷ୍ଟବାକ୍ୟାଃ ପରଜନ ହିତକାରୀ ପଣ୍ଡିତଃ କ୍ରୂରଚିତ୍ତଃ ପ୍ରକୃତିମଳିନବେଶଃ ଶ୍ଳେଷ୍ମବାତପ୍ରପନ୍ନୋ— ଭବତି ମିଥୁନରାଶିର୍ଗୀତବାଦ୍ୟାନୁରକ୍ତଃ ୩


ମିଥୁନ ରାଶି ଜାତବ୍ୟକ୍ତି ମୃଦୁପ୍ରକୃତି, ପୁଷ୍ଟଶରୀର, ପାଠ— କାଳରେ ଅସ୍ପଷ୍ଟ ଉଚ୍ଚାରଣକାରୀ, ପରୋପକାରୀ, ପଣ୍ଡିତ, କ୍ରୁର— ଚିତ୍ତ, ସ୍ୱଭାବତଃ ମଳିନବେଶଧାରୀ, ବାତଶ୍ଳେଷ୍ମପ୍ରକୃତି ଏବଂ ଗୀତରେ ଓ ବାଦ୍ୟରେ ଅନୁରକ୍ତ ହୁଏ

ପ୍ରବଳ କଫଶରୀରୋ ଦେବନମ୍ରଃ ପ୍ରକାଶ୍ୟଃ ସ୍ୱୟମୁପଚିତବିତ୍ତୋ ଦେବତାବିଭ୍ରକ୍ତଃ କୁଳପତିରିବଧନ୍ୟୋ ମଣ୍ଡଳାକାରମୂର୍ତ୍ତି— ର୍ଭବତି ବିପୁଳବକ୍ଷାଃ କର୍କଟୋ ଯସ୍ୟ ରାଶିଃ ୪

କର୍କଟ ରାଶିଜାତ ବ୍ୟକ୍ତି ବିଷେଷ କଫଯୁକ୍ତ, ଦେବ କାର୍ଯ୍ୟରେ ଉତ୍ସାହୀ, ତେଜସ୍ୱୀ, ସ୍ୱୀୟ କ୍ଷମତାରେ ଉପାର୍ଜ୍ଜନକାରୀ, ଦେବବ୍ରାହ୍ମଣ ଭକ୍ତ, କୁଳପତିତୁଲ୍ୟ ମାନ୍ୟ ବର୍ତ୍ତୁଳମୁଖ ଓ ବିଶାଳବକ୍ଷୋଯୁକ୍ତ ହୁଏ

ଉଦରଭରଣତୁଷ୍ଟଃ କ୍ରୋଧନୋ ମାଂସଲୁବ୍ଧୋ ଗହନ ଗିରିଗୁବାନାଂ ସେବନୋ ବନ୍ଧୁହୀନଃ କପିଳନୟନଯୁକ୍ତସ୍ତୁଙ୍ଗବକ୍ଷାଃ କ୍ଷୁଧାର୍ତ୍ତୋ— ଭବତି ଯୁବତୀସେବୀ ପଣ୍ଡିତଃ ସିଂହରାଶିଃ ୫

ସିଂହରାଶି ଜାତ ବ୍ୟକ୍ତି ସ୍ୱୀୟ ଉଦରପୂରଣରେ ସନ୍ତୁଷ୍ଟ, କ୍ରୋଧୀ, ମାଂସଲୋଭୀ, ଅରଣ୍ୟ, ପର୍ବତ ଓ ଗୁହାପ୍ରିୟ, ବନ୍ଧୁହୀନ, କପିଳବର୍ଣ୍ଣ ଚକ୍ଷୁର୍ଯୁକ୍ତ, ଉଚ୍ଚବକ୍ଷାଃ, କ୍ଷୁଧାତୁର, ଯୁବତୀସେବୀ ଓ ପଣ୍ଡିତ ହୁଏ

ବିମଳମତି ସୁଶୀଳୋ ଲେଖ୍ୟବୃତ୍ତିଃ କବି ର୍ବା କୃଶତନୁ ଧନଯୁକ୍ତଃ କାନ୍ତଧୀରଃ ସୁଖୀଚ ଭବତି ନୟନରୋଗୀ ଧର୍ମ୍ମ କର୍ମ୍ମାନୁରକ୍ତୋ— ଗୁରୁଜନ ହିତକାରୀ କନ୍ୟାକା ଯସ୍ୟ ରାଶିଃ ୬

କନ୍ୟାରାଶି ଜାତବ୍ୟକ୍ତି ନିର୍ମଳବୁଦ୍ଧି, ସୁଶୀଳ, ଲେଖକ ବା କବି, କୃଶଶରୀର, ଧନୀ, କମନୀୟଦେହ, ଧୀର, ସୁଖୀ, ଚକ୍ଷରୋଗୀ, ଧର୍ମ୍ମକର୍ମ୍ମାନୁରାଗୀ ଓ ଗୁରୁଜନଙ୍କ ହୀତକାରୀ ହୁଏ

ଭବତି ଶିଥିଳଗାତ୍ରୋ ନାତିଦୀର୍ଘପ୍ରମାଣୋ ଜନୟତି ପରିତୋଷ ବାନ୍ଧବାନାଂ ପ୍ରଦାନୈଃ ଅତିଶୟ ବହୁଭାଷୀ ଜ୍ୟୋତିଷାଂଜ୍ଞାନଯୁକ୍ତୋ ଭବତିହି ତୁଳରାଶିର୍ଭୃତ୍ୟବର୍ଗାନୁରକ୍ତଃ

ତୁଳରାଶି ଜାତବ୍ୟକ୍ତି ନାତିଦୀର୍ଘ ଓ ଶିଥିଳଗାତ୍ରଯୁକ୍ତ; ଦାନଦ୍ୱାରା ବାନ୍ଧବମାନଙ୍କର ସନ୍ତୋଷୋତ୍ପାଦନକାରୀ, ବହୁଭାଷୀ, ଜ୍ୟୋତିଃସାସ୍ତ୍ରପାରଙ୍ଗମ ଓ ଭୃତ୍ୟମାନଙ୍କଠାରେ ଅନରକ୍ତ ହୁଏ

ବହୁ—ଜନ—ଧନଭୋଗୀ ସ୍ତ୍ରୀଷୁ ସୌଭାଗ୍ୟଯୁକ୍ତଃ ପିଶୁନମତି ମନୁଷ୍ୟୋ ରାଜସେବାନୁରକ୍ତଃ ଅଭିଳଷତି ପରାର୍ଥଂ ନିତ୍ୟମୁଦ୍ଯୋଗଯୁକ୍ତୋ— ଦୃଢ଼ମତିରତିଶୂରୋ ବୃଶ୍ଚିକୋ ଯଶ୍ୟରାଶିଃ

ବୃଶ୍ଚିକ ରାଶିଜାତବ୍ୟକ୍ତି ବହୁ ଧନଜନରେ ଯୁକ୍ତ, ଭୋଗୀ, ଉତ୍ତମ ସ୍ତ୍ରୀଯୁକ୍ତ, କ୍ରୂରମତି, ରାଜସେବାନୁରକ୍ତ, ପରଦ୍ରବ୍ୟାଭିଳାଷୀ, ଉଦ୍ଯୋଗଯୁକ୍ତ, ଗୃଢ଼ମଢ଼ି ଓ ଅତିଶୟ ବୀର ହୁଏ

ଧନୁରିବଗୁଣଯୁକ୍ତଃ କୀର୍ତ୍ତିମାନ୍ ପୂଜନୀୟଃ କୁଳପତି ରସବିଜ୍ଞୋ ବନ୍ଧୁ ବର୍ଗୈ କପାତ୍ରଃ ବହୁଧନଜନଯୁକ୍ତୋ ଦେବବିପ୍ରୋପସେବୀ ମୃଦୁଗତିରସହିଷ୍ଣୁଃ କାର୍ମୁକୋ ଯସ୍ୟରାଶିଃ

ଧନୁରାଶି ଜାତବ୍ୟକ୍ତି ବହୁଗୁଣଯୁକ୍ତ, କୀର୍ତ୍ତିମାନ୍ ପୂଜନୀୟ, କୁଳପତି, ରସିକ, ବନ୍ଧୁଗଣପୂର୍ଜ, ବହୁ ଧନ ଜନଯୁକ୍ତ, ମୃଦୁଗତି ଓ ଅସହିଷ୍ଣ ହୁଏ

ଅଭିଳଷତି ପରସ୍ତ୍ରୀଂ ଲବ୍ଧ ସମ୍ପତ୍ତିଭୋଗୋ— ନରପତିରିବ ଚଣ୍ଡୋ ମନ୍ତ୍ରବାଦେ ପ୍ରସକ୍ତଃ କୃଶତନୁ ରତିବୁଦ୍ଧି ର୍ବନ୍ଧୁବର୍ଗସ୍ୟ ଭର୍ତ୍ତା ଭବତି ମକରରାଶି ର୍ମାନବୋ ବୀରଭାବଃ

ମକରରାଶି ଜାତ ବ୍ୟକ୍ତି ପରସ୍ତ୍ରୀଲୋଲୁପ, ପ୍ରାପ୍ତସମ୍ପତ୍ତି— ଭୋଗୀ, ରାଜତୁଲ୍ୟ ପ୍ରତାପବାନ୍, ମନ୍ତ୍ରବାଦଯୁକ୍ତ, କୃଶ— ଶରୀର, ବୁଦ୍ଧିମାନ୍, ବନ୍ଧୂଗଣଙ୍କର ଭରଣପୋଷକାରୀ ଓ ବୀରସ୍ୱଭାବ ହୁଏ

ତୁରଗ ଇବ ସୁଦୃଷ୍ଟଃ ସୁନ୍ଦରଃ ସ୍ୱଚ୍ଛଚିତ୍ତଃ ସ୍ଥିରଧନମଭିଳାଷୀ ମାନିନୀବକ୍ରଚିତ୍ତଃ ବହୁଧନ ପରିବାରୋ ଜ୍ଞାତିବନ୍ଧୁ ପ୍ରମୋଦୀ ପରିଜନ ହିତକାରୀ ଯସ୍ୟ ରାଶି ର୍ଘଟାଖ୍ୟଃ

କୁମ୍ଭରାଶି ଜାତବ୍ୟକ୍ତି ଅଶ୍ୱନ୍ୟାୟ ସୁନ୍ଦର ଦୃଷ୍ଟିଯୁକ୍ତ, ସୁନ୍ଦର, ସରଳମନା, ସ୍ଥିରଧନେଚ୍ଛୁ, ମାନବତୀ ନିଜ ଭାର୍ଯ୍ୟାଠାରେ ବିମୁଖ, ବହୁଧନ, କୁଟୁମ୍ୱଯୁକ୍ତ, ଜ୍ଞାତିବନ୍ଧୁ ପ୍ରମୋଦୀ ଓ ପରୋପକାରୀ ହୁଏ

ଜନଧନସୁଖୋକ୍ତୋ ମୈଥୁନାଦି ପ୍ରସକ୍ତଃ ସମରୁଚିରଶରୀରୋ ବସ୍ତୁଲାଭୋଽଳ୍ପମଧ୍ୟଃ ଅଭିଭବତି ସପତ୍ନାନ୍ ସ୍ତ୍ରୀଜିତୋବ୍ୟକ୍ତ କାନ୍ତି— ରତିଶୟ ଧନଲୋଭୀ ପଣ୍ଡିତୋମୀନରାଶିଃ

ମୀନରାଶି ଜାତବ୍ୟକ୍ତି ଧନଜନ ଓ ସୁଖଭୋଗୀ, ରତି— କ୍ରିୟାସକ୍ତ, ରୁଚିବିଶିଷ୍ଟ ଶରୀର, ବସ୍ତୁଲାଭକାରୀ; ମଧ୍ୟଦେଶା କୃଶ, ଶତ୍ରୁଜୟୀ, ସ୍ତ୍ରୀଜିତ, କାନ୍ତିମାନ୍, ଲୋଭାସକ୍ତି ଓ ପଣ୍ଡିତ, ହୁଏ (ସନ୍ଦର୍ଭଲେଖକ—ଶ୍ରୀ ବାଇକୋଳି ମହାପାତ୍ର)