Jump to content

ରାଶି ଚକ୍ର

ଉଇକିଅଭିଧାନ‌ରୁ

ରାଶି ଚକ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ଜ୍ୟୋତିଷ) ଜ୍ୟୋତିଷି ଚକ୍ର ବା ବୃତ୍ତ— [ଦ୍ରଷ୍ଟବ୍ୟ —ଏହାର ପରିଧି ୧୨:ଟି ଅଂଶରେ ବିଭିକ୍ତ ହୋଇ ପ୍ରତ୍ୟେକ ଗୃହକୁ ଗୋଟିଏ ରାଶି ଅଧିକାର କରେ; ଏହା ସୂର୍ଯ୍ୟଙ୍କର ଓ ସମସ୍ତ ଗ୍ରହମାନଙ୍କର ଭ୍ରମଣମାର୍ଗ]; ଭଚକ୍ର The zodiac; the circle representing the respective positions of the zodiacal signs.

[ଦ୍ରଷ୍ଟବ୍ୟ —ରାଶିଚକ୍ର—ମେଷାଦି ଦ୍ୱାଦଶ ରାଶିଯୁକ୍ତ ବୃତ୍ତା ଏହା ୩୬: ଅଂଶରେ ବିଭକ୍ତି ଓ ୩ ଅଂଶ ଘେନି ଏକ ରାଶି ଗଠିତ ଓ ପ୍ରବହ— ବାୟୁଦ୍ୱାରା ଚାଳିତ ଭଚକ୍ର ଧ୍ରୁବୟୋ ର୍ବଦ୍ଧମାକ୍ଷିପ୍ତଂ ପ୍ରବହାନିଳୈଃ ପର୍ଯ୍ୟେତ୍ୟଜସ୍ରଂ ତନ୍ନଦ୍ଧା ଗ୍ରହକକ୍ଷା ଯଥାକ୍ରମଂ ସୂର୍ଯ୍ୟ ସିଦ୍ଧାନ୍ତ

x x x

ପୁନଶ୍ଚ— ସପ୍ତବିଂଶତି ଭୈର୍ଜ୍ୟୋତିଶ୍ଚକ୍ରଂ ସ୍ତ୍ରିମିତ ବାୟୁଗଂ, ତଦର୍କାଂଶୋ ଭବେଦ୍ରାଣି ନବର୍କ୍ଷଚରଣାଙ୍କିତଃ ଦୀପିକା ଅର୍ଥାତ୍ ରାଶିଚକ୍ରର ୩୬: ଅଂଶରେ ୨୭:ଟି ନକ୍ଷତ୍ର ଅବସ୍ଥିତ ପ୍ରତ୍ୟେକ ନକ୍ଷତ୍ର ଓ ଅପର ଏକ ନକ୍ଷତ୍ରର ଏକଚରଣ ଘେନି ଗଢ଼ା

ଯଥା—ଅଶ୍ୱିନୀ, ଦ୍ୱିଜା ଓ କୃତ୍ତିକାର ଏକ ପାଦ ନେଇ ମେଷରାଶି ଗଠିତ; କୃତ୍ତିକାର ୩ ପାଦ ୨ ରୋହିଣୀ ଓ ମୃଗଶିରାର ଦୁଇ ପାଦ ନେଇ ବୃଷରାଶି ଗଠିତ; ମୃଗଶିରାର ୨ ପାଦ, ଆର୍ଦ୍ରା, ପୁନର୍ବସୁର ୩ ପାଦ ନେଇ ମିଥୁନ ରାଶି ଗଠିତ; ପୁନର୍ବସୁ ୧ ପାଦ, ପୁଷ୍ୟାଓ ଅଶ୍ଳେଷା ନେଇ କର୍କଟରାଶି ଗଠିତ; ମଘା, ପୂର୍ବାଫାଲ୍ଗୁନୀ ଓ ଉତ୍ତରା— ଫାଲ୍ଗୁନୀର ଏକପାଦ ନେଇ ସିଂହରାଶି ଗଠିତ; ଉତ୍ତରା— ଫାଳ୍ଗୁନୀର ୩ ପାଦ, ହସ୍ତା, ଚିକ୍ରାର ୨ ପାଦ ନେଇ କନ୍ୟାରାଶି ଗଠିତ; ଚିତ୍ରାର ୨ ପାଦ, ସ୍ୱାତୀ, ବିଶାଖାର ୩ ପାଦ ନେଇ ତୁଳାକାଶି ଗଠିତ; ବିଶାଖାର ୧ ପାଦ, ଅନୁରାଧା, ଜ୍ୟେଷ୍ଠା ନକ୍ଷତ୍ର ନେଇ ବୃଶ୍ଚିକରାଶି ଗଠିତ; ମୂଳା, ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ନକ୍ଷତ୍ରର ୧ ପାଦ ନେଇ ଧନୁରାଶି ଗଠିତ; ଉତ୍ତରାଷା଼ଢ଼ାର ୩ ପାଦ, ଶ୍ରବଣା ଓ ଧନିଷ୍ଠାର ୨ ପାଦ ନେଇ ମକର ଗଠିତ; ଧନିଷ୍ଠାର ୨ ପାଦ ଶତିଭିଷା ଓ ପୂର୍ବଭାଦ୍ରର ୩ ପାଦ ନେଇ କୁମ୍ଭ ଗଠିତ; ପୂର୍ବଭାଦ୍ରବର ୧ ପାଦ, ଉତ୍ତରଭାଦ୍ରବ ଓ ରେବତୀ ନକ୍ଷତ୍ର ନେଇ ମୀନରାଶି ଗଠିତ

ଭଗବାନ୍ ସୂର୍ଯ୍ୟଚନ୍ଦ୍ରଦି ସୃଷ୍ଟି କଲାପରେ ଆପଣାକୁ ଦ୍ୱାଦଶ ଭାଗରେ ବିଭକ୍ତି କରି ଗ୍ରହନକ୍ଷତ୍ରାଦି ଚରାଚରକୁ ଧାରଣ କଲେ, ପ୍ରମାଣ—

ଅଥସୃଷ୍ଟ୍ୟାଂ ମନଶ୍ଚକ୍ରେ ବ୍ରହ୍ମାହଙ୍କାର ମୂର୍ତ୍ତିଭୂତ୍ ମନସଶ୍ଚନ୍ଦ୍ର ମାଜଜ୍ଞେ ସୁର୍ଯ୍ୟକ୍ଷ୍ ଣୋସ୍ତେଜସାଂ ନିଧିଃ

ମନସଃ ଖଂ ତତୋବାୟୁ ରଗ୍ନି ରାପୋଧରା କ୍ରମାତ୍, ଗୁଣୈକବୃଦ୍ଧ୍ୟା ପଞ୍ଚୈବ ମହାଭୂତାନି ଜଜ୍ଞିରେ ଅଗ୍ନୀଷୋମୌଭାସ୍କରେନ୍ଦୁ ତତସ୍ତ୍ୱଙ୍ଗାରକାଦୟଃ, ତେଜୋଭୁଖାମ୍ୱୁବାତେଭ୍ୟଃ କ୍ରମଶଃ ପଞ୍ଚ ଜଜ୍ଞିରେ ପୁନ ର୍ଦ୍ୱାଦଶଧାତ୍ମାନଂ ବିଭଜେଦ୍ରାଶି ସଂଜ୍ଞାକଂ, ନକ୍ଷତ୍ର ରୂପିଣଂ ଭୂୟଃ ସପ୍ତବିଂଶାତ୍ମକଂ ବଶୀ ସୂର୍ଯ୍ୟସିଦ୍ଧାନ୍ତ 

x x x

ରାଶିଚକ୍ରର ବିଭାଗ ବିଷୟରେ ପ୍ରାଚ୍ୟ ପାଶ୍ଚାତ୍ୟ କୌଣସି ଜ୍ୟୋତିଃଶାସ୍ତ୍ର ଭିନ୍ନ ମତ ପ୍ରଚାର କରେ ନାହିଁ ରାଶିମାନଙ୍କ ଅବସ୍ଥାନ, ଆକୃତ ଇତ୍ୟାଦି ସମ୍ୱନ୍ଧେ ଉଭୟେ ପ୍ରାୟ ଏକମତ ପାଶ୍ଚାତ୍ୟ ନକ୍ଷତ୍ରଗଣ (Constellatios)ର ବିବରଣ ଗ୍ରନ୍ଥବଦ୍ଧ, କିନ୍ତୁ ପ୍ରାଚ୍ୟ ନକ୍ଷତ୍ରଚୟର ସଂସ୍ଥାନ ବିଷୟରେ ସାମାନ୍ୟ ଗଣ୍ଡଗୋଳ ଘଟିଥାଏ

(ରାଶିମାନଙ୍କ ସମ୍ୱନ୍ଧେ ଅନ୍ୟାନ୍ୟ ବିବରଣ ରାଶି ଶଦ୍ଦରେ ଦ୍ରଷ୍ଟବ୍ୟ) ସନ୍ଦର୍ଭ ଲେଖକ ଜ୍ୟୋତିଷାଚାର୍ଯ୍ୟ ଶ୍ରୀ ବାଇକୋଳି ମହାପାତ୍ର