ରାସମଣି
ଦେଖଣା
ରାସମଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. କଲିକତାର ସ୍ୱର୍ଗୀୟା ରାଣୀ ରାସମଣି — ୧. Late Rāṇī Rāsamaṇī of Bengal (Calcutta)
[ଦ୍ରଷ୍ଟବ୍ୟ —ଏ ଅତି ଦରିଦ୍ର କୈବର୍ତ୍ତ ବଂଶରେ ଜାତ ହୋଇଥିଲେ ଏ ପରମ ରୂପବତୀ ଥିଲେ ଓ କଲିକତାର ଜଣେ ଧନିକ ପୁତ୍ର ଏହାଙ୍କୁ ବିବାହ କରିଥିଲେ ଏହାଙ୍କ ସ୍ୱାମୀଙ୍କ ନାମ ରାଜଚନ୍ଦ୍ର ମାଡ଼େ ଖ୍ରୀ. ୧୮୩୬:ରେ ସ୍ୱାମୀଙ୍କର ମୃତ୍ୟୁ ହେବାରୁ ରାସମଣି ଅତି ବିଚକ୍ଷଣତା ସହିତ ଅତୁଳ ଐଶ୍ୱର୍ଯ୍ୟ ଭୋଗ ଓ ପରିଚାଳନା କଲେ ଏ ଅତ୍ୟନ୍ତ
ତେଜସ୍ୱିନୀ, ଧର୍ମପରାୟଣା ଓ ସାଧାରଣଙ୍କ ଉପକାର ବ୍ରତରେ ଦୀକ୍ଷିତା ଥିଲେ ଏହାଙ୍କ ଚେଷ୍ଟାରେ ଗଙଗା ନଦୀରୁ ମାଛ ଧରିବା ପାଇଁ ଗଭର୍ଣ୍ଣମେଣ୍ଟଙ୍କ ବସାଇଥିବା ଜଳକର ରହିତ ହୋଇଥିଲା ନାନା ପ୍ରକାରେ ଦରିଦ୍ର ଓ ଅନ୍ନକଷ୍ଟ ପପ୍ରୀଡ଼ିତ ବ୍ୟକ୍ତି ମାନଙ୍କୁ ସାହାଯ୍ୟ କରିବା ପାଇଁ ଜୀବନରେ ବ୍ରତ ଥିଲା ଜନସାଧାରଣ ଏହାଙ୍କ ଦୟାଦାକ୍ଷିଣ୍ୟାଦି ଗୁଣ ପାଇଁ ଏହାଙ୍କୁ 'ରାଣୀ' ଉପାଧୀ ଦେଇଥିଲେ ଏହାଙ୍କ ବିଷୟ— ବୁଦ୍ଧି, ସ୍ୱାଧୀନ ଚିନ୍ତା ଓ ସାହସ ପ୍ରତିଷ୍ଠିତ କାଳୀବାଡ଼ୀରେ ରାମକୃଷ୍ଣ ପରମହଂସ ପୂଜକ ଥିଲେ)
- ୨. ସ୍ତ୍ରୀ ଲୋକଙ୍କ ନାମ —୨. A name given to females.