ରାସ୍ତା ପଡ଼ିବା
ଦେଖଣା
ରାସ୍ତା ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରାସ୍ତା ପଡ଼ିବା
|
(ରାସ୍ତା ପଡ଼ିଯିବା; ରାସ୍ତାଯିବା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନୂତନ ରାସ୍ତା ନିର୍ମିତ ହେବା — ୧. (A road) Being built or constructed.
(ଯଥା—ବର୍ତ୍ତମାନ ଡିଷ୍ଟ୍ରିକବୋଡ଼ ତରଫରୁ କଟକଠାରୁ ବିଡ଼ାନାସି ପର୍ଯ୍ୟନ୍ତ ଗୋଟିଏ ରାସ୍ତାଯିବା—ଅନ୍ୟରୂପ)ର ରାସ୍ତା ପଡ଼ୁଛି)
- ୨. ବହୁ କାଳରୁ ରାସ୍ତା ବିଦ୍ୟାମାନ ଥିବା —୨. (A road) Being in existence.
(ଯଥା—କଟକଠାରୁ ପୁରୀ ପର୍ଯ୍ୟନ୍ତ ସିଧା ରାସ୍ତା ପଡ଼ିଛି; ଯେ ଯିବାର ସେ ଆଖି ବୁଜି ଚାଲି ଯାଅ)
- ୩. ରାସ୍ତାର ବା ପଥର ଆରମ୍ଭ — ୩. Begining of road.
[ଯଥା—କଟକ ଠାରୁ ପୂର୍ବରୁ ୨୫: ମାଇଲ୍ ପକ୍କାରାସ୍ତା; ସେଠାରୁ କଳା ରାସ୍ତା ପଡ଼ିବ; କନ୍ଦରପୁରଠାରୁ ମାଛଗାଁ ରାସ୍ତା ପଡ଼ିଲା; ମହାନଦୀ ପରେ ହେଲେ ଜଙ୍ଗଲ ରାସ୍ତା ପଡ଼େ)
- ୪. ରାସ୍ତା ଲୋକଙ୍କ ଗମନାଗମନ ବନ୍ଦ ହେବା — ୪. (A road) Being closed.
(ଯଥା— ଢେଙ୍କାନାଳରେ ପଟାହାରିଆ ମହାବଳ ମାତିବାରୁ ସେ ରାସ୍ତା ଚାରିମାସ ହେଲା ପଡ଼ିଲାଣି)