ରାହାଙ୍ଗ

ଉଇକିଅଭିଧାନ‌ରୁ

ରାହାଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ନାମ[ସମ୍ପାଦନା]

ପୁରୀଜିଲ୍ଲା ସଦରଥାନା ଅନ୍ତର୍ଗତ ଗୋଟିଏ ପ୍ରଗନ୍ନାର ନାମ —Name of a Pergunna in the Jurisdiction of Sudder Thana of Puri District in Orissa.

[ଉ—ରାହାଙ୍ଗ, ରଚନ୍ତି ଯହିଁ କେଳିକଳା, ଇଜ୍ଜତ ନିକୁଞ୍ଜେ କଜ୍ଜଳ କୁନ୍ତଳା ରାଧାନାଥ. ଚନ୍ଦିକେଶ୍ୱରୀ]

[ଦ୍ରଷ୍ଟବ୍ୟ — ଏହି ପ୍ରଗନ୍ନାରେ ଉତ୍କଳର ସ୍ୱାଧୀନ ରାଜାମାନେ ଦେଶାନ୍ତରରୁ ନୈଷ୍ଠିକ ଓ ବିଦ୍ୱାନ୍ ବ୍ରାହ୍ମଣାମାନଙ୍କୁ ଅଣାଇ ବ୍ରହ୍ମୋତ୍ତର ଟଙ୍କୀ ବୃତ୍ତମାନ 'ସଂବକ୍ରାନ୍ତ ଚକଡ଼ା' ଦାନ କରି ଅନେକ ଗୁଡ଼ିଏ ବ୍ରହ୍ମଣଶାସନ କୃସାଇଲେ ସେ ଗ୍ରାମଗୁଡ଼ିକ ପ୍ରତିଷ୍ଠାତା ରାଜାମାନଙ୍କ ନାମରେ ଅଖ୍ୟାତ (ଯଥା— ବୀରରାମଚନ୍ଦ୍ରପୁର, ବିଜେରାମଚନ୍ଦ୍ରପୁର, ବିଶ୍ୱନାଥପୁର, ହରେକୃଷ୍ଣପୁର, ବୀରନରସିଂହପୁର, ବଳଭଦ୍ରପୁର, ରାୟ— ଚକ୍ରଧରପୁର, ସୋମେଶ୍ୱରପୁର, ବୀରପୁରୁଷତ୍ତମପୁର, ପ୍ରତାପପୁରୁଷୋତ୍ତମପୁର, ଶ୍ରୀପୁରୁଷତ୍ତମପୁର, ପ୍ରତାପରୁଦ୍ରପୁର) ଉକ୍ତ ବ୍ରହ୍ମଣ ଗ୍ରାମଗୁଡ଼ିକ ରାହାଙ୍ଗ ଶାସନ ନାମରେ ଖ୍ୟାତ କଥିତ ଅଛି ଯଏ ପୁରୀରେ ୧୬: ଶାସନ ଓ ୩୨: କରବାଡ଼ (କ୍ଷୂଦ୍ରଗ୍ରାମ) ଅଛି ଏହା ଛଡ଼ ଲେମ୍ୱେଇ ପ୍ରଗନ୍ନାରେ ୭ ଗୋଟି ବ୍ରାହ୍ମଣଶାସନ ବସିଗଲା ଏହି ବ୍ରାହ୍ମଣ ପଣ୍ଡିତମାନେ ଜଗନ୍ନାଥଙ୍କ ବେଢ଼ା ମଧ୍ୟସ୍ଥ ମୁକ୍ତିମଣ୍ଡପରେ ବସି ଦେବପାଠ ଓ ଶାସ୍ତ୍ରବ୍ୟବସ୍ଥାଦି ଦେଉ— ଥିଲେ ଏମାନଙ୍କ ମଧ୍ୟରୁ ଅନେକ ଅସାଧାରଣ ପଣ୍ଡିତ ଓ ନୈଷ୍ଠିକ ଶାକ୍ତ ଥାଳ ଭାରତବିଖ୍ୟାତ ହୋଇଥିଲେ ବ୍ରହ୍ମଣଶାସନମାନଙ୍କର ସୃଙ୍ଖଳା ଓ ଦେବାଳୟ ସ୍ଥାପନ, ଗ୍ରାମସେବାର୍ଥ ଭୃତ୍ୟମାନଙ୍କର ଜାଗିରିଆଦିର ବନ୍ଦୋବସ୍ତ ଅଦ୍ୟାବଧି କେତେକ ସ୍ଥାନରୁ ଲୁପ୍ତ ହୋଇ ନାହିଁ ପ୍ରତ୍ୟେକ ବ୍ରହ୍ମଣ ଶାସନରେ ଉପନିବେଶ କରିଥିବା ବ୍ରହ୍ମଣମାନଙ୍କ ପକ୍ଷରୁ ରାଜାଙ୍କଠାରୁ ଯେଁଉ ପ୍ରତିନିଧି ଉକ୍ତ ଗ୍ରାମର 'ସବାକ୍ରାନ୍ତି ଚକଡ଼ା' ଦାନ ଗ୍ରହଣ କରିନିଧି ତାଙ୍କୁ ପାଣିଗ୍ରାହୀ ବା ଦାନଧ୍ୟକ୍ଷ ବୋଲାଯାଉଥିଲା ପ୍ରତ୍ୟୋକ ରାହାଙ୍ଗ ବ୍ରାହ୍ମଣ ଶାସନ ଗୋଟିଏ ଗୋଟିଏ ସୁପରିଚାଳିତ କ୍ଷୂଦ୍ର ଗ୍ରାମ ଗୋଷ୍ଠୀ (Village Community) ପରି ଥିଲେ ଏଣିକି ଉକ୍ତ ବ୍ରହ୍ମଣଙ୍କ ବଂଶଧରମାନେ ପୂର୍ବପୁରୁଷମାନଙ୍କ ପରି ବିଖ୍ୟାତ, ବିଦ୍ୱାନ୍ ବା ନୈଷ୍ଠିକ ନ ହେଲେ ମଧ୍ୟ ଉକ୍ତ ଶାସନମାନଙ୍କର ପ୍ରାଚୀନ ରୀତି ଓ ପଦ୍ଧତିମାନଙ୍କୁ ପୂର୍ଣ୍ଣରୂପେ ଲୁପ୍ତ କରି ନାହାନ୍ତି ଏ ଶାସନମାନଙ୍କରେ ଥିବା ବ୍ରହ୍ମଣମାନଙ୍କ ମଧ୍ୟରେ ଶ୍ରେଷ୍ଠ ଶ୍ରେଣୀରେ ସାମନ୍ନ ବ୍ରାହ୍ମଣ ଅଛନ୍ତି ସେମାନେ ସାଧାରଣ ଶାସନୀ ବ୍ରାହ୍ମଣଙ୍କ ଅପେକ୍ଷା ସାମାଜିକ ମର୍ଯ୍ୟାଦାରେ ଉଚ୍ଚ ସ୍ଥାନ ଅଧିକାର କରିଅଛନ୍ତି ଏ ବ୍ରାହ୍ମଣମାନେ ଶାକ୍ତ ଓ ଦୁର୍ଗାପୂଜକ ପ୍ରାୟ ପ୍ରତ୍ୟେକ ଗ୍ରାମରେ ଶାରଦୀୟ ଦୂର୍ଗୋତ୍ସବ ସମାହିତ ହୁଏ ଗ୍ରମାଦେବତାଙ୍କ ପାଇଁ ଖଞ୍ଜାଥିବା ଜମି ଓ ଗ୍ରାମରୁ ଅନାବାଦି ପୋକରୀଆଦି ଗ୍ରାମବାସୀ "ମହାଜନ" ଙ୍କର ସାଧାରଣ ସମ୍ପତ୍ତି ବା "କୋଠ" ଏହି "କୋଠ— କାଠ"ରୁ ଗ୍ରାମରେ ପ୍ରଥମେ ଉପନିବେଶ ସ୍ଥାପନ କରିଥିବା ବ୍ରାହ୍ମଣଙ୍କ ବଂଶୋଧରମାନେ ତାଙ୍କ ନିର୍ଦ୍ଦିଷ୍ଟ "ଭାଗ" ପାଆନ୍ତି ସେହି ଭାଗର ସଂଖ୍ୟା ଗ୍ରାମର ପ୍ରତିଷ୍ଠାକାଳର ଭାଗ ସଂଖ୍ୟା ଅଟେ ଓ ତଦବଧି ଖରିଦି ବିକ୍ରି ଏବଂ ବଂଶଧରମାନେ ସଂଖ୍ୟାବୃଦ୍ଧି ଅନୁସାରେ

ଭାଗମାନ ବଣ୍ଟା ଅଂଶିତ ହୋଇଅଛି ଦେବତାଙ୍କ ନିକଟରେ କୋଠ ଜମାରୁ ଯାହା ପଦାର୍ଥ ଭୋଗ ଲାଗେ (ଯଥା—ଦୁର୍ଗାପୂଜା ସମୟରେ ଠାକୁରାଣୀଙଅକ ଆଗେ ବଳି— ପଡ଼ିବା ଛେଳିର ମାଂସ, ଠାକୁରଙ୍କୁ ଗହ୍ମାପୂର୍ଣ୍ଣମୀ ଆଦିରେ ଲାଗିବା ଭୋଗ) ତାହା ଗ୍ରାମର ମୌଳିକଭାଗ ସଂଖ୍ୟା ଅନୁସାରେ ବାଣ୍ଟ ହୁଏ ଓ ପ୍ରତ୍ୟେକ 'ଭାଗ'ର ଅଧିକାରୀଙ୍କ ନାମ ଡାକରା ହୋଇ ଯଥାକ୍ରମେ ଗୋଟିଏ 'ହାକରା' ପ୍ରତ୍ୟେକ ଭାଗରେ ଅଧୀକାରୀଙ୍କୁ ଦିଆଯାଏ ଗ୍ରାମର ମହାଜନମାନଙ୍କ ପ୍ରତିନିଧି— ରୂପେ ୨\୩: ଜଣ ମହାଜନ ଗ୍ରାମବାସୀଙ୍କ ଠାରୁ ଟଙ୍କୀ ଖଜଣା ଆଦାୟକରି ଜମିଦାରଙ୍କ ନିକଟ ସମସ୍ତ ଗ୍ରାମବାସୀଙ୍କ ପକ୍ଷରୁ ଗ୍ରାମର ଦେୟ ଟଙ୍କୀ ଦାଖଲ କରନ୍ତି ଗ୍ରାମର ହିସାବକାଗଜ ପତ୍ର ଗ୍ରାମର ଜଣେ କୋଠ କର୍ମଚାରୀ ବା ଭୋଇ ନିକଟରେ ରହେ ଗ୍ରାମଗତ ସାମାଜିକ ସମସ୍ୟାମାନ ଗ୍ରାମବାସୀମାନେ ଗ୍ରାମସଭାରେ ମୀମାଂସା କରନ୍ତି ଗ୍ରାମର ପ୍ରତିଷ୍ଠାନ ସମୟରେ ଯେଉଁମାନଙ୍କର ଭାଗ ଥିଲା ସେହିମାନଙ୍କ ବଂଶଧରମାନେ ଓ ସେମାନେ ସାଧାରଣ ମହାଜନଙ୍କ ରାଜିରେ ଗ୍ରାମରେ ଆଣି ଅନ୍ୟ ଯେଉଁ କୁଳୀନ ବ୍ରାହ୍ମଣଙ୍କୁ ଘର କରାଇ ରଖାଇଅଛନ୍ତି ସେମାନେ କେବଳ (ମହାଜନ) ଆଖ୍ୟା ପାଆନ୍ତି ପଣ୍ଡାଜାତୀୟ ବ୍ୟକ୍ତି ଓ ଶୁଦ୍ର ଓ ଅନ୍ୟ ଗ୍ରାମର ବ୍ରାହ୍ମଣ କୌଣସି ଶାସନର ଟଙ୍କୀ ଜମି କିଣିଲେ ମଧ୍ୟ ସେ 'ମହାଜନ' ଉପାଧି ପାଇ ପାରନ୍ତି ନାହିଁ, କିମ୍ୱା ଗ୍ରାମର କୋଠକାଠରେ ଅଧିକାରୀ ହୋଇ ପାରନ୍ତି ନାହିଁ ରାଜା ଯେଉଁ ମାନଙ୍କୁ ପ୍ରଥମେ ଏ ଶାସନମାନ ଦାନ କରିଥିଲେ ସେମାନେ ଏ ବୃତ୍ତିମାନଙ୍କୁ ଖଇରାତ୍ ସ୍ୱରୁପ ନେବାକୁ ଆପତ୍ତି କରିବାରୁ ଦାନ ସମୟରେ ଉକ୍ତ ବୃତ୍ତି ଉପରେ ନାମମାତ୍ର ଗୋଟିଏ କର (Quit rent) ଧାର୍ଯ୍ୟ ହେଲା ସେହି କର ଚିର କାଳ ସକାଶେ ଧାର୍ଯ୍ୟ ହେଲା ତାହାକୁ ଟଙ୍କି ବୋଲାଯାଏ ପୂର୍ବେ ଏହି ଟଙ୍କୀ ରାଜସ୍ୱ 'କଉଡ଼ି'ରେ ଦିଆ ଯାଉଥିଲା ଗର୍ତ୍ତମାନ ସେ କଉଡ଼ିରେ ପରିମାଣକୁ ଟଙ୍କାରେ କଷୋଟ କରି ଟଙ୍କା ଦିଆଯାଏ ଇଂରାଜ ରାଜତ୍ୱରେ ଓଡ଼ିଶାରେ ରାଜସ୍ୱ ବନ୍ଦୋବସ୍ତ ହେବା ସମୟରେ ଇଂରାଜ ଗଭର୍ଣ୍ଣମେଣ୍ଟ ଟଙ୍କୀଦାରମାନଙ୍କୁ ସନନ୍ଦର ପ୍ରମାଣ ଦର୍ଶାଇବାପାଇଁ ତଲବ କଲେ ଯେଉଁମାନଙ୍କ ସନନ୍ଦକୁ ଇଂରାଜ ରାଜକର୍ମଚାରୀ ବିଶ୍ୱସ ଯୋଗ୍ୟ ଓ ସନ୍ତୋଷଜନକ ବୋଲି ବିବେଚନା କଲେ, ସେହି ଗ୍ରାମମାନ ଟଙ୍କୀ ବାହେଲି ରହିଲା ଏବଂ ଯଉଁ ମାନଙଅକ ସନନ୍ଦ ସନ୍ତୋଷଜନକ ନହେଲା ସେମାନଙ୍କ ଜମି ଉପରେ ଟଙ୍କୀ ଜମା ବୃଦ୍ଧି କରାଯାଇ ସେମାନଙ୍କ ଜମିମାନ ଟଙ୍କୀ ବାଜ୍ୟାପ୍ତି କରାଗଲା ପୁରୀର ବ୍ରାହ୍ମଣ ଶାସନମାନଙ୍କର ଶାସନପଦ୍ଧତିକୁ ପର୍ଯ୍ୟାଲୋଚନା କଲେ ଦେଖାଯିବ ଯେ, ସେହି ପଦ୍ଧତି ପ୍ରାଚୀନ ଭାରତରେ ହିନ୍ଦୁରାଜ୍ୟରେ ପ୍ରଚଳିତ ଗ୍ରାମ—ଶାସନ—ମଣ୍ଡଳ (Village community)ର ଛାୟା ଅଟେ ପ୍ରତ୍ୟେକ ଗ୍ରାମଗତ ଯାବତୀୟ ବିଷୟକୁ ଉକ୍ତ ଗ୍ରାମର ମହାଜନମାନେ ଚଳାଉ ଥିଲେ; ଏବେ ମଧ୍ୟ ଏହି ଶାସନ ପ୍ରଣାଳୀର ଛାୟା କେତେକ ଶାସନରୁ ଲୁପ୍ତ ହୋଇନାହିଁ ଗ୍ରାମଦେବତାଙ୍କ ସେବା, ଗ୍ରାମର ମହାଜନ ପରିବାରମାନଙ୍କ ଲୁଗାକଚା, କ୍ଷୌର, ହାଣ୍ଡି ଯୋଗାଇବା ଆଦି କାର୍ଯ୍ୟ ପୁରୁଷାନୁକ୍ରମେ ଜାଗିରିଖିଆ ସେବକ, ଧୋବା, ଭଣ୍ଡାରି, କୁମ୍ଭାରଆଦିଙ୍କଦ୍ୱାରା କଳ ଚଳିଲା ପରି ଚଳି ଆସୁଛି ଅନ୍ୟ ସ୍ଥାନବାସୀ ବ୍ୟକ୍ତିମାନେ ରାହାଙ୍ଗଶାସନର ଅନେକ ଟଙ୍କୀବୃତ୍ତି ଖରିଦ କରି ନେଲେଣି, କିନ୍ତୁ ସେମାନେ ଅବଧି ଗ୍ରାମର 'ମହାଜନ' ରୂପେ ସ୍ୱୀକୃତ ହୋଇ ନାହାନ୍ତି କିମ୍ୱା ଗ୍ରାମର କୋଠ—କାଠ, ପାଳି—ହାକରା, ଦିଅଁ ଦେଉଳ ଆଦିରେ ବହୁ ଚେଷ୍ଟା ସତ୍ତ୍ୱେ ସୁଦ୍ଧା ଅଧିକାର ଜମାଇ ପାରିନାହାନ୍ତି ବର୍ତ୍ତମାନ ଶାସନୀବ୍ରାହ୍ମଣଙ୍କ ବଂଶଧରମାନେ ଗରୀବ ହୋଇଗଲାଣି ଓ ପୂର୍ବରୁ ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନ ଆଦି କାର୍ଯ୍ୟମାନ ଛାଡ଼ି, ଚାକିରି, ପୁରୀର ପଣ୍ଡାଙ୍କ ଯାତ୍ରୀ ଗୁମାସ୍ତିରାଗିରି (ରାହାଙ୍ଗୀ ଭାଷାରେ ବାଟକୁ ଯିବା) କରି ପେଟ ପୋଷୁଅଛନ୍ତି ଶାସନ ବ୍ରାହ୍ମଣଙ୍କ ବଂଶଧର ମାନେ ମଧ୍ୟ ପ୍ରାଚୀନ ଉତ୍କଳର ଗଜପତିଙ୍କ ଅଧିନାୟକତ୍ୱର ସୀମାସ୍ଥ ଗଡ଼ଜାତରେ ଓ କଟକତ ପୁରୀ, ବାଲେଶ୍ୱର, ମେଦିନୀପୁର, ଗଞ୍ଜାମ ଆଦି ନାନାସ୍ଥାନରେ ଯାଇ ପୁରୁଷାନୁରକ୍ରମେ ବାସ କରୁଅଛନ୍ତି ଯାଜପୁରର ବ୍ରାହ୍ମଣ ଶାସନମାନ କେଶରୀବଂଶୀୟ ରାଜାମାନଙ୍କର କୀର୍ତ୍ତି, କିନ୍ତୁ ପୁରୀର ଅଧିକାଂଶ ବ୍ରାହ୍ମଣ ଶାସନମାନ ଉତ୍କଳର ଗଙ୍ଗାବଂଶୀୟ ରାଜାମାନଙ୍କଦ୍ୱାରା (୧୨ଶରୁ ୧୬ଶ ଶତାଦ୍ଦୀ) କିମ୍ୱା ସେମାନଙ୍କ ମନ୍ତ୍ରୀମାନଙ୍କ ଦ୍ୱାରାସ୍ଥାପିତ ଏହି ବ୍ରାହ୍ମଣମାନଂ ଶାକ୍ତ ସେମାନେ ବିଷ୍ଣୁଙ୍କୁ ମଧ୍ୟ ଅବଶ୍ୟ ପୂଜା କରନ୍ତି, କିନ୍ତୁ ଚୈତନ୍ୟ ଦେବ ପ୍ରଚାରିତ ବୈଷବଧର୍ମ ଓ ନାମସଂକୀର୍ତ୍ତନ ପୁରୀର ରାହାଙ୍ଗର ବ୍ରାହ୍ମଣଶାସନବାସୀ ଶାସନୀ ବ୍ରାହ୍ମଣଙ୍କ ମଧ୍ୟରେ ପ୍ରବେଶ କରିପାରିନାହିଁ ଉତ୍କଳର ଚୈତନ୍ୟଙ୍କ ବୈଷ୍ଣବଧର୍ମରେ ପ୍ରଥମ ଦୀକ୍ଷିତ ହେବା ବ୍ୟକ୍ତିମାନେ ଶୂଦ୍ର ନିମ୍ନ ବ୍ରାହ୍ମଣ ଜାତୀୟ ଅଟନ୍ତି ଏ ଶାସନମାନ ଶ୍ରାଚୈତନ୍ୟଦେବଙ୍କ ଖ୍ରୀ:୧୪ଶ ଶତାଦ୍ଦୀରେ ଉତ୍କଳରୁ ଆସିବା ପୂର୍ବରୁ ସ୍ଥାପିତ ହୋଇଥିଲା ଗ୍ରାମ ମଧ୍ୟରେ ବ୍ରାହ୍ମଣେତର ଜାତି ବାସ କରୁଥିଲେ ସେମାନ ଗ୍ରାମର ଉପକଣ୍ଠରେ ପଡ଼ାମାନଙ୍କରେ ରହୁଥିଲେ ଏବେ ମଧ୍ୟ ଏ ନିୟମରେ ବ୍ୟତିକ୍ରମ ଘଟିନାହିଁ ଗ୍ରାମମାନଙ୍କରେ ଅନେକ ଡ଼ିହ ବର୍ତ୍ତମାନ ମେଲା ପଡ଼ିଅଛି ଓ ହସ୍ତାନ୍ତର ହୋଇଅଛି ପୂର୍ବେ ରାହାଙ୍ଗ ଶାସନର ବ୍ରାହ୍ମଣମାନେ ମୁକ୍ତିମଣ୍ଡପଦ୍ୱାରା ସମଗ୍ର ଭାରତର ହିନ୍ଦୁମାନଙ୍କୁ ଧର୍ମ— ବ୍ୟବସ୍ଥାନ ଦେଇ ପାଣ୍ଡିତ୍ୟ ପାଇଁ ଖୁବ୍ ପୂଜ୍ୟ ହୋଇଥିଲେ ଓ ରାହାଙ୍ଗ ଶାସନର ରୀତିନୀତିମାନ ଉତ୍କଳୀୟ ଅନ୍ୟ ବ୍ରାହ୍ମଣଙ୍କର ଆଦର୍ଶ ଥିଲା]