ରାୟ
ଦେଖଣା
ରାୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -(ଫାରାସୀ - ରାୟ୍)
[ସମ୍ପାଦନା]- ୧. ଅଦାଲତଙ୍କର ମକଦମା ମୀମାଂସାର ହୁକୁମ; ମତ — ୧. Judgment; opinion.
[ଉ—ଏ କନ୍ୟାଏ ଏକରାଏ ଏକ ତାର ପନ୍ଥା ପ୍ରାଚୀ. ବ୍ରହ୍ମନିରୂପଣ ଗୀତା]
- ୨. (ଫା, ରାହା) ରାସ୍ତା; ପନ୍ଥା —୨. Road; way.
- ୩. (ଫାରାସୀ - ରାହ୍) ସ୍ୱତନ୍ତ୍ର ବ୍ୟକ୍ତିଗତ ବ୍ୟବସ୍ଥା ବା ବନ୍ଦୋବସ୍ତ —୩. Separate individual provison.
(ଯଥା—ଯେଝା ଯାହାକୁ କରି ଦେବା)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ପଦ୍ୟ) (ସଂସ୍କୃତ - ରାଜନ୍; ପ୍ରା. ରାଅ); ରାଜା —୧. king.
[ଉ—କୁରୁକୁଳ ପତି ସେ ଧୃତରାଷ୍ଟ୍ର ରାଏ, ପଣ୍ଡବଙ୍କୁ ବୋଇଲେ ଯାଅ ପୁଅ ପ୍ରାୟେ କୃଷ୍ଣସିଂହ ମହାଭାରତ.
ଆଦି]
- ୨. ରାୟ; ରାଜଦତ୍ତ ଉପାଧିବିଶେଷ — ୨. A title given by Rājās.
- ୩. ରାୟ; କ୍ଷତ୍ରିୟମାନଙ୍କ ବଂଶଗତ ଉପାଧିବିଶେଷ —୩. A family title of Kshatriyas.
- ୪. ବଙ୍ଗୀୟ କାୟସ୍ଥ— ମାନଙ୍କର ବଂଶୋପାଧିବିଶେଷ —୪. Family title of Benglee Kayasthas.
ରାୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ରାଜନ୍)
[ସମ୍ପାଦନା]- ୧. ରାଜା —୧. King.
(ଉ—ତୁମ୍ଭ ପାଖରେ ଥାଇ ବଢ଼ିଲି ଗିରିରାୟେ କୃଷ୍ଣସିଂହ ମହାଭାରତ ବନ)
- ୨. କେତେକ ଓଡ଼ିଆ କରଣଙ୍କ ବଂଶୋପାଧି — ୨. A family title of some karaṇas.
- ୩. ବଙ୍ଗୀୟ କାୟସ୍ଥଙ୍କ ବଂଶଗତ ଉପାଧି —୩. A family title of some Kāyasthas.
- ୪. କ୍ଷତ୍ରିୟଙ୍କ ବଂଶଗତ ଉପାଧି — ୪. A family title of Kshatriyas.
- ୫. ରାଜ— ଦତ୍ତ ଅନ୍ୟ ଉପାଧି ଶେଷରେ ଯୁକ୍ତ ହେବା ଶ୍ରେଷ୍ଠତାବୋଧକ ଶବ୍ଦ; (ଯଥା—ସାମନ୍ତରାୟ, ଉଦ୍ଦଣ୍ଡରାୟ, ସଙ୍ଗୀତରାୟ, ବଳବନ୍ତ ରାୟ, ଏହାର ସଂକ୍ଷେପ 'ରା' ବା 'ରାଏ') —୫. A word added to another word to form a title bestowed by Rājās.
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ମତ —୧. Opinion.
- ୨. ରାଏ ବିଚାରକଙ୍କର ଶେଷ ମୀମାଂସା —୨. jugement; decision of a judge.
[ଉ—ଚରମ ଅଟଇ ଚିତ୍ରଗୁପ୍ତ ରାୟ ରାଧାନାଥ ଦରବାର]
[ଦ୍ରଷ୍ଟବ୍ୟ —ରାଏ ଶବ୍ଦ ସଙ୍ଗେ ଲାଗିଥିବା ସମସ୍ତ ଶବ୍ଦମାନ ରାୟ ଶବ୍ଦ ଯୁକ୍ତ ହୋଇ ମଧ୍ୟ ବ୍ୟବହୃତ ହୁଏ ଅତଏବ ରାୟ ଶବ୍ଦବିଶିଷ୍ଟ ଅନ୍ୟ ଶବ୍ଦମାନଙ୍କ ପାଇଁ 'ରାଏ' ତଳେ ଦେଖ]