ରିଟା
ରିଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ରିଠା କରଞ୍ଜ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରିଷ୍ଟ; ଅରିଷ୍ଟକ; ପ୍ରା. ରିଠଆ)
[ସମ୍ପାଦନା]ଏକ ପ୍ରକାର ଜଙ୍ଗଲୀ ଗଛ —The soap nut tree Sapindus Muckorissi (Haine).
[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର ବନ୍ୟ ତରୁ ଏହାର କୋଳି ଟାଣୁଆ ସେ କୋଳିକୁ ଶୁଖାଇ ପାଣିରେ ବତୁରାଇ ଦୁଇ କରତଳରେ ଧରି ଘଷିଲେ ତହିଁରୁ ଏକପ୍ରକାର ଫେଣ ବାହାରେ ସେହି ଫେଣ— ପାଣିରେ ପାଟ ଓ ପଶଗ ଲୁଗା ବୁଡ଼ାଇ କାଚିଲେ ସଫା ହୁଏ ରିଠା ଗଛ ଦୁଇ ଜାତିର ଦେଖାଯାଏ ଯଥା—ଛୋଟ ରିଠାଗଛ ଓ ବଡ ରିଠାଗଛ ଛୋଟ ରିଠାଗଛ ଉତ୍ତରଭାରତରେ ଜନ୍ନେ ଏହାର ପତ୍ର ମସୃଣ ଫଳ ଲମ୍ୱଡ଼ା ଗୋଟାଏ କିମ୍ୱା ଯୋଡ଼ାଏ ଲେଖାଏଁ ଫଳ ଗୋଟିଏ ଗୋଟିଏ ଡ଼େମ୍ଫରେ ଫଳେ ଏହା ଚୀନ୍ ଓ ଜାପାନରୁ ଆନୀତ ବୃକ୍ଷ ଏପ୍ରେଲ୍ ମାସରେ ଏ ଗଛରେ ନୂଆପତ୍ର ଧରେ; ମେ, ଜୁନ୍ ମାସରେ ଏଥିରେ ଫୁଲ ଫୁଟେ ଏବଂ ସେପ୍ଟେମ୍ୱର , ଡ଼ିସେମ୍ୱର ଯାଏ ଫଳ ହୁଏ ଏହି ଗଛର ଲାଟିନ୍ ନାମ —Sapindus Mucorissi,
ବଡ଼ ରିଠା ଗଛ ମଧ୍ୟ ଦକ୍ଷିଣ ଭାରତରେ ଜନ୍ମେ ପତ୍ରର ପିଠି ଲୋମଶ, ଫଳ ବଡ଼ ବଡ଼ ଓ ବରକୋଳି ପରି; ଗୋଟିଏ ଡେମ୍ଫରେ ତିନି ଚାରିଟା ଲେଖାଏଁ ଫଳେ; ଏହାର ଲାଟିନ୍ ନାମ —Sapindus Trifoliatus.
ଏହାର ସଂସ୍କୃତ ନାମ—ମାଙ୍ଗଲ୍ୟ; କୃଷ୍ଣବର୍ଣ୍ଣ, ଅର୍ଥସାଧନ, ରକ୍ତବୀଜ, ପୀତଫେନ, ଫେନିଳ, ଗର୍ଭପାତନ, ରିଷ୍ଟ ଅରିଷ୍ଟ, ଅରିଷ୍ଟକ, କଟୁକ, ରିଠାକରଞ୍ଜ, ଗୁଚ୍ଛକ, ଗୁଚ୍ଛ— ପୁଷ୍ପକ, ଗଚ୍ଛଫଳ, ମଙ୍ଗଲ୍ୟ, କୁମ୍ଭବୀଜ, ପ୍ରକୀର୍ଯ୍ୟ, ସୋମବଲ୍ୱ
ବୈଦ୍ୟଶାସ୍ତ୍ର ମତରେ ଏହା ଲଘୁ, ସ୍ନିଗ୍ଧ, ଗର୍ଭପାତକ ଏବଂ ତ୍ରିଦୋଷ, ଗ୍ରହପୀଡ଼ା, ଦାହ ଓ ଶୂଳ ନାଶକ)