Jump to content

ରିଷ୍ଟ

ଉଇକିଅଭିଧାନ‌ରୁ
  • ପାପ; କଳୁଷ
  • ଅଶୁଭ; ବ୍ୟାଘାତ; ବିଘ୍ନ; ଅମଙ୍ଗଳ
  • ନାଶ; ଧ୍ଵସ
  • ଖଡ୍ଶ; ଖଣ୍ତା
  • ଦୈତ୍ୟ ବିଶେଷ
  • ରିଠା
  • କଲ୍ୟାଣ; ଶୁଭ; ମଙ୍ଗଳ
  • ଅଭାବ
  • ପାରଦ; ପାରା
  • ଅଶୁଭ ଶକୁନ
  • ଗ୍ରହ ଓ ନକ୍ଷତ୍ରାଦିଙ୍କ ବିଶିଷ୍ଟ ଅବସ୍ଥାନ ଯୋଗୁଁ ବ୍ୟକ୍ତିବିଶେଷର ଜୀବନରେ ଆଶଙ୍କିତ ଅମଙ୍ଗଳ
  • ପାପଜନକ
  • ଅଶୁଭସୂଚକ; ଅମଙ୍ଗଳକର
  • ନଷ୍ଟରିଷ୍ଟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି— [ସଂସ୍କୃତ - ରିଷ୍ ଧାତୁ=ବଧ କରିବା +କର୍ତ୍ତୃ. ତ]

[ସମ୍ପାଦନା]
୧. ପାପ; କଳୁଷ —୧. Sin.
୨. ଅଶୁଭ; ବ୍ୟାଘାତ; ବିଘ୍ନ; ଅମଙ୍ଗଳ —୨. Impediment; woe; misfortune.
୩. (+ଭାବ. ତ) ନାଶ; ଧ୍ୱଂସ —୩. Destruction; ruin.
୪. (+କରଣ. ତ)— ଖଡ଼୍ଡ଼; ଖଣ୍ଡା —୪. Sword.
୫. ଦୈତ୍ୟ ବିଶେଷ — ୫. Name of a demon.
୬. ରିଠା (ଫଳ ଓ ବୃକ୍ଷ) —୬. Soap berry; soap nut.
୭. କଲ୍ୟାଣ; ଶୁଭ; ମଙ୍ଗଳ —୭. Good fortune bliss.
୮. ଅଭାବ —୮. Want.
୯. ପାରଦ; ପାରା —୯. Mercury.
୧. ଅଶୁଭ ଶକୁନ — ୧୦. Inauspicious sign; evil omen.

[ଦ୍ରଷ୍ଟବ୍ୟ —ଦ୍ୱାରକା ପୁରେ ରିଷ୍ଟ ଜାତ, ଦେଖି ଚକିତ ଯଦୁନାଥ ଭାଗବତ]

୧୧. (ଫଳିତ ଜ୍ୟୋତିଷ)—ଗ୍ରହ ଓ ନକ୍ଷତ୍ରାଦିଙ୍କ ବିଶିଷ୍ଟ ଅବସ୍ଥାନ ଯୋଗୁଁ ବ୍ୟକ୍ତିବିଶେଷର ଜୀବନରେ ଆଶଙ୍କିତ ଅମଙ୍ଗଳ —(Astrology) Apprehended misfortune of a person on account of the interposition of planets and stars in his horoscope.


ବିଶେଷଣ -

[ସମ୍ପାଦନା]
୧. (+କର୍ତ୍ତୃ. ତ) ପାପଜନକ —୧. Sinful.
୨. ଅଶୁଭସୂଚକ; ଅମଙ୍ଗଳକର —୨. Ominous; woeful.
୩. ନଷ୍ଟ (ହିନ୍ଦୀ - ଶ) —୩. Damaged.

[ଦ୍ରଷ୍ଟବ୍ୟ — ଫଳିତ ଜ୍ୟୋତିଷ ମତରେ ରିଷ୍ଟର ନାନା ପ୍ରକାର ଭେଦ ଦେଖାଯାଏ ଯଥା— ଗଣ୍ଡରିଷ୍ଟ, ମାତୃରିଷ୍ଟ, ପିତୃରିଷ୍ଟ, ପିତୃରିଷ୍ଟ ସନ୍ତାନରିଷ୍ଟ, ଶିଶୁରିଷ୍ଟ, ଭ୍ରାତୃରିଷ୍ଟ ଶିଶୁର ଜାତକରେ ଅବସ୍ଥିତ ଗ୍ରହମାନଙ୍କର ଅବସ୍ଥିତି ଯୋଗୁଁ ଶିଶୁର ମାତା ପ୍ରତି ଅମଙ୍ଗଳ ଘଟନାରେ ମାତୃରିଷ୍ଟ ହୁଏ ଅଶ୍ୱନୀ, ମଘା ଓ ମୂଳା—ଏ ତିନି ନକ୍ଷତ୍ରର ପ୍ରଥମ ପାଦକୁ ରେବତୀ, ଅଶ୍ଲେଷା ଓ ଜ୍ୟେଷ୍ଠା—ଏ ତିନି ନକ୍ଷତ୍ରର ଶେଷ ପାଦକୁ ଗଣ୍ଡ ବୋଲାଯାଏ ଦିବସରେ ଜ୍ୟେଷ୍ଠର ଓ ମୂଳାର ଗଣ୍ଡ ପାଦ ବେଳେ ଶିଶୁର ଜନ୍ମ ହେଲେ ଏହା ପିତୃରିଷ୍ଟ ରାତ୍ରିରେ ମଘାର ଗଣ୍ଡପାଦ ପଡ଼ିବା ସମୟରେ ଶିଶୁର ଜନ୍ମ ହେଲେ ମାତୃ ରିଷ୍ଟ ଓ ସନ୍ଧ୍ୟାବେଳେ ରେବତୀର ଓ ଅଶ୍ୱନୀର ଗଣ୍ଡପାଦ ପଡ଼ିବା ସମୟରେ ଶିଶୁ ଜନ୍ମ ହେଲେ ଶିଶୁ ରିଷ୍ଟ ହୁଏ; ଅର୍ଥାତ୍ ଉକ୍ତି 'ରିଷ୍ଟ' ଯୋଗମାନ ଘଟିଲେ ଯଥାକ୍ରମେ ପିତା, ମାତା ଓ ଶିଶୁ ଆଶୁମୃତ୍ୟୁ ଲାଭ କରନ୍ତି ଏହି 'ରିଷ୍ଟ ଶାନ୍ତି' କରିବା ପାଇଁ ସ୍ନାନ ଦାନାଦିର ମଧ୍ୟ ବ୍ୟବସ୍ଥା ଅଛି]