ରୁକ୍ମୀ
ରୁକ୍ମୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୁକ୍ମ+ଇନ୍, ୧ମା. ୧ବ)
[ସମ୍ପାଦନା]ସ୍ୱର୍ଣ୍ଣମୟ —Golden
ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଭୀଷ୍ମକ ରାଜାଙ୍କ ଜ୍ୟେଷ୍ଠ ପୁତ୍ର ଓ ରିକ୍ମଣୀଙ୍କ ଜ୍ୟେଷ୍ଠ ଭ୍ରାତା —The eldest brother of Rukimiṇī
[ଦ୍ରଷ୍ଟବ୍ୟ — ଏ ଶ୍ରୀକୃଷ୍ଣଦ୍ୱେଷୀ ଥିଲେ ଶ୍ରୀକୃଷ୍ଣ ରୁକ୍ମଣୀଙ୍କୁ ହରଣ କରି ନେବାରୁ ଏ ତାଙ୍କ ଗତି ରୋଧ କରିବାକୁ ନର୍ମଦାତୀରେ ଉପସ୍ଥିତ ହେଲେ କିନ୍ତୁ ବଳରାମଙ୍କଦ୍ୱାରା ପରାଜିତ ହୋଇ ଲଜ୍ଜାରେ ଆଇ ବିଦର୍ଭକୁ ଫେରି ନ ଆସି ଭୋଜକଟକ ନାମକ ନଗର ସ୍ଥାପନ କରିବାରେ ପ୍ରବୃତ୍ତ ହେଲେ ଏ ଶ୍ରୀକୃଷ୍ଣଙ୍କ ବିଦ୍ୱେଷୀ ଥିଲେ ମଧ୍ୟ ରୁକ୍ମଣୀଙ୍କପ୍ରତି ଏହାଙ୍କ ସ୍ନେହ କମି ନ ଥିଲା ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନଙ୍କ ସହିତ ଏ ଏହାଙ୍କର କନ୍ୟା ରୁକ୍ମାବତୀଙ୍କୁ ବିବାହ କରାଇ ଥିଲେ ମହାଭାରତ ଯୁଦ୍ଧର ପ୍ରାକ୍କାଳରେ ଏ ଆପଣାର ବୀରତ୍ୱ ଖ୍ୟାପନପୂର୍ବକ ପ୍ରଥମେ ପାଣ୍ଡବଙ୍କ ପକ୍ଷରେ ଓ ପରେ କୈରବଙ୍କ ପକ୍ଷରେ ଯୋଗ ଦେବାପାଇଁ ନିଜେ ପ୍ରସ୍ତାବ କଲେ କିନ୍ତୁ ଏହାଙ୍କ ଅହମିକା ଯୋଗୁ ଉଦୟ ପକ୍ଷ ଏହାଙ୍କ ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ ଏ ପ୍ରଦ୍ୟୁମ୍ନ ତନୟ ଅନିରୂଦ୍ଧଙ୍କ ସହିତ ଆପଣାର ଏକ ପୌତ୍ରୀଙ୍କୁ ବିବାହ ଦେଇଥିଲେ ସେହି ଉତ୍ସବ ଉପଲକ୍ଷରେ ଯାଦବମାନେ ଏହାଙ୍କ ପ୍ରତିଷ୍ଠିତ 'ଭୋଜକଟକ' ରାଜଧାନୀକୁ ନିମନ୍ତ୍ରିତ ହୋଇ ଆସିଥିଲେ ସେହି ସମୟରେ ଏ ବଳରାମଙ୍କ ନିମନ୍ତ୍ରୀତ ହୋଇ ଆସିଥିଲେ ସେହି ସମୟରେ ଏ ବଳରାମଙ୍କ ସହିତ ଅକ୍ଷକ୍ରୀଡ଼ାରେ ପ୍ରବୃତ୍ତ ହୋଇ କ୍ରୀଡ଼ାରେ ପ୍ରତାରଣା କରିବାରୁ ବଳରାମ ଏହାଙ୍କ ଅକ୍ଷାଘାତ (ପଶାକାଠିରେ ଆଘାତ) କଲେ ଏବଂ ସେହି ଆଘାତରେ ରୁକ୍ମୀ ପଞ୍ଚତ୍ୱପ୍ରାପ୍ତ ହେଲେ ଏହାଙ୍କର ଅନ୍ୟ ସାନ ଭାଇମାନଙ୍କ ନାମ ରୁକ୍ମସେନ, ରୁକ୍ମ— କେଶ, ରୁକ୍ମମାହୁ, ରୁକ୍ମରଥ, ରୁକ୍ମମାଳୀ (ହିନ୍ଦୀ - ଶ)]