ରୁଚିର
ଦେଖଣା
ରୁଚିର
ଉଚ୍ଚାରଣ
[ସମ୍ପାଦନା][ରୂଚିରା—ସ୍ତ୍ରୀ]
(ରୂଚିରତା—ବି)
ସଂସ୍କୃତ - ବିଶେଷଣ - (ରୁଚ୍ ଧାତୁ+କର୍ତ୍ତୃ. ଇର; ରୁଚି+ରା ଧାତୁ= ଦେବା=କର୍ତ୍ତୃ. ଅ)
[ସମ୍ପାଦନା]- ୧. ମନୋହର; ମନୋଜ୍ଞ — ୧. Pleasant.
- ୨. ସୁନ୍ଦର —୨. Dainty; beautiful.
- ୩. ମଧୁର; ସୁମିଷ୍ଟ; ରୁଚିକର — ୩. Tasteful; savoury; sweet; cordial; stomachic.
- ୪. ଉଜ୍ଜ୍ୱଳ; ପ୍ରଭାନ୍ୱିତ —୪. Bright; brilliant. (M.W.)
- ୫. କ୍ଷୁଧାର ଉତ୍ତେଜକ — ୫. Stomachic.
ବିଶେଷ୍ୟ -
[ସମ୍ପାଦନା]- ୧. ଲବଙ୍ଗ ପୁଷ୍ପ —୧. The bud of cloves.
- ୨. କୁଙ୍କୁମ —୨. Saffron.
- ୩. ଶୋଭା —୩. Beauty.
[ଉ—ସେହି ରୁଚିରରେ ମଜ୍ଜି— ଭଞ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ]
- ୪. ମୂଳା (ହିନ୍ଦୀ - ଶ) — ୪. Radish.
- ୫. ସେନଜିତଙ୍କ ପୁତ୍ରର ନାମ (ହିନ୍ଦୀ - ଶ) — ୫. Name of a son of king Senajita.