ରୁଚୀ
ଦେଖଣା
ରୁଚୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସ୍ତ୍ରୀ)—(ରୁଚ୍ ଧାତୁ+କର୍ତ୍ତୃ. ଇ, ଈ)
[ସମ୍ପାଦନା]- ୧. ଆଲୋକରେଖା; କିରଣ —୧. Ray of light; gleam of light.
- ୨. ପ୍ରଭା; ଦୀପ୍ତି; ଦ୍ୟୁତି — ୨. Brilliance; lustre; splendour.
- ୩. ଶୋଭା; ଲାବଣ୍ୟ; ସୌନ୍ଦର୍ଯ୍ୟ —୩. Beauty; grace.
- ୪. ଲାଳିତ୍ୟ; ମାଧୁର୍ଯ୍ୟ —୪. Sweetness elegance.
- ୫. ଗୋରୋଚନା —୫. A sort of yellow pigment obtained from the carcase of kine.
- ୬. କ୍ଷୁଧା; ପାନାହାର ପାଇଁ ଇଚ୍ଛା; ବୁଭୁକ୍ଷା —୬. Appetite; hunger; zest.
- ୭. ଭୋଜନସ୍ପୃହା; ଖାଦ୍ୟ ପ୍ରତି ଆଗ୍ରହ —୭. Relish for food; zest for food.
- ୮. ଅଭିଳାଷ; ସ୍ପୃହା — ୮. Desire.
- ୯. ସାହିତ୍ୟପ୍ରତି ଆଗ୍ରହ —୯. Taste for literature.
- ୧. ଅନୁରାଗ; ପ୍ରୀତି; ପ୍ରେମ — ୧୦. Love Attachment; liking.
- ୧୧. ପ୍ରବୃତ୍ତି (ହିନ୍ଦୀ - ଶ.) —୧୧. Inclination.
- ୧୨. ସ୍ୱାଦ (ହିନ୍ଦୀ - ଶ). ୧୨. Taste (Apte).
- ୧୩. କାମଶାସ୍ତ୍ର ଅନୁସାରେ ଆଲିଙ୍ଗନବିଶେଷ, ଯହିଁରେ ନାୟିକା ନାୟକଙ୍କ ସମ୍ମୁଖରେ ନାୟକର ଆଣ୍ଠୁ ଉପରେ ବସି ନାୟକଙ୍କୁ ଆଲିଙ୍ଗନ କରନ୍ତି (ହିନ୍ଦୀ - ଶ.) —୧୩. A kind of amatory embrance or coitus (M.W.)
- ୧୪. ଅପ୍ସରୋ— ବିଶେଷ (ହିନ୍ଦୀ - ଶ.) —୧୪. Name of a heavenly nymph.
ପୁଂ.
[ସମ୍ପାଦନା]- ୧୫. ପ୍ରଜାପତିବିଶେଷ (ରୁଚି ଶବ୍ଦ) ୧୫. Name of a Progenitor of mankind.
[ଦ୍ରଷ୍ଟବ୍ୟ —ଆକୂତିଙ୍କ ସହିତ ଏହାଙ୍କର ବିବାଦ ହୋଇଥିଲା ଓ ଏହାଙ୍କ ଔରସରେ ଆକୂତିଙ୍କ ଗର୍ଭରେ ଯଜ୍ଞ ଓ ଦକ୍ଷିଣା ନାମକ ଯମଜ ପୁତ୍ରକନ୍ୟା ଜାତ ହୋଇଥିଲେ ଏ ମଧ୍ୟ ରୌଚ୍ୟମନୁଙ୍କ ପିତା ଥିଲେ [ହିନ୍ଦୀ - ଶ]
- ୧୬. ବିଶ୍ୱାମିତ୍ରଙ୍କ ଏକ ପୁତ୍ର —୧୬. Name of a son of Biṡwāmitra (M.W.)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ରୁଚିକର — ୧. Tasteful; agreeable to taste; savoury.
- ୨. ରୁଚିକର; ମନୋହର; ସୁନ୍ଦର —୨. Pleasant; agreeable (M.W.)
ରୁଚୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରୁଚି[ଦେଖ] Ruchi (See)