ରୁଦନ୍ତିକା
ଦେଖଣା
ରୁଦନ୍ତିକା
ଉଚ୍ଚାରଣ
[ସମ୍ପାଦନା](ରୁଦନ୍ତୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା][ମରହଟ୍ଟୀ—ଅଲଗୁଣୀ]
(ତେ—ରୁଦନ୍ତି)
ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ; ରୁଦ୍ ଧାତୁ+କର୍ତ୍ତ. ଅତ୍+ସ୍ତ୍ରୀ ଈ+କ+ ଆ)
[ସମ୍ପାଦନା]ଏକପ୍ରକାର ଗୁଳ୍ମ—[ଦ୍ରଷ୍ଟବ୍ୟ —ଏହି ଗୁଳ୍ମ ବୁଟଗଛ ପରି ହାତେ ଉଚ୍ଚ ଏବଂ ଏହାର ପତ୍ର ଶରତ୍ ଓ ଶୀତକାଳରେ ଏ ଗଛରୁ ଜଳବିନ୍ଦୁ ନିର୍ଗତ ହୁଏ ବୋଲି ଏହି ନାମ (ଏହା ଔଷଧରେ ବ୍ୟବହୃତ ହୁଏ] —A sort of medicinal plant; Cressa Cretica.
[ଦ୍ରଷ୍ଟବ୍ୟ —ଏହାର ଅନ୍ୟ ସଂସ୍କୃତନାମ; ସ୍ରବତ୍ତୋୟା, ସଞ୍ଜୀବନୀ, ଅମୃତସ୍ରବା, ସୁଧାସ୍ରବା, ରୋମଞ୍ଚକା, ମହାମାଂସୀ, ଚରଣପତ୍ରୀ, ମଧୁସ୍ରବା, ଏହା କଟୁତିକ୍ତ କଷାୟରସ, ଉଷ୍ଣ— ବୀର୍ଯ୍ୟ, ଅଗ୍ନିବର୍ଦ୍ଧକ, ଶୁକ୍ରଜନକ, ପିତ୍ତନାଶକ, ଜରା ଓ ବ୍ୟାଧିନାଶକ, ଏହା ରକ୍ତିପିତ୍ତ, ମେହ, କ୍ଷୟ, କୁଷ୍ଠ, ଶ୍ୱାସ ଓ କୃମିରୋଗରେ ଉପକାରକ ଏହା ଉଷ୍ଣଦେଶରେ ବାଲିଆ ଜମିରେ ଜଳାଶୟ ନିକଟରେ ଓ ସମୁଦ୍ରତଟରେ ଜନ୍ମେ କଳା, ହଳଦିଆ, ନାଲି ଓ ଧଳା ଫୁଲଭେଦରେ ଏ ଗଛ ୪ ପ୍ରକାର ବୈଦେକମତରେ ଏହା କଡ଼ୁଆ, ଗରମ ରସାୟନ, ଅଗ୍ନିଜନକ, ବୀର୍ଯ୍ୟବର୍ଦ୍ଧକ ଅଟେ ଓ ଶ୍ୱସା କୃମି ରକ୍ତପିତ୍ତ, କଫ ପ୍ରୋକପ ଦୂର କରେ—ହିନ୍ଦୀ - ଶ]