ରୁଦ୍ର
- ଭୀଷଣ; ଭୟଙ୍କର; ଚଣ୍ତ
- ଉଗ୍ର
- ସୂର୍ଯ୍ୟ
- ବ୍ରହ୍ମାଙ୍କ କପାଳରୁ ଉତ୍ପନ୍ନ ୧୧ ଗୋଟି ଗଣଦେବତା
- ଏକ କଡା କଉଡିର ୧/୧୧ ଅଂଶ
- ଆର୍ଦ୍ରା ନକ୍ଷତ୍ର
- ଅଣସୋରିଷିଆ
- ବିଶ୍ଵକର୍ମାଙ୍କ ଏକପୁତ୍ରଙ୍କ ନାମ
- ପ୍ରାଚୀନ କାଳର ଏକ ପ୍ରକାର ବାଜା
- ଅର୍କ ଗୁଳ୍ମ
- ରୌଦ୍ର
- ରୁଦ୍ରଗଣ
- ଶଗଡ଼ ଉପରେ ଧାନ ଆଦି ବୋହିବା ପାଇଁ ବାଉଁଶ ପାତିଆରେ ବୁଣା ହୋଇଥିବା ଲମ୍ବ ଆଧାର; ଉଦର; ଓଦ୍ର
- ପୁରୁଷ ଲୋକଙ୍କ ନାମରୁଦ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ରୁଦ+ଧାତୁ+ସଂଜ୍ଞାର୍ଥେ ଅପାଦାନେ ର; ଯାହା ଯୋଗୁଁ ଲୋକ କାନ୍ଦନ୍ତି)
[ସମ୍ପାଦନା]- ୧. ଭୀଷଣ; ଭୟଙ୍କର; ଚଣ୍ଡ — ୧. Terrible; terrific; fierce.
- ୨. ଉଗ୍ର — ୨. Violent; strong.
ବି—(ରୁଦ୍ ଧାତୁ ଣିଜନ୍ତି; ରୁଦି ଧାତୁ+କର୍ତ୍ତ ର; ଯେ ପ୍ରଳୟରେ ସମସ୍ତଙ୍କୁ କନ୍ଦାନ୍ତି)
[ସମ୍ପାଦନା]- ୧. ମହାଦେବ; ଶିବ —୧. Ṡiba.
- ୨. ସଂହାରମୂର୍ତ୍ତି; ମହାଦେବଙ୍କ ଅଷ୍ଟମୂର୍ତ୍ତି ମଧ୍ୟରୁ ଅଗ୍ନିମୟ ମୂର୍ତ୍ତି —୨. The fiery incarnation or form of Ṡiba.
[ଦ୍ରଷ୍ଟବ୍ୟ —ଏହି ରୂପରେ ଶିବ କାମଦେବଙ୍କୁ ଭସ୍ମ କରି— ଥିଲେ; ଦକ୍ଷଯଜ୍ଞ ନାଶ କରିଥିଲେ ଓ ଉମାଙ୍କୁ ଓ ଗଙ୍ଗାଙ୍କୁ ବିବାହ କରିଥିଲେ—ହିନ୍ଦୀ - ଶ]
- ୩. ସୂର୍ଯ୍ୟ —୩. The sun.
- ୪. ବ୍ରହ୍ମାଙ୍କ କପାଳରୁ ଉତ୍ପନ୍ନ ୧୧: ଗୋଟି ଗଣ— ଦେବତା —୪. A class of eleven Deities produeed from the brow of Brahmā.
[ଉ—ରୋଦନ କଲୁ ଆଗେ ଯେଣୁ, ତୋ ନାମ ରୁଦ୍ର ହେଉ ତେଣୁ ଜଗନ୍ନାଥ. ଭାଗବତ]
[ଦ୍ରଷ୍ଟବ୍ୟ —କୂର୍ମପୁରାଣରେ ଅଛି ଯେ, ବ୍ରହ୍ମା କଳାରମ୍ଭକାଳରେ ବହୁତ ତପସ୍ୟା କରି ସୁଦ୍ଧା ସୃଷ୍ଟି ଉତ୍ପନ୍ନ କରି ନ ପାରି ଅତି କ୍ରୁଦ୍ଧ ହୋଇ କାନ୍ଦିଲେ ତାଙ୍କ ଲୋତକରୁ ଭୂତ ପ୍ରେତଙ୍କ ସୃଷ୍ଟି ହେଲା ଓ ତାଙ୍କ ମୁଖରୁ ୧୧: ରୁଦ୍ର ଉତ୍ପନ୍ନ ହେଲେ ଏମାନେ ଉତ୍ପନ୍ନ ହୋଇ ଉଚ୍ଚୈଃସ୍ୱରରେ କାନ୍ଦିଲେ ଏଥିପାଇଁ ଏମାନଙ୍କ ନାମ ରଦ୍ର ହେଲା ମତାନ୍ତରରେ ବ୍ରହ୍ମା ସୃଷ୍ଟିଚିନ୍ତାରେ ନିମଗ୍ନ ଥିବା ଅବସ୍ଥାରେ ତାଙ୍କ ଲଲାଟରୁ ଗୋଟିଏ କାଳକମୂର୍ତ୍ତି ଜାତ ହୋଇ ରୋଦନ କିର ଇତସ୍ତତଃ ଦୌଡ଼ାଦୌଡ଼ି କଲେ ବ୍ରହ୍ମା ତାହାଙ୍କୁ ରୁଦ୍ର ନାମରେ ଅଭିହିତ କଲେ ଓ ରୋଦନରୁ ନୁବୃତ ହେବାକୁ ଅନୁରୋଧ କଲେ ବ୍ରହ୍ମା ଏହାଙ୍କୁ ଆଠ ଗୋଟି ନାମ ଦେଲେ ୧ ଭବ, ୨ ଶର୍ଚ୍ଚ, ୩ ଈଶାନ, ୪ ପଶୁପତି, ୫ ଭୀମ, ୬ ଉଗ୍ର, ୭ ମହାଦେବ, ୮ ଶଙ୍କର ଏ ପୁଣି ୧୧:ଟି ମୂର୍ତ୍ତି ଧାରଣ କରି ଏକାଦଶ ରୁଦ୍ର ନାମରେ ବିଖ୍ୟାତ ହେଲେ ଯଥା— —୧ ଅଜୈକପାଦ, ୨ ଅହିବ୍ରଧ୍ନ, ୩ ବିରୁପାକ୍ଷ, ୪ ସୁରେଶ୍ୱର, ୫ ଜୟନ୍ତ, ୬ ବହୁରୂପ,୭ କ୍ର୍ୟମ୍ୱକ, ୮ ଅପରାଜିତ, ୯ ବୈବସ୍ୱତ, ୧ ମାବିତ୍ର, ୧୧: ହର
ମତାନ୍ତରରେ ୧ ଅତ, ୨ ଏପପାଦ, ୩ ଅହିବ୍ରଧ୍ନ, ୪ ପିନାକୀ, ୫ ଅପରାଜିତ, ୬ କ୍ର୍ୟମ୍ୱକ, ୭ ମହେଶ୍ୱର ୮ ବୃଷାକପି, ୯ ଶମ୍ଭୁ, ୧ ହର, ୧୧: ଈଶ୍ୱର ପୁନଶ୍ଚ ଭାଗବତ ମତେ—୧ ମନ୍ୟୁ, ୨ ମନୁ, ୩ ମହାନସ, ୪ ମହାନ୍ ୫ ଶିବ, ୬ ଋତୁଧ୍ୱନ, ୭ ଉର୍ଦ୍ଧରେତସ, ୮ କାଳଭାବ, ୧ ବାମଦେବ ୧୧: ଧୃତବ୍ରତ
ଗରୁଡ଼ ପୁରାଣରେ ଏମାନଙ୍କ ନାମ—୧ ଅଜୈକପାଦ, ୨ ଅହିବ୍ରଧ୍ନ, ୩ ତୃଷ୍ଟା, ୪ ବିଶ୍ୱରୂପହର, ୫ ବହୁରୂପ, ୬ କ୍ରମ୍ୱକ, ୭ ଅପରାଜିତ, ୮ ବୃଷାକପି, ୯ ଶମ୍ଭୁ, ୧ କପର୍ଦ୍ଦୀ; ୧୧: ରୈବତ
ଏମାନେ କ୍ରୋଧରୂପେ ବୋଲି କଲିତ; ଭୂତ ପ୍ରେତ ପିଶାଚଆଦି ଏମାନଙ୍କଠାରୁ ଉତ୍ପନ୍ନ ହୋଇଥିବା କଥିତ
ବେଦରେ ଅଗ୍ନିଙ୍କୁ ରୁଦ୍ର ବୋଲା ଯାଇଅଛି; ଓ କଥିତ ଅଛି ଯେ, ଯଜ୍ଞର ଅନୁଷ୍ଠାନ କରିବା ନିମନ୍ତେ ରୁଦ୍ରହିଁ ଯଜ୍ଞରେ ପ୍ରବେଶ କରନ୍ତି ବେଦରେ ରୁଦ୍ରଙ୍କୁ ଅଗ୍ନିରୂପୀ, ବୃଷ୍ଟିକର ଓ ଗର୍ଜନକାରୀ ଦେବ ବୋଲି ଯାଇଅଛି ଓ ଏ ଦେବ ବ୍ରଜ ଥିବା ଅନୁମିତ ହୁଏ ପୁଣି କେଉଁ କେଉଁ—ଠାରେ ରୁଦ୍ର ଶବ୍ଦରୁ ଇନ୍ଦ୍ର, ମିତ୍ର, ବରୁଣ, ପୁଷଣ ଓ ସୋମ ଆଦି ଅନେକ ଦେତାଙ୍କର ବୋଧ ହୁଏ ଏକ ସ୍ଥାନରେ ରୁଦ୍ରଙ୍କୁ ରୁଦ୍ରଗଣଙ୍କର ପିତା ଓ ଅନ୍ୟ ସ୍ଥାନରେ ଅମ୍ୱିକାଙ୍କୁ ଭାଇ ବୋଲା ଯାଇଅଛି ଏହାଙ୍କର ୩ ନେତ୍ର ଏ ଏହାଙ୍କୁ ସର୍ବନିୟନ୍ତ୍ରଣକାରୀ ଓ ସର୍ପମାନଙ୍କ ଧ୍ୱଂସକାରୀ ବୋଲି ଯାଇଅଛି [ହିନ୍ଦୀ - ଶ.]
- ୫. ଏକ କଡ଼ା କଉଡ଼ିର ୧/୧୧: ଅଂଶ —୫. One eleventh of a cowrie.
- ୬. (ଜ୍ୟୋତିଷ) ଆର୍ଦ୍ରା ନକ୍ଷତ୍ର —୬. The sixth asterism or lunar mansion.
- ୭. (ବୌଦ୍ୟକ) ଅଣସୋରିଷିଆ ଗୁଳ୍ମ —୭. Cleome Viscosa (plant).
- ୮. ଏଗାର ସଂଖ୍ୟା (ହିନ୍ଦୀ - ଶ) —୮. The number eleven.
- ୯. ବିଶ୍ୱକର୍ମଙ୍କ ଏକପୁତ୍ରଙ୍କ ନାମ (ହିନ୍ଦୀ - ଶ)
୯. Name of a son of Biṡwakarmā.
- ୧. ପ୍ରାଚୀନ କାଳରେ ଏକପ୍ରକାର ବାଜା [ହିନ୍ଦୀ - ଶ.] — ୧୦. A kind of ancient musical instrument.
- ୧୧. ଅର୍କ ଗୁଳ୍ମ (ହିନ୍ଦୀ - ଶ.) —୧୧. The Calotropis Gigantea plant.
- ୧୨. ରୌଦ୍ର ରସ [ହିନ୍ଦୀ - ଶ,] —୧୨. The sentiment of terror in literature.
- ୧୩. ରୁଦ୍ରଗଣ [ଦେଖ ୧୩. Rudragaṇa (See).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସଂସ୍କୃତ - ଉର୍ଦ୍ଦର, ଉଦର]—ଶଗଡ଼ ଉପରେ ଧାନ ଆଦି ବୋହିବା ପାଇଁ ବାଉଁଶ ପାତିଆରେ ବୁଣା ହୋଇଥିବା ଲମ୍ୱ ଆଧାର; ଉଦର; ଓଦ୍ର —୧. A big and long basket of wicker work designed to carry paddy etc on a cart.
- ୨. ପୁରୁଷ ଲୋକଙ୍କ ନାମ —୨. A name given to males.