ରୁପ
ଦେଖଣା
ରୁପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - [ରୂପ୍ ଧାତୁ=ରୂପଯୁକ୍ତ କରିବା+କର୍ମ ଅ଼]
[ସମ୍ପାଦନା]- ୧. ଆକାର; ଆକୃତ —୧. Shape; form
[ଦ୍ରଷ୍ଟବ୍ୟ —ବାସ୍ତବ ପଦାର୍ଥମାନଙ୍କର ପାଞ୍ଚଇନ୍ଦ୍ରି ୟଦ୍ୱାରା ଗ୍ରାହ୍ୟ ପାଞ୍ଚଗୋଟି ମୌଳିକ ବା ଇନ୍ଦ୍ରିୟ ଗ୍ରାହ୍ୟ ଗୁଣ ଅଛି ଯଥା—୧ ଦର୍ଶନେନ୍ଦ୍ରିୟ ବା ଚକ୍ଷୁଦ୍ୱାର ଅନୁଭୂତ—ରୂପ ବା ବର୍ଣ୍ଣ ୨ ରସନେନ୍ଦ୍ରିୟ ବା ଜିହ୍ୱାଦ୍ୱାରା ରସ ବା ସ୍ୱାଦ, ୩ ଘ୍ରାଣେନ୍ଦ୍ରିୟ ବା ନାସିକାଦ୍ୱାରା ଗନ୍ଧ ବା ବାସନା, ଶ୍ରବଣେନ୍ଦ୍ରିୟ ବା କର୍ଣ୍ଣଦ୍ୱାରା ଶବ୍ଦ ବା ଧ୍ୱନି, ସ୍ପର୍ଶନେନ୍ଦ୍ରିୟ ବା ଚର୍ମଦ୍ୱାରା— ସ୍ପର୍ଶ ]
- ୨. ମୂର୍ତ୍ତି —୨. Image.
- ୩. ପ୍ରକୃତି; ସ୍ୱଭାବ — ୩. Naṭure; natural disposition; propensity.
- ୪. ସୌନ୍ଦର୍ଯ୍ୟ —୪. Beauty.
- ୫. ବିଭକ୍ତିଯୁକ୍ତ ଶବ୍ଦ ବା କୃଦନ୍ତଧାତୁ —୫. Inflected word; finflection of a noun or verb.
- ୬. ଏକ ସଂଖ୍ୟା —୬. A unit.
- ୭. ପ୍ରକାର —୭. Kind.
- ୮. ପଦାର୍ଥର ଦୃଶ୍ୟମାନ ଆକାର; ଚେହେରା —୮. Appearance.
- ୯. ଦୁଶ୍ୟକାବ୍ୟ — ୯. A drama which is enjoyed by sight only.
- ୧. ଅବତାର —୧୦. Incarnation.
- ୧୧. ବର୍ଣ୍ଣ —୧୧. Colour.
- ୧୨. ଶରୀର; ଦେହ (ହିନ୍ଦୀ - ଶ) —୧୨. Body.
- ୧୩. ଦଶା; ଅବସ୍ଥା; ଦେଶତାଳଭେଦ (ହିନ୍ଦୀ - ଶ) —୧୩. Condition.
- ୧୪. ଭେଦ; ବିକାର (ହିନ୍ଦୀ - ଶ) —୧୪. Change of form.
- ୧୫. ଚିହ୍ନ; ଲକ୍ଷଣ (ହିନ୍ଦୀ - ଶ) —୧୫. Sign; indication.
- ୧୬. ରୂପକ (ଦେଖ) - (ହିନ୍ଦୀ - ଶ.) —୧୬. Rūpaka (See)
- ୧୭. ରୁପା; ଚାନ୍ଦି (ହିନ୍ଦୀ - ଶ.) — ୧୭. Silver.
- ୧୮. ପଶୁ —୧୮, Beast.
- ୧୯. ନାମ —୧୯. Name
- ୨. ଗ୍ରନ୍ଥାଦିର ଆବୃତ୍ତି — ୨୦. Recitation or reading of a book.
- ୨୧. ଶ୍ଳୋକ —୨୧. Couplet or quadret.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚିତ୍ର; ଛବି —୧. Picture; a drawing.
- ୨. ଥଟ୍ଟା; ପରିହାସ —୨. Jesting.
- ୩. ବେଶ —୩. Garb; dress.
===ବିଶେଷଣ - (ଅନ୍ୟ ଶବ୍ଦର ପରେ ଯୁକ୍ତ ହେଲେ)
ସଦୃଶ; ତୁଲ୍ୟ; ପରି — Similar to; like.
(ଯଥା—ସେରୁପ ସୁନ୍ଦର ବାଳକ ମଁ ଦେଖିନାହି; ତୁମ୍ଭେ କିଆଁ ଏରୂପ କଥା କହୁଅଛ ?)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଶୁଆ —Parrot.