ରୁମାଲି
ରୁମାଲି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭାରତରେ ପୂର୍ବେ ଅତ୍ୟାଚାର କରୁଥିବା ଦଳ— ବଦ୍ଧ ଏକ ଶ୍ରେଣୀର ନରହନ୍ତା ଦସ୍ୟୁ; ଠଗ —Gangs of highway robbers who used to strangle wayfarers to death by tightening handkerchief round their necks.
[ଦ୍ରଷ୍ଟବ୍ୟ — ଏମାନ ରୁମାଲକୁ ଦଉଡ଼ିଭଳି ଗୁଡ଼ାଇ ତାକୁ ପଥିକମାନଙ୍କ ଗଳାରେ ଭିଡ଼ି ପଥିକମାନଙ୍କୁ ହତ୍ୟାକରି ଧନଲୁଣ୍ଠନ କରୁଥିଲେ ଏମାନଙ୍କୁ ଠଗ ବୋଲାଯାଏ ଲର୍ଡ— ବେଣ୍ଟିକ୍ ଭାରତର ବଡ଼ଲାଟ ଥିବା ସମୟରେ (ଖ୍ରୀ ୧୮୨୮: — ୧୮୩୫: ) ଏ ଦସ୍ୟୁଦଳଙ୍କୁ ଦମନ ଓ ନିର୍ମୂଳ କଲେ ଏ 'ଠଗବିଭାଗ' ନାମରେ ଗୋଟିଏ ସରକାରୀ ବିଭାଗ ସ୍ଥାପନ କରି ବର୍ଣ୍ଣେଲ୍ସ୍ଲିମାନ୍ ନାମକ ଜଣେ ପଲଟଣିଆସାହେବଙ୍କୁ ଓ ଠଗମାନଙ୍କ ଦମନକାର୍ଯ୍ୟରେ ନିଯୁକ୍ତି କଲେ ସ୍ଲିମାନ୍ ସାହେବଙ୍କ ଅକ୍ଳାନ୍ତ ଉଦ୍ୟମରେ ଖ୍ରୀ ୧୮୩: ଠାରୁ ୧୮୩୫: ପର୍ଯ୍ୟନ୍ତ ପ୍ରାୟ ହଜାର ଠଗଙ୍କୁ ଧରାଯାଇ ଫାସୀ ଦିଆ ଗଲା ଏବଂ ଏଥିରୁ ଫଳରେ ଦେଶରୁ ରୁମାଲୀ ଠଗମାନଙ୍କ ଅତ୍ୟାଚାର ଦୁରୀଭୂତ ହେଲା]
- ୨. ଏକ ଶ୍ରେଣୀର ବାଳକ ନର୍ତ୍ତକ —୨. A class of dancing boys used as objects for satisfation of unnatural just.
[ଦ୍ରଷ୍ଟବ୍ୟ —ଏମାନେ କାମୁକମାନଙ୍କର ଇନ୍ଦ୍ରିୟଲାଳସାକୁ ଅସ୍ୱାଭାବିକ ଉପାୟରେ ତୃପ୍ତ କରିବା ସାମଗ୍ରୀରୂପେ ବ୍ୟବହୃତ ହେଉଥିଲେ ସଭ୍ୟତାର ପ୍ରଚାର ଓ ଅସ୍ୱଭାବିକ ପୁଂମୈଥୁନାଦି ନିବାରକ ଆଇନ୍ ପ୍ରଚଳନ ହେତୁ ଅଧୁନା ଏମାନଙ୍କ ସଂଖ୍ୟା ଓ ବ୍ୟବସାୟ କ୍ରମଶଃ ମାନ୍ଦ୍ୟ ଲାଭ କରୁଅଛି; ଏମାନେ ରୁମାଲ୍ଦ୍ୱାରା ଗୁଦମାର୍ଗକୁ କାମୁକମାନଙ୍କ ପୁଂମୈଥୁନୋପ— ଯୋଗୀ କରିବା କର୍ମ କରୁଥିବାରୁ ଏମାନଙ୍କର ଏହି ନାମ ହୋଇଥିଲା]