ରୁମ ଛୁଇଁବା
ଦେଖଣା
ରୁମ ଛୁଇଁବା
ଉଚ୍ଚାରଣ
[ସମ୍ପାଦନା](ରୁମ ବଙ୍କା କରିବା; ରୁମ ବଙ୍କା[ଙ୍କେ]ଇବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ରୁମ ଛୁଇଁବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିର ସାମାନ୍ୟ ମାତ୍ର ଅନିଷ୍ଟ କରିବା —To injure a person very slightly;
[ଉ—ସସ୍ର ସଂଖ୍ୟା ଯେବେ ଗନ୍ଧର୍ବେ ହେବ ଗୋଟି, ନ ପାରିବ ବଙ୍କା କରି ମୋହର ରୁମଟି କୃଷ୍ଣସିଂହ. ମହାଭାରତ ବିରାଟ]
[ଦ୍ରଷ୍ଟବ୍ୟ — ଲୋକ କଥାରେ ଅନ୍ୟ ବ୍ୟକ୍ତିକୁ କହିଥାଆନ୍ତି—ତୁ ଭଲା— ମୋ ରୁମ ଛୁଇଁବୁନାଁ ? ତୁ ଭଲା ମୋ ରୁମ ବଙ୍କା କରିପାରିବୁ ନାଁ? କୌଣସି ବ୍ୟକ୍ତିର ଦେହର ଗୁଡ଼ିଏ ଲୋମ ଉପାଡ଼ିଲେ ଯେଉଁପରି କଷ୍ଟବୋଧ ହୁଏ ଗୋଟିଏ ଲୋମ ଉପାଡ଼ିଲେ ତା— ଠାରୁ ଅଳ୍ପ କଷ୍ଟ ହୁଏ ମନୁଷ୍ୟ ଦେହରେ ହାତ ଲଗାଇଲେ ବା ମନୁଷ୍ୟକୁ ସ୍ପର୍ଶ କକଲେ ହାତ ଦେବା ସ୍ଥାନରେ ଲୋମମାନେ ବକ୍ର ହୁଏ ଏଥିପାଇଁ ରୁମ ଉପାଡ଼ିବା, ରୁମ ବଙ୍କାଇବା; ରୁମ ଛୁଇଁବା ଶବ୍ଦମାନ ଲକ୍ଷଣାର୍ଥରେ କଷ୍ଟଦେବା, ସାମାନ୍ୟ କଷ୍ଟ ଦେବା ଓ କିଛିମାତ୍ର କଷ୍ଟ ଦେବା ଅର୍ଥରେ ବ୍ୟବହୃତ ହୁଏ]