Jump to content

ରୁରୁ

ଉଇକିଅଭିଧାନ‌ରୁ

ରୁରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ରୁ ଧାତୁ=ରବ କରିବା+କର୍ତ୍ତ. ରୁ)

[ସମ୍ପାଦନା]
୧. କୃଷ୍ଣସାର ମୃଗ ବିଶେଷ —୧. A species of deer; Corvulus Montjac.

[ଦ୍ରଷ୍ଟବ୍ୟ —ଏମାନେ ରକ୍ତ ପିଙ୍ଗଳ ବର୍ଣ୍ଣ; ଏମାନେ ଲୋକବସତିର ବହୁ ଦୂରରେ ନିବିଡ଼ ଜଙ୍ଗଲରେ ବିଚରଣ କରନ୍ତି ଏବଂ କୁକୁରଙ୍କ ଭୂକିବା ଭଳି ଥରେ ମାତ୍ର 'ଲୋ' ରବ କରନ୍ତିଯ ପୁରୁଷ ଜାତୀୟ ରୁରୁଙ୍କର ଶିଙ୍ଗ ହୁଏ ଓ ତହିଁରେ ମଝିରେ ମଝିରେ ଖୋଳ ଖସି ପଡ଼ି ନୂଆ ଖୋଳ ଗଜୁରେ ସ୍ତ୍ରୀ ଜାତୀୟ ରୁରୁଙ୍କର ଶିଙ୍ଗ ନାହିଁ ଏମାନଙ୍କ ଚର୍ମକୁ ଋଷିମାନେ ବ୍ୟବହାର କରୁଥିଲେ ଓ ଏମାନଙ୍କ ଚର୍ମର ମେଖଳାକୁ ବ୍ରହ୍ମଚାରୀମାନେ ପୁନ୍ଧୁଥିଲେ ]

୨. କସ୍ତୁରୀ ମୃଗ (ହିନ୍ଦୀ - ଶ) —୨. Musk deer.
୩. (ପୁରାଣ) ଦୈତ୍ୟ ବିଶେଷ —୩. (Hindu mythology) Name of a Titan.

[ଦ୍ରଷ୍ଟବ୍ୟ —ଏ ଦୁର୍ଗାଙ୍କଦ୍ୱାରା ନିହତ ହୋଇଥିଲା—ହିନ୍ଦୀ - ଶ; ଚ୍ୟବନ ମୁନିଙ୍କ ପୁତ୍ର ପ୍ରମତଙ୍କ ଔରସରେ ଘୃତାଚୀ ନାମ୍ନୀ ଅପ୍ସରାର ଗର୍ଭରୁ ଜାତ ଦୈତ୍ୟ, ଏହାଙ୍କ ସହିତ ମେନକା ଅପ୍ସରା କନ୍ୟା ପ୍ରମଦ୍ଦରାର ବିବାହସମ୍ୱନ୍ଧିୟ ସ୍ଥିର ହୋଇଥିଲା କିନ୍ତୁ ବିବାହ ପୂର୍ବରୁ ପ୍ରମଦ୍ଦରା ସର୍ପାଘାତରେ ମୃତା ହେବାରୁ ଦେବଦୂତଙ୍କ ଉପଦେଶ ଅନୁସାରେ ରୁରୁ ନିଜର ପରମାୟୁରୁ ଅଧେ ପ୍ରମଦ୍ଦରାକୁ ପ୍ରଦାନ କରିବାକୁ ପ୍ରମଦ୍ଦରା ଜୀଇଁ ଉଠିଲା ଓ ଦୁହିଙ୍କର ବିବାହ ସମ୍ମନ୍ନ ହେଲା ଏହାଙ୍କଠାରୁ ଶୁଜକ ନାମକ ଏକ ପୁତ୍ର ଜନ୍ମିଥିଲା ରୁରୁକକୁ ମହାଦେବ ବଧ କଲେ]

୪. ଋଷି ବିଶେଷ (ହିନ୍ଦୀ - ଶ) —୪. Name of a sage.
୫. ପୁରାଣନୁସାରେ କ୍ରୁର ଜନ୍ତୁ ବିଶେଷ — ୪. Name of a fabulous animal.

[ଦ୍ରଷ୍ଟବ୍ୟ — ଏହାର ଅନ୍ୟ ନାମ ଭାରଭଙ୍ଗ ହି ହିଂସିତ ପ୍ରାଣୀ ରୁକ୍ତ ରୂପ ଧାରଣ କକରି ରୌରବ ନରକରେ ଇହଲୋକରେ ହିଂସା— କାରୀ ବ୍ୟ୍ୟକ୍ତିକୁ କାମୁଡ଼ନ୍ତି]

୬. ବିଶେଷଦେବାଙ୍କ ଅନ୍ତର୍ଗତ ଗଣଦେବତା ବିଶେଷ (ହିନ୍ଦୀ - ଶ) —୬. Name of calss of Deities.
୭. ସାବର୍ଣ୍ଣିମନୁଙ୍କ ଅମଳରେ ସପ୍ତର୍ଷିମଧ୍ୟରୁ ଏକ ଋଷିଙ୍କ ମାମୁ (ହିନ୍ଦୀ - ଶ) —୭. Name of the maternal uncle of one of the seven sages who lived during the age of Sābarṇṇī Mamu.
୮. ଏକ ଭୈରବଙ୍କର ମାମୁ (ହିନ୍ଦୀ - ଶ) —୮. Name of the maternal uncle of a Bh&aline;i̱raba.
୯. ଫଳବାନ୍ ବୃକ୍ଷ ବିଶେଷ (ହିନ୍ଦୀ - ଶ) —୯. Name of a fruit tree.