ରୁଷୁଣି
ଦେଖଣା
ରୁଷୁଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ରୁଷ୍ ଧାତୁ)
[ସମ୍ପାଦନା]- ୧. ରୁଷିବା; କ୍ରୋଧ କରିବା —୧. Becoming angry.
- ୨. ଅଭିମାନ —୨. Sulleness; scowling; sulks
ଅନୁବାଦ
[ସମ୍ପାଦନା]ରୁଷୁଣି
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ରୋସ୍ନାଇ)
[ସମ୍ପାଦନା]- ୧. ରୋଷଣି; ରୋସ୍ନାର; ରାତ୍ରିରେ ଆଲୋକଯୁକ୍ତ ଶୋଭାଯାତ୍ରା —୧. Grand display and procession with lights and firewors.
- ୨. ବ୍ରତ ହେବା ଦିନ ଉପନୟନ ପରେ ବ୍ରହ୍ମଚାରୀ ବେଶରେ ବ୍ରତବେଦୀରୁ ଉଠି ଗ୍ରାମମୁଣ୍ଡର ଦେବା ଜୟକୁ ଶୋଭାଯାତ୍ରା କରିଯିବା ଓ ତେଣୁ ଫେରି ଆସିବା — ୨. A procession accompanying the boy who is newly investe with then sacred thread when he walks to an Idol at the end of the village and comes back again.
[ଦ୍ରଷ୍ଟବ୍ୟ —ବ୍ରତ ହୋଇ ସାରି ବାଳକ ବ୍ରହ୍ମଚାରୀବେଶରେ ବେଦୀରୁ ଉଠି କାନ୍ଧରେ ଯାଉଁଳୀଟିଏ ପକାଇ, ମରହଟ୍ଟୀ ଜୋତା ମାଡ଼ି, ତାଳ ପତ୍ର ଛତା ଖଣ୍ଡେ କାନ୍ଧରେ ଧରି ଗ୍ରାମ ମୁଣ୍ଡକୁ ଶୋଭାଯାତ୍ରା କରି ଯାଏ ଗ୍ରାମ ମୁଣ୍ଡଠାରେ ପରିବାରର ବ୍ୟକ୍ତିମାନେ ତାକୁ ଉଗାଳନ୍ତି ଓ ପଚାରନ୍ତି "ତୁମେ କୁଆଡ଼େ ଯାଉଛ ? " ବାଳର ଉତ୍ତର କରେ "ଆମକୁ ବାପା ବ୍ରତ କରାଇଲେ କିନ୍ତୁ ବିବାହ ନ କରାଇବାରୁ ଆମେ ଘରୁ ରୁଷିକରି ଯାଉଅଛି" ଏହା ପୁଣି ବାଟ ଉଗାଳିବା ବ୍ୟକ୍ତି କହେ "ଆଚ୍ଛା ! ଆମେ ବାପାଙ୍କୁ କହି ବିବାହ କରାଇ ଦେବା; ତୁମେ ରୁଷିଯାଅ ନାହିଁ; ଫେରିଆସ" ଏହା ଶୁଣି ବାଳକ ସେହିଠାରୁ ଘରକୁ ଫେରି ଆସେ ସମ୍ଭବତଃ ଉପନୟନ ପରେ ବ୍ରାହ୍ମଣ ବାଳକ ବ୍ରହ୍ମଚାରୀ ବେଶରେ ଗୁରୁଙ୍କ ଗୃହକୁ ଯାତ୍ରା କରୁଥିବା ବିଧିର ଏହା ଚିହ୍ନ ଅଟେ]
- ୫. ବିବାହ ଦିନ ବିବାହ ପରେ ଏକାକୀ ହୋଇ ବର ପାଲିଙ୍କିରେ ବସି ଶୋଭାଯାତ୍ରା କରିବା —୫. A procession made by the bridegroom in the evening of the marriage without the bride accompanying him.
[ଦ୍ରଷ୍ଟବ୍ୟ —ଏଥିରେ ମଧ୍ୟ କେତେ ଲୋକ ରୁଷି— ଯାଉଥିବା ବରକୁ ଖଣ୍ଡଦୂରରୁ ଫେରାଇ ଆଣନ୍ତି]