ରୂଢ଼
ରୂଢ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ରୂହ୍ ଧାତୁ=ଉତ୍ପନ୍ନ ହେବା)
[ସମ୍ପାଦନା]କ୍ଷୌର ହେବା ପରେ ମୁଣ୍ଡରେ ବଢ଼ିଥିବା କେଶ ମୂଳ —Stump of hair growing on the head some days after shaving.
(ଉ—X X ଆଜିଯାଏ ରୂଢ଼ ବଢ଼ି ରହିଥାନ୍ତା X X ଫକୀରମୋହନ ଛମାଣ ଆଠଗୁଣ୍ଠ)
[ଦ୍ରଷ୍ଟବ୍ୟ —ଯେଉଁମାନେ ମୁଣ୍ଡର କୌଣସି ଅଂଶ କ୍ଷୌର ହୁଅନ୍ତି କେତେଦିନ ପରେ ସେମାନଙ୍କର କେଶ— ମୂଳଗୁଡିକ ପୁଣି କଅଁଳେ ସେହି କଅଁଳିବା କେଶମୂଳକୁ ରୂଢ଼ ବୋଲାଯାଏ ]
ରୂଢ଼
ଉଚ୍ଚାରଣ
[ସମ୍ପାଦନା][ରୂଢ଼ା—ସ୍ତ୍ରୀ]
ସଂସ୍କୃତ - ବିଶେଷଣ -(ରୁହ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ଜାତ; ଉତ୍ପନ୍ନ — ୧. Born; produced.
- ୨. ଆରୂଢ଼; ଚଢିଥିବା (ହିନ୍ଦୀ - ଶ.) —Ascended.
- ୩. ପ୍ରସିଦ୍ଧ; ପ୍ରବୃଦ୍ଧ, ଖ୍ୟାତ —୩. Famous; renowned; notorious.
- ୪. କର୍କଶ; କଠୋର —୪. Rough; harsh.
- ୫. କଠିନ —୫. Hard.
- ୬. ଅବିଭାଜ୍ୟ —୬. Indivisible.
- ୭. ରୁକ୍ଷ; ବିରକ୍ତିକର; ଅପ୍ରିୟ — ୭. Teasing.
- ୮. ଅଭଦ୍ର; ଅଶିଷ୍ଟ —୮. Discourteous.
- ୯. ସାଧାରଣତଃ ଜ୍ଞାତ —୯. Commonly known; become current current (Apte).
- ୧. (ବ୍ୟାକରଣ) ବ୍ୟୁତ୍ପତ୍ତିଲଭ୍ୟ ଅର୍ଥ ପ୍ରକାଶ ନ କରି ବ୍ୟବହାର କ୍ରମେ ଅନ୍ୟାର୍ଥର ପ୍ରକାଶକ (ଶବ୍ଦ) — ୧୦. (words) (in grammar) used in a sense which does not express the derivative or literal meaning.
[ଦ୍ରଷ୍ଟବ୍ୟ —ଯଥା ବୃକ୍ଷ=ବୃକ୍ଷ୍ ଧାତୁ=ବେଷ୍ଟନ କରିବା+ଅ, ବ୍ୟୁତ୍ପତ୍ତିଗତ ଅର୍ଥ ବେଷ୍ଟନକାରୀ; କିନ୍ତୁ ଏହା ପରମ୍ପରା ବ୍ୟବହାର କ୍ରମେ ଉଭିଦକୁ ବୁଝାଉ ଅଛି ଅତଏବ ବୃକ୍ଷର ରୂଢ଼ ଅର୍ଥ ଗଛ 'ଗୋ'ର (ଗମ୍ ଧାତୁ+ଓ) ବ୍ୟୁତ୍ପତ୍ତିଗତ ଅର୍ଥ,—ଯେ ଗତି କରେ; କିନ୍ତୁ ବ୍ୟବହାର କ୍ରମେ ଗୋରୁନାମକ ପଶୁକୁ ବୁଝାଉ ଅଛି ଅତଏବ ଗୋ ଶଦ୍ଦର ରୂଢ଼ ଅର୍ଥ ଗୋରୁ ଅର୍ଥ କ୍ରମେ ଶଦ୍ଦମାନ ତିନି ଶ୍ରେଣୀରେ ବିଭକ୍ତ—ଯୌଗିକ, ରୂଢ଼, ଯୋଗ— ରୂଢ଼; ଯେଉଁ ଶଦ୍ଦର ଅଙ୍ଗମାନ ସାର୍ଥକ ଅଟେ ତାକୁ ଯୌଗିକ ଶଦ୍ଦ କହନ୍ତି, ଯଥା ଗଜରାଜ ଯେଉଁ ଶଦ୍ଦ ନିଜର ପ୍ରକୃତିଗତ ଅର୍ଥମାନଙ୍କ ମଧ୍ୟରୁ ଗୋଟିଏ ଅର୍ଥଗତ ବସ୍ତୁକୁ ବୁଝାଏ ତାକୁ ଯୋଗରୂଢ଼ କହନ୍ତି ଯଥା ପଙ୍କଜ, ଲମ୍ୱୋଦର, ହନୁମାନ୍]
- ୧୧. ସ୍ଥିରୀକୃତ; ନିଶ୍ଚିତ — ୧୧. Ascertained; certain (Apte).
- ୧୨. ବୃହତ୍; ବଡ଼ —୧୨. Large; great (Apte).
- ୧୩. ମୌଳିକ —୧୩. Elementary.
[ଯଥା— ରୂଢ଼ ପଦାର୍ଥ ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କ୍ଷୌର ନ ହେବା ଯୋଗୁଁ ଉଠିବା କେଶର ଖୁଣ୍ଟା —Stumps of hair growing on the face in the interval of two shavings.