ରୂପକ

ଉଇକିଅଭିଧାନ‌ରୁ

ରୂପକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ରୂପ+କ; ରୂପ୍ଧାତୁ+ଣିଚ+କର୍ମ. ଅକ)[ସମ୍ପାଦନା]

୧. କାବ୍ୟର ଅଲଙ୍କାରବିଶେଷ; ଉପମେୟ ଓ ଉପମାନର
ଅଭେଦ ଜ୍ଞାପକ ଅଳଙ୍କାର —୧. Simile; a figure of speech in which no difference is observed. between the things compared; the identification of the objects of comparision.

[ଦ୍ରଷ୍ଟବ୍ୟ —ଉପମାନ ଓ ଉପମେୟର ତନ୍ମୟତ୍ୱ, ନିର୍ଦ୍ଦେଶ ସ୍ଥଳରେ ରୂପକ ଅଳଙ୍କାର ହୁଏ ଏହା ପାଞ୍ଚ ପ୍ରକାର

୧. ଅଧିକାରୂଢ଼ ବୈଶିଷ୍ଟ୍ୟ ରୂପକ:—ଯେଉଁଠାରେ ଉପମେୟର ଗୁଣାଦି ଉପମାନ ଅପେକ୍ଷା ଅତିଶୟରୂପେ ବିଶେଷଣଦ୍ୱାରା ବିଶେଷିତ ହୁଏ ଯଥା— ଜଙ୍ଗମ ହେମ ଲତା ପରେ ଚନ୍ଦ୍ର ଦେବତା ଫଳ ଫଳିଛି ଲୋଟୁଅଛି ମହୀରେ—ସଙ୍ଗୀତ 'ତାହାଙ୍କ ମୁଖ ନିଷ୍କଳଙ୍କ ଚନ୍ଦ୍ର ଅଟେ'
୨. ନିରଙ୍ଗ ରୂପକ:—ଯେଉଁଠାରେ ଅଙ୍ଗର ଆରୋପ ନ କରି ଅଙ୍ଗୀର ମାତ୍ର ଆରୋପ କରାଯାଏ ଯଥା— 'ମୁଁ' ଆପଣାଙ୍କ ବଚନ ସୁଧା ପାନ କରି ତୃପ୍ତ ହେଲି' ପୀରତି ପଥ ଖସଡ଼ା ନ ଜାଣି ତହିଁ କି ପାଦ ବଢ଼ାଇଲେ ପଦ ପଦକେ କଚଡ଼ା' ବନମାଳୀ ସଙ୍ଗୀତ
୩. ମାଳା ରୂପକ:—ଏଥିରେ ଆରୋପର ଗୋଟିଏ ମାତ୍ର ବିଷୟକୁ ଉଦ୍ଦେଶ୍ୟ କରି ଦୁଇ ବା ତତୋଽଧିକ ଭିନ୍ନ ଭିନ୍ନ ଉପମାନର ଆରୋପ କରାଯାଏ ଯଥା—'ପ୍ରଭୋ ଆପଣ ମୋ ହୃଦୟକମଳ ଚନ୍ଦ୍ରମା, ମନଚାତକର ଘନ, ଭକ୍ତିବୃକ୍ଷର କୁସୁମ ଏବଂ ଦୀନହୃଦୟର ରତ୍ନ ଅଟନ୍ତି' 'ଧନ! ତୁ ମୋ ଅନ୍ଧର ଲହୁଡ଼ି, ରଙ୍କରତନ, ଅନ୍ଧାର ମାଣିକ ଅଟୁ'
୪. ପରଂପରିତ ରୂପକ:—ଏକ ବୃସ୍ତୁର ଆରୋପ ହେତୁ ଅନ୍ୟ ବସ୍ତୁର ଆରୋପ

ଯଥା—ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ ଘୃତ ଘଟକୁ ଶିଖି— ଶିଖା ଉପରେ ରଖି ଶିରୀଷଦେହା ଏହା ସହିଲୁରେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ ଗୀତ

୫. ସାଙ୍ଗ ରୂପକ:—ଅଙ୍ଗୀଠାରେ କୌଣସି ପଦାର୍ଥର ଆରୋପ ହେତୁ ତଦଙ୍ଗୀଭୂତ ବାସ୍ତୁରେ ଅନ୍ୟ ପଦାର୍ଥର ଆରୋପ ଯଥା ===

ଢୋକାଇ ଦେଲେ ତୃଷିତ, ଚକୋର ଚଞ୍ଚୁରେ ଶୀତ— ଭାନୁ ଚନ୍ଦ୍ରିକାକୁ ବିତ୍ତ ଯାଏ କିଛି ସରିକିରେ କବିସୂର୍ଯ୍ୟ କିଶୋରୀଚମ୍ପୂତ ଗୀତ

ସଞ୍ଚରଣଶୀଳ ନବ ଢମାଳ ଭୁରୁହ ସଙ୍ଗେ ଘେନି ଆସିଛି କି ସଖାସଖୀ ବ୍ୟୁହ ଶାରୀ ଶୁକ ପରଭୃତ ଶାଖାମାନଙ୍କରେ କରୁଅଛନ୍ତି ସଙ୍ଗୀତ କବିସୂର୍ଯ୍ୟ. କିଶୋରୀଚମ୍ପ ସଗୀତ

ଉପମା ଅଳଙ୍କାର ସଙ୍ଗେ ରୂପକ ଅଲଙ୍କାରର ପ୍ରଭେଦ ଏହି ଯେ, ଉପମା ଅଳଙ୍କାରରେ ଉପମେୟ ସଙ୍ଗେ ଉପମାନର ତୁଳନା ହୁଏ କିନ୍ତୁ ରୂପକରେ ଉଭୟର ଅଭେଦ କଳ୍ପନା କରାଯାଏ ]

୨. ଆକୃତି; ଗଠନ — ୨. Shape; form.
୩. ରୌପ୍ୟ —୩. Silver.
୪. ଦୃଶ୍ୟକାବ୍ୟ ବା ନାଟକ —୪. Drama.

[ଦ୍ରଷ୍ଟବ୍ୟ — ନାଟକ ପ୍ରଭୃତିକୁ ରୂପକ ବୋଲନ୍ତି ନାଟ୍ୟକଳା ଶାସ୍ତ୍ରର ପ୍ରଥମାଚାର୍ଯ ଭରତମୁନି ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ଦଶ ରୂପକ" ତହିଁରେ ଦଶବିଧ ରୂପକୁ ପ୍ରଦର୍ଶନ ବର୍ଣ୍ଣିତ ସେ ପ୍ତସ୍ତକର ପ୍ରଥମ ଭାଗକୁ ବିଷ୍ଣୁପୁତ୍ର—ଧନଞ୍ଜୟ ଏବଂ ୨ୟ ଭାଗକୁ ବିଷ୍ଣୁପୁତ୍ର—ଧନିକ ରଚି ଅଛନ୍ତି ବୋଧ ହୁଏ ସେ ବେନି ଭ୍ରାତୃଦ୍ୱୟ ମଧ୍ୟ ଭୋଜରାଜ ବିରଚିତ ସରସ୍ୱତୀ କଣ୍ଠାଭରଣରେ, ମୁମ୍ମୁଟଭଟ୍ଟ ବିରଚିତ କାବ୍ୟ ପ୍ରକାଶରେ, ଚନ୍ଦ୍ରଶେଖର ପୁତ୍ତ୍ର ବିଶ୍ୱନାଥ କବିରାଜ ବିରଚିତ ସାହିତ୍ୟ ଦର୍ପଣରେ, ସାରଙ୍ଗିଦେବ ବିରଚିତ ସଙ୍ଗୀତ ପତ୍ନାକରରେ, ଦଣ୍ଡି ବିରଚିତ କାବ୍ୟାଦର୍ଶରେ ଅସ୍ପୟ ଦୀକ୍ଷିତ ବିରଚିତ କୁବଳୟାନନ୍ଦରେ, ଜଗନ୍ନାଥ ପଣ୍ତିତ ବିରଚିତ ରସଗଙ୍ଗାଧରରେ, ବିଦ୍ୟାନାଥ ବିରଚିତ ପ୍ରଚାପରୁଦ୍ରୀୟରେ, କବି କର୍ଣ୍ଣପୁରକ ବିରଚିତ ଅଳଙ୍କାର କୌସ୍ତୁଭରେ, ରୁଦ୍ରଭଟ୍ଟ ବିରଚିତ ଶୂଙ୍ଗାର ତିଳକରେ ଭାନୁଦତ୍ତ ବିରଚିତ ରସ ମଞ୍ଜରୀରେ ଏବଂ ରସ ତରଙ୍ଗିଣୀରେ ରୂପକ ଲକ୍ଷଣାଦି ଦ୍ରଷ୍ଟବ୍ୟ ରୂପକର ଆଦର୍ଶ ସ୍ୱାଭାବିକ ପାତ୍ର ପୋଷଣ ଏବଂ ଭାବକୁ ଅଭିନୟଦ୍ୱାରା ପ୍ରକଟନ ରୂପକ ଦଶବିଧ, ଉପରୂପକୁ ଅଷ୍ଟାଦଶବିଧ, ତନ୍ମଧ୍ୟରେ ରୂପକ ଉତ୍ତମ

ରୂପକରେ ୧ ନାଟକ:—ନାଟକରେ ୫ଠାରୁ ୧ ଯାଏ ଅଙ୍କବିଭାଗ ତାର ଇତିବୃତ୍ତ ପୌରାଣିକ, ଚରିତ୍ରାତ୍ମକ କିମ୍ୱା ଅଳ୍ପିତ, କିମ୍ୱା ତତ୍ତ୍ରୟ ସମ୍ପର୍କ ହୋଇଥାଏ ତାର ପ୍ରଧାନ ରସ ଶୃଙ୍ଗାର କିମ୍ୱା ବୀର ତହିଁ ପୁରୁଷାପାତ୍ର ସଂଖ୍ୟା ବେଶି ନାଟକ ଦ୍ୱିବିଧ:—ମଙ୍ଗଳାନ୍ତ ଏବଂ ବିଷ ଦାନ୍ତ ଭାରତୀ ନାଟକନିଚୟ ମଙ୍ଗଳାନ୍ତ ମାତ୍ର ଉଦାହରଣଅଭଜ୍ଞାଳ ଶାକ୍ତନ୍ତଳ, ବେଣୀସଂହାର ପ୍ରଭୃତି

୨. ପ୍ରକରଣ:—ପ୍ରାୟଶଃ ନାଟକ ସଦୃଶ ଏଥି ମଧ୍ୟମ ଶ୍ରେଣୀ ପାତ୍ରମାନେ ଥାଆନ୍ତି ଇତିବୃତ୍ତ ମାନ୍ୟ ମାନବ ଚରିତ କଥାନାୟକ ବ୍ରାହ୍ମଣ, ମନ୍ତ୍ରୀ କିମ୍ୱା ବଣିକ୍ କଥା— ନାୟିକା କୁଳବତୀ କିମ୍ୱା ନାଟ୍ୟକଳାପଣ୍ତିତା ଏବଂ ସୁଗୁଣ— ଯୁତା ବେଶ୍ୟା ଉଦାହରଣ:—ମୃଚ୍ଛକଟିକ ଏବଂ ମାଳତୀ ମାଧବ
୩. ଭାଣ:—ଏହା ଏକାଙ୍କ ଏବଂ ଏକ ପାତ୍ରଯୁକ୍ତା ବର୍ଣ୍ଣିତ ବିଷୟ ଶୃଙ୍ଗାର, ଯୁଦ୍ଧ, ପ୍ରତାରଣା, ନିନ୍ଦା ଏବଂ ରହସ୍ୟ ଉଦାହରଣ—ଶାରଦ ତିଳକା
୪. ବ୍ୟାଯୋଗ:—ଏହା ଯୁଦ୍ଧସମନ୍ଧ ନାଟ୍ୟ ପ୍ରଦର୍ଶନ ଏଥି ସ୍ତ୍ରୀପାତ୍ର ଶୂନ୍ୟ, ଏକାଙ୍କ, ଏକାଭିନୟ
ଏବଂ ଏକ ଦିନର ପ୍ରଦର୍ଶନ ନାୟକ ଅବତାରପୁରୁଷ କିମ୍ୱା ପୃଦ୍ଧବୀର ଉଦାହରଣ:—ଧନଞ୍ଜୟ ବିଜୟ 

୫. ସମବାୟକାର:—ଏହାର ଇତିବୃତ୍ତ ପୌରାଣିକ ଏଥି ଅଙ୍କ ତ୍ରିତୟ ପ୍ରଥମାଙ୍କ ପ୍ରାୟଶଃ ୯ ହୋରାରେ, ଦ୍ୱିତୀୟାଙ୍କ ୩ ୧/୨ ହୋରାରେ ଏବଂ ତୃତୀୟାଙ୍କ ୧ ୧/୨ ହୋରାରେ ପ୍ରଦର୍ଶିତ କଥାରେ ପ୍ରାୟଶଃ ଦେବଦାନବେ ବର୍ଣ୍ଣିତ ବହୁ ନାୟକ; ନାୟକ ସଂଖ୍ୟା ୧୨: ମଧ୍ୟ ହୋଇ ପାରେ ବୀର ରସପ୍ରଧାନ ଉଦାହରଣ—ଅମୃତ ମନ୍ଥନ
୬. ଡିମ—ଏହା ସମବାୟକାର ସଦୃଶ କିନ୍ତୁ ଏହାର ପାତ୍ରନିଚୟ ଅତି ଭୟଙ୍କର ଏଥି ଅଙ୍କ ଚତୁଷ୍ଟୟ ନାୟକ ଦେବ, ତତ୍ସମାନ କିମ୍ୱ ରାକ୍ଷସ ଅଶୁଭ, ଭୟଙ୍କର ବିଷୟ ଉଚ୍ଚାଟନ. ଶାପ, ନାଶନ, ମାରଣାଦି ଏଥି କଥିତ ଉଦାହରଣ:—ତ୍ରିପୁର ଦହନ
୭. ଈହାମୃଗ:—ଏଥି ଅଙ୍କ ଚତୁଷ୍ଟୟ; ନାୟକ ଦେବ କିମ୍ୱା ଅବତାର ପୁରୁଷ; ନାୟିକା ଦେବତା ପ୍ରଧାନ ରସ ଶୃଙ୍ଗାର ଏବଂ ହାସ୍ୟ ଏଥି ମରଣ କଥିତ ହୁଏ ନାହିଁ ଉଦାହରଣ:—କସୁମ ଶେଖର ବିଜୟ
୮. ଅଙ୍କ:—ଏହା ଏକାଙ୍କ ଯୁକ୍ତା ଏହାର ଭାଷା ସରଳ ଏବଂ ଇତିବୃତ୍ତ ସୁପରିଚିତ ହୋଇଥିବା ଆବଶ୍ୟକ ନାୟକ ମାନବ ମାତ୍ର ଉଦାହରଣ—ଶର୍ମିଷ୍ଠା, ଯଯାତି
୯. ବୀଥି:—ଏହା ଭାଣ ସଦୃଶ; ଏକାଙ୍କ ଯୁକ୍ତ ପାତ୍ର ସଂଖ୍ୟା ଏକ କିମ୍ୱା ଦୁଇ; ରସ ହାସ୍ୟମିଶ୍ରିତ ଶୃଙ୍ଗାର ଉଦାହରଣ ମୃଗ୍ୟ
୧. ପ୍ରହସନ:—ଏହା ହାସ୍ୟରସଯୁତ ପଦ୍ୟବ୍ରାତ ଏହାର ଇତିବୃତ୍ତ କଳ୍ପିତ ନାୟକ ମୁନି, ବ୍ରାହ୍ମଣ, ନୃପ କିମ୍ୱା ଚୋର ପାତ୍ରଗଣ ବ୍ୟଭିଚାରୀ, ହୀନକୁଳଜ, ପାଚକ ପଭୃତି ଏହା ନୀଚପାତ୍ର ବିଶିଷ୍ଟ ହୋଇଥିବାରୁ ଗ୍ରାମ୍ୟଭାଷା ଯୁକ୍ତ ଉଦାହରଣ:—କୌତୁକ ସର୍ବସ୍ୱ ଏବଂ ହାସ୍ୟାର୍ଣ୍ଣବ

ଉପରୂପକରେ ଅଷ୍ଟାଦଶ ଭେଦ ନିର୍ଣ୍ଣୀତ ହୋଇଅଛି ତାହା ନିମ୍ନରେ ବର୍ଣ୍ଣିତ ହେଲା

୨. ଉପରୂପକରେ ୧ ନାଟିକା ଏବଂ ପ୍ରକର୍ଣିକା:— ଏ ଦିଓଟିର ଭେଦ କଥା ବିସ୍ତରରେ ମାତ୍ର ପ୍ରତ୍ୟେକରେ ଅଙ୍କ ଚତୁଷ୍ଟୟ ଏବଂ ସ୍ତ୍ରୀପାତ୍ର ସଂଖ୍ୟା ବେଶୀ ନାଟିକାର ଉଦାହରଣ—ରତ୍ନାବଳୀ
୨. କ୍ରୋଟକ:—ଏହା ପାଞ୍ଚ, ସାତ, ଆଠ କିମ୍ୱା ନଅ ଅଙ୍କ ବିଶିଷ୍ଟ ଏହାର ଇତିବୃତ୍ତ ଅଧେ ମାନବ ଏବଂ ଅଧେ ଦୈବ ଉ:—ବିକ୍ରମୋର୍ବଶୀୟ ୩ ଗୋଷ୍ଠୀ:—ଏହା ଏକାଙ୍କଯୁକ୍ତ ଏଥି ପୁରୁଷାପାତ୍ର ସଂଖ୍ୟା ନଅ କିମ୍ୱା ଦଶ, ସ୍ତ୍ରୀପାତ୍ର ସଂଖ୍ୟା ପାଞ୍ଚ କିମ୍ୱା ଛଅ ରସ ଶୃଙ୍ଗାଭ ଉଦାହରଣ:—ରୈବତ ମଦନିକା ୪ ଶତକ:—ଏଥିଅଙ୍କ ନିୟମଶୂନ୍ୟ ଇତିମଶୂନ୍ୟ ଇତିବୃତ୍ତ ବିଚିତ୍ର ଭାଷା ବ୍ୟାବହାରିକ ଉଦାହରଣ:—କର୍ପୂରମଞ୍ଜରୀ ୫ ନାଟ୍ୟରାସବ:—ଏହା ଏକାଙ୍କଯୁକ୍ତ ଏବଂ ନର୍ତକ ସଙ୍ଗୀତ ବିଶିଷ୍ଟ ରସ ହାସ୍ୟଶୃଙ୍ଗାର ମିଳିତ ଉଦାହରଣ:— ନର୍ମବତୀ ଏବଂ ବିତାସବତୀ ୬ ପ୍ରସ୍ଥାନ:—ଏହା ଅଙ୍କଯୁଗଯୁକ୍ତ ଏହାର ଇତିବୃତ୍ତ ନାଟ୍ୟ ରାସକସଦୃଶ, କିନ୍ତୁ ପାତ୍ରଗଣ ଅଧମକୁଲଜ ନାୟିକା ପରିଚାରିକା ଏବଂ ନାୟକ ପରିଚାରକ ତାଙ୍କ ମିତ୍ରଗଣ ଅନ୍ୟ୍ତକୁଳଜ ଏଥି ସଙ୍ଗୀତ— ବାଦ୍ୟ ଏବଂ ନିର୍ତନ ପ୍ରାଧାନ୍ୟ ଉଦାହରଣ:—ଶୃଙ୍ଗାର— ତିଳକ ୭ ଉଲ୍ଲାପ୍ୟ:—ଏହା ଏକାଙ୍କଯୁକ୍ତ ଏବଂ କଥୋପକଥନ ରୂପକ ସଙ୍ଗୀତ କଳିତ ଏହାର ଇତିବୃତ୍ତି ପୌରାଣିକ ଉଦାହରଣ:—ଦେବୀମହାଦେବ ୮ କାବ୍ୟ:—ଏହା ଶୃଙ୍ଗାରଗାଥାବିଶିଷ୍ଟ ହୋଇ ଏକାଙ୍କଯୁକ୍ତ ଉଦାହରଣ:—ଯାଦବୋଦୟ ୯ ପ୍ରେଙ୍ଖଣ:—ଏହା ଯିଦ୍ଧଚରିତ୍ରବିଶିଷ୍ଟ ହୋଇ ଏକାଙ୍କଯୁକ୍ତ ଉଦାହରଣ:— ବାଳିବଧ ୧ ରାସକଃ—ଏହା ହାସ୍ୟକଥା କଳିତ ପାତ୍ରପଞ୍ଚକଯୁତ ଏବଂ ଏକାଙ୍କଯୁକ୍ତ ଏଥି ନାୟିକ ମହତ୍ ଏବଂ ନାୟିକା ଚତୁରା, ନାୟକ ଅଚତୁର ଉଦାହରଣଃ— ଅନେକ ମୁର୍ଧା ୧୧: ସଂଲାପକ—ଏଥି ତିନୋଟି କିଂବା ଚାରୋଟି ଅଙ୍କ ନାୟକ ମତାଭିମାନୀ ଏବଂ ଶାସ୍ତ୍ରୀୟମାର୍ଗଗ ଏହାର ଇତିବୃତ୍ତ ପ୍ରତାରଣାଦ୍ରୋହଯୁଦ୍ଧାଦି କଳିତ ଉଦାହରଣ—ମାୟା କପାଳିକା ପ୍ରବୋଧ— ଚନ୍ଦ୍ରୋଦୟକୁ ସଂଲାପକ ବୋଲା ଯାଇ ପାରେ ୧୨: ଶ୍ରୀଗଦିତ—ଏହା ଏକାଙ୍କଯୁକ୍ତ ଏହାର ଇତିବୃତ୍ତ ମହାଲକ୍ଷ୍ମୀଙ୍କର କିଂବା ମହାଲକ୍ଷ୍ମୀ ପରି ପ୍ରବର୍ତ୍ତିବା ବ୍ୟକ୍ତିର ଚରିତ୍ର ଏଥି ଗଦ୍ୟ ଏବଂ ସଙ୍ଗୀତ ସମଭାଗ ଉଦାହରଣ— କୃଦାରଶାଟଳା ୧୩: ଶିଳ୍ପଳ—ଏହା ଅଙ୍କଚତୁଷ୍ଟୟଯୁକ୍ତ ଏହାର ନାୟକ ବ୍ରାହ୍ମଣ, ପ୍ରତିନାୟକ ଅନ୍ତ୍ୟଜ ଦୃଶ୍ୟ ଶ୍ମାଶାନବାଟିକାଦି ରସ ଅଭୁତାଶ୍ଚର୍ଯ୍ୟ ମାୟାମନ୍ତ୍ରାଦି ଏଥି ଦର୍ଶିତ ଉଦାହରଣ—କନକାବତୀମାଧବ ୧୪: ବିଲାସିକା କିମ୍ୱା ଲିସିକା—ଏହା ଏକାଙ୍କଯୁକ୍ତ ଏଥି ରସ ହାସ୍ୟମିଶ୍ରିତ ଶୃଙ୍ଗାର ଅଦାହରଣ—ମୃଗ୍ୟ ୧୫: ଦୁର୍ମଲ୍ଲିକା—ଏହା ଅଙ୍କ ଚତୁଷ୍ଟୟଯୁକ୍ତ ଏହାର ଇତିବୃତ୍ତ କଳ୍ପିତ ଏବଂ ହାସ୍ୟରସପୂରିତ ଉଦାହରଣ—ବିନ୍ଦୁମତୀ ୧୬: ପ୍ରକରଣିକା—ଏହା ନାଟିକାର ପ୍ରଭେଦ ମାତ୍ର ଉଦାହରଣ—ମୃଗ୍ୟ ୧୭: ହଲ୍ଲିସ—ଏହା ଗୀତନର୍ତନ କଳିତ ଏବଂ ଏକାଙ୍କଯୁତ ଏଥି ଗୋଟିଏ ମାତ୍ର ପୁରୁଷପାତ୍ର, ଆଠୋଟି କିମ୍ୱା ଦିଶୋଟି ସ୍ତ୍ରୀପାତ୍ର ଉଦାହରଣ— କେଳୀରୈବତକ ୧୮: ଭାଣିକ—ଏହା ଏକାଙ୍କଯୁକ୍ତ ଏହାର ପ୍ରଧାନ ରସ ହାସ୍ୟ ଉଦାହରଣ—ମୃଗ୍ୟ ଶ୍ରୀ ବିକ୍ରମଦେବ ବର୍ମା

(ମହାରାଜ ଶ୍ରୀ ବିକ୍ରମଦେବ ବର୍ମା, ଡୢ. ଲିଟ୍, ଉ:ସା:ରେ ପ୍ରକାଶିତ ପ୍ରବନ୍ଧ)


ରୂପକର ନାୟିକାନାୟକାଦି ବିବରଣ:—

୧. ନାୟିକା କ୍ରିବିଧ ଯଥା—ସ୍ୱକୀୟା—ଯେ ସ୍ୱପତ୍ନୀ ପରକୀୟା—ଯେ ପରର ପତ୍ନୀ କିମ୍ୱା ପୁତ୍ନୀ ସାମାନ୍ୟା— ଯେଉଁ ସ୍ତ୍ରୀ ନିଜେ ସ୍ୱତନ୍ତ୍ର ଜୀବନ ଯାପନ କରେ ଏମାନେ ମୁଗ୍ଧା (ବାଳା); ପ୍ରୌଢ଼ା (ଯୁବତୀ); ପ୍ରଗଳ୍ଭା (ଯୌବନା— ତୀତା) ବୋଲି କ୍ରିବିଧିରେ ବିଭକ୍ତି ଏମାନେ ଅବସ୍ଥା— ଭେଦରେ ପୁଣି ଅଷ୍ଟବିଧ ଯଥା—ସ୍ୱାଧିନପତିକା—ଯେ ପତିମାନ୍ତ୍ର ସର୍ବସ୍ୱ ବୋଲି ଭାବେ ବାସକସଜ୍ଜିକା—ଯେ ଅଳଂକୃତା ହୋଇ ପତି ପାଇଁ ନିରେଖି ଥାଏ ବିରହୋ— ତ୍କଣ୍ଠିତା—ଯେ ପତି ସନ୍ଦର୍ଶନ ବୀହୀନରେ ଦୁଖିନୀ ଖଣ୍ଡିତା—ଯେ ପତି ବିଶ୍ୱାସବିହୀନ ହେବା ଜାଣି ଦୁଃଖ ଲଭେ କଳହାନ୍ତରିତା— ପରିହାସରେ କିମ୍ୱା ସତ୍ୟରେ ପତି ଅବଜ୍ଞା କରନ୍ତେ ଯେ ଦୁଃଖିନୀ କିଂବା କୋପିନୀ ବିପ୍ର— ଲବ୍ଧା—ପତି କରାର ଏଡ଼ି କଥିତ ସମୟରେ ନ ଆସିଲେ, ଯେ ହତାଶା ହୁଏ ପ୍ରୋଷିତଭର୍ତ୍ତୃକା—ଯାହାର ପତି ପରଦେଶରେ ଥାଏ ଅଭିସାରିକା—ଯେ ପତିକି ଡକାଏ କିମ୍ୱା ପକି ସମାଗମ ନିମନ୍ତେଯାଏ
୨. ନାୟିକାର ସାହାଯ୍ୟକାରିଣୀ ବ୍ୟକ୍ତି ଦୁଇ ଜଣ ଯଥା—ସଖୀ—ଯେ ବାଲ୍ୟରୁ ନାୟିକା ସହିତ ପୋଷିତା ହୋଇ ନାୟିକାର ମର୍ମଜ୍ଞା ଚେଟୀ—ଦାସୀ
୩. ନାଯକ ଚତୁର୍ବିଧ ଯଥା—ଧୀରୋଦାତ୍ତ—ଯେ ଉନ୍ନତଭାବ, କାର୍ଯନିଶ୍ଚଳତ୍ୱ ଏବଂ ମନୋବଳଯୁକ୍ତ ହୁଏ; ଉଦାହରଣ—ଶ୍ରୀରାମ ଧୀରଲଳିତ—ଯେ ସନ୍ତୋଷୀ; ହାସ୍ୟପ୍ରିୟ ଏବଂ ମୈନ୍ତ୍ରୀପୁକ୍ତ; ଉଦାହରଣ—ଶ୍ରୀକୃଷ୍ଣ ଧୀର— ଶାନ୍ତ—ଯେ ଶାନ୍ତ, ଦାନ୍ତ ଏବଂ ସୁଶୀଳ; ଉଦାହରଣ— ଜନକ ଧୀରୋଦ୍ଧତ—ଯେ ଆବେଶପର ଏବଂ ଆଶାଦି ଗୁଣାନ୍ୱିତ; ଉଦାହରଣ—ରାବଣ
୪. ନାୟକର ସାହାଯ୍ୟକର ବ୍ୟକ୍ତି ଚାରଜଣ ଯଥା— ପୀଠମର୍ଦ—ଯେ ନାୟକର ପ୍ରାଣମିତ୍ର ହୋଇ ତାହାର ରହସ୍ୟ ଗୋପନ କରେ ସେ କୌଣସି ଚରିତ୍ରରେ ଉପନାୟକ ହୋଇଥାଏ; ଉଦାହରଣ—ମାଳତୀମାଧବ ନାଟକର ମକରନ୍ଦ ବିଦୂଷକ—ଯେ ନାୟକର ସ୍ନେହୀ, ହାସ୍ୟପ୍ରିୟ, ନାୟକ ଚିତ୍ତରଞ୍ଜକ ଏବଂ ଆମାୟିକା ବିଟ— ଯେ ଲଳିତ ଭାବଯୁକ୍ତ ହୋଇ ବେଶ୍ୟାଙ୍କର କିମ୍ୱା ପୁରୁଙ୍କର ସାହାଯ୍ୟ କରେ ଚେଟ—ଦାସ କେତେକ କଥାରେ ପ୍ରତିନାୟକ କଥିତ ସେ ଦୁଷ୍ଟ ସ୍ୱଭାବଯୁକ୍ତ ଉଦାହରଣ— ଶ୍ରୀରମାଙ୍କ ପ୍ରତିନାୟକ ରାବଣ ଏବଂ ଯୁଧିଷ୍ଠିରଙ୍କ ପ୍ରତିନାୟକ ଦୁର୍ଯୋଧନ
୫. ନାୟିକାଙ୍କ ଚେଷ୍ଟାବଳୀ; ଯଥା—ହାବ— ଭ୍ରୂନେତ୍ରାଦି ବିକାରରୁ ଅଳ୍ପରେ ପ୍ରକଟିତ ହେବା ମନୋ— ବିକାର ହେଳା—ଭ୍ରୂନେତ୍ରାଦି ଦିକାରରୁ ସ୍ପଷ୍ଟରେ ପ୍ରକଟିତ ହେବା ମନୋବିକାର ଲୀଳା—ପ୍ରେମାଧିକ୍ୟରୁ ବେଶ— ଭାଷଣାଦିରେ ପ୍ରିୟର କିମ୍ୱା ସଖୀର ଅନୁକରଣ କରଣ

ବିଳାସ—ବଚନରେ, ଲୋକନରେ ଏବଂ ଚେଷ୍ଟାରେ ନିଜେଚ୍ଛାପ୍ରକଟନ ବିଚ୍ଛିତ୍ତି—ବସ୍ତ୍ରଭୁଷଣାଦ୍ୟଳଙ୍କାର ଊଣା ହୋଇଥିବାରୁ ମନୋଗ୍ଳାନି ଜାତ ହୋଇଥିଲେହେଁ, ସୌନ୍ଦର୍ଯକୁ ପ୍ରକଟିବା ବିଭ୍ରମ—ବଚନ ଭୂଷଣ ବିପର୍ଯ୍ୟାସକ ରୂପକ ଚେଷ୍ଟା

[ସତ୍ୱରା ହୋଇ ଗୋଟିଏ କହିବାର ବଦଳରେ ଆଉ ଗୋଟିଏ କହିବା; ଏକ ଥାନର ଅଳଂକାରକୁ ଆନ ଥାନରେ ଧାରଣ କରିବା ]

କିଳକୢଞ୍ଚିତ—ରୋଷାଶ୍ରୁ ହର୍ଷଭୀତ୍ୟାଦି ମିଶ୍ରିତ ଚେଷ୍ଟା ମୋଟ୍ଟାୟିତ—ପ୍ରିୟର କଥାଦିରେ ନିଜ ମାନସ ସଂଲଗ୍ନ ହୋଇଥିବା ବିଷୟ ଜଣାଇବା କର୍ଣକଣ୍ଡୁୟନାଦି ଚେଷ୍ଟା କୁଟ୍ଟମିତ—ହୃଦୟରେ ଆନନ୍ଦ ପୂରିଥିଲେହେଁ, ଦନ୍ତରେ ଓଷ୍ଠପୀଡ଼ନାଦିରେ କୋପାଭିନୟ କରଣ ବିହୃତ— ଲଜ୍ଜାବଶୁଁ ମନୋଭାବ ଗୋପନକରଣ ଲଳିତ— ସୁକୁମାରତ୍ୱରୁ ଘଟିବା ଅଙ୍ଗବିନ୍ୟାସରୂପକ ଚେଷ୍ଟା

(ସନ୍ଦର୍ଭ ଲେଖକ—ମହାରାଜ ଶ୍ରୀ ବିକ୍ରମଦେବ ବର୍ମା— ଉ. ସାହିତ୍ୟ ପତ୍ରିକାରେ ପ୍ରକାଶିତ ପ୍ରବନ୍ଧ)

ରୂପକର ଭାବାଦି:— କାବ୍ୟପରି ରୂପକ ନୀତବୋଧକ ତାହା ବିବିଧ ରସ ଏବଂ ବିନୋଦ ଦର୍ଶାଇ ଦର୍ଶକଙ୍କ ଚିତ୍ତାକର୍ଷଣ କରି ନୀତିକି ଶିଖାଏ ରସ ଭାବପ୍ରକଟନଫଳିତ ଅତଏବ ରୂପକରେ ଭାବପ୍ରକଟନ ମାତ୍ର ପ୍ରଧାନ ଅଟେ ସ୍ଥାୟିଭାବ ଏବଂ ବ୍ୟଭିଚାରିଭାବ ବୋଲି ଭାବ ଦ୍ୱିବିଧ ସ୍ଥାୟିଭାବ ସଂଖ୍ୟା ନଅ; ବ୍ୟଭିଚାରିଭାବ ସଂଖ୍ୟା ତେତିଶ ବ୍ୟଭିଚାରିଭାବଙ୍କ ଉପଭାବ ସଂଖ୍ୟା ଅନେକ

ସ୍ଥାୟିଭାବରେ:—୧ ରତି—ଗୋଟିଏ ପଦାର୍ଥକୁ ଦେଖନ୍ତ, ଶୁଣନ୍ତେ, ସ୍ମରନ୍ତେ କିଂବା ଭାବନ୍ତେ ଜନ୍ମିବା ଇଚ୍ଛା ୨ ହାସ —କୌଣସି ବ୍ୟକ୍ତିକି ନିନ୍ଦିବା କିଂବା ଥଟ୍ଟା କରିବା ପାଇଁ ଉଦ୍ଦିଷ୍ଟ ନୋହି, ଆନନ୍ଦରେ ହସିବା କିଂବା ହାସ୍ୟରସ ଅନୁଭବିବା ୩ ଶୋକ—ପ୍ରିୟ କିଂବା ପ୍ରିୟା— ବିଯୋଗବଶୁଁ କାନ୍ଦିବା ୪ କ୍ରୋଧ—କୌଣସି ବ୍ୟକ୍ତିକି ବାଧିବାପାଇଁ ଭାବିବା କିଂବା ନିଶ୍ଚୟ କରିବା ୫ ଉତ୍ସାହ— ଉଦ୍ଯୋଗ କିଂବା ଦୃଢ଼ପ୍ରଯତ୍ନ ୬ ଭୟ—ଭୀତି ୭ ଜୁଗୁପ୍ରସା—ଘୃଣା ୮ ବିସ୍ମୟ—ଆଶ୍ଚର୍ଯ୍ୟକର ବିଷୟକୁ ଦେଖିବା, ଶୁଣିବା କିଂବା ସ୍ପଶ୍ଚର୍ଯ୍ୟକର ଜନ୍ମିବା ମନୋବିକାର ୯ ଶାନ୍ତ—ଶମଦମ ଗୁଣ ବିଶିଷ୍ଟ

ବ୍ୟଭଚାରିଭାବରେ:—୧ ନିର୍ବେଦ—ନିଜକୁ ନ୍ୟୁନ ବୋଲି ଭାବିବା୨ ଗ୍ଳାନି—ଅଶକ୍ତତା ୩ ଶଙ୍କା— ସନ୍ଦେହ ୪ ଅସୂୟା—ମତ୍ସର କିଂବାଦ୍ୱେଷ ୪ ମଦ— ମତ୍ତତା ୬ ଶ୍ରମ—ଆୟାସ ୭ ଆଳସ୍ୟ—ମାନ୍ଦ୍ୟ (ଅଳୁସୁଆପଣ) ୮ ଦୈନ୍ୟ—ଦାରିଦ୍ର୍ୟରୁ କିଂବା ବାଧାରୁ ଜନ୍ମିବା ନୀରସଭାବ ୯ ଚିନ୍ତା—ବିଷାଦଜନିତ ଭାବନା ୧ ମୋହ—ଜ୍ଞାନଶୁନ୍ୟତା ୧୧: ସ୍ମୃତି—

ସ୍ମରଣ ୧୨: ଧୃତି—ଧୈର୍ଯ୍ୟ ୧୩: ବ୍ରୀଡ଼ା— ଲାଜ ୧୪: ଚପଳତା—ଚାଞ୍ଚଲ୍ୟ ୧୫: ହର୍ଷ—ସନ୍ତୋଷ ୧୬: ଆବେଗ—ବ୍ୟଗ୍ରତା ୧୭: ଜଡ଼ତା—ମାନ୍ଦ୍ୟକିଂବା ମୌଢ଼୍ୟ— ୧୮: ଗର୍ବ— ଦର୍ପ ୧୯: ବିଷାଦ—ଖେଦ ୨ ଔସ୍ଥକ୍ୟ— ଉତ୍କଣ୍ଠା ୨୧: ନିଦ୍ରା—ମନାଶକ୍ତିର ହ୍ରାସ ୨୨: ଅପସ୍ପରା—ସ୍ମୃତିକ୍ଷୟ୨୩: ସୁପ୍ତି—ନିଦ୨୪: ବିବୋଧ —ଚେତା୨୫: ଅମର୍ଷ—ଥକ୍ଷମା ୨୬: ଅବହିତ୍ଥ କିଂବା ଅବହିତ୍ଥା—ଭାବଗୋପନ ୨୭: ଉଗ୍ରତା— କ୍ରୂରତା ୨୮: ମତି—ପ୍ରବତ୍ତି ୨୯: ବ୍ୟାଧି—ରୋଗ ୩ ଉନ୍ମାଦ—ଚିତ୍ରବିଭ୍ରମ ୩୧: ମରଣ—ମୃତି ୩୨: ତ୍ରାସ—କାଳହୀନ ଭୟ ୩୩: ବିତର୍କ—ବାଦାନୁ— ବାଦ—ସନ୍ଦେହ 

ସ୍ଥାୟୀଭାବେ ବ୍ୟଭଚାରୀଭାବଦ୍ୱୟ ବିଭାବ, ଅନୁଭାବ ଏବଂ ସାତ୍ୱିକଭାବେ ବୋଲି ତିନି ବିଧିର ବିଭର ଇତି ସନ୍ଦର୍ଭ ଲେଖକ ମହାରାଜ ଶ୍ରୀ ବିକ୍ରମଦେବ ବର୍ମା; ଡି. ଲିଟ୍; ଉ: ସା; ପତ୍ରିକାରେ ପ୍ରକଟିତ ପ୍ରବନ୍ଧ ===

୫. ବର୍ଣ୍ଣ —୫. Colour.
୬. ପରିମାଣ ବିଶେଷ [ହିନ୍ଦୀ - ଶ.] —୬. Name of a measure.
୭. ରୌପ୍ୟ ମୁଦ୍ରା [ହିନ୍ଦୀ - ଶ.] —୭. Silver coin; rupee.

ବିଶେଷଣ -[ସମ୍ପାଦନା]

ଅଳଙ୍କାରଯୁକ୍ତ (ବାକ୍ୟ) —Figurrative.

ବିଶେଷଣ - ପୁଂ.[ସମ୍ପାଦନା]

[ଅନ୍ୟଶବ୍ଦ ସଙ୍ଗେ ସମାସରେ ଯୁକ୍ତ ହଇ; ଯଥା— ବିଶ୍ୱରୂପକ] ===

ମୂର୍ତ୍ତ; ରୂପବିଶିଷ୍ଟ —Having form.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ରୂପ (ଦେଖ) - —Rūpa (See)