Jump to content

ରୂପଚାନ୍ଦ ଦାସ ମହାପାତ୍ର

ଉଇକିଅଭିଧାନ‌ରୁ

ରୂପଚାନ୍ଦ ଦାସ ମହାପାତ୍ର

ଉଚ୍ଚାରଣ

[ସମ୍ପାଦନା]

(ରୁପଚାନ୍ଦ ପକ୍ଷୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

କଲିକତାର ଗାୟକଦଳର କର୍ତ୍ତା ଓ ପ୍ରସିଦ୍ଧ ବଙ୍ଗଳା ଗୀତ ରଚୟିତା ଓ ଗାୟକ — A famous poet and singer of Bengalee songes who was an Oriya by birth and prroprietor of a popular opera-party in Bengal.

[ଦ୍ରଷ୍ଟବ୍ୟ —ଏ ଜଣେ ପ୍ରସିଦ୍ଧ ବଙ୍ଗଳା ସଙ୍ଗୀତର ରଚୟିତା ଓ ସଙ୍ଗୀତ ଦଳର କର୍ତ୍ତା ଥିଲେ ଏହାଙ୍କ ପୂର୍ବପୁରୁଷଗଣ ଦକ୍ଷିଣ ଦେଶବାସୀ ଏହାଙ୍କ ପିତା ଗୌର— ହରିଦାସ ମହାଯାତ୍ରା ଗୌଡ଼େଶ୍ୱର ଷ(ଚୂ?) ଡ଼ଙ୍ଗ ଦେବଙ୍କବଂଶ ସଭୂତା ଚିଲ୍ଲାହଦ କୂଳରେ ଏହାଙ୍କ ଆଦିମ ବାସ ଥିଲା ଗୌରହରି କର୍ମୋପଲକ୍ଷରେ କଲିକତାକୁ ଆସି ବାସ କଲେ, ସନ ୧୨୨୧: ସାଲ ମାଘମାସରେ ରୁପଚାନ୍ଦଙ୍କ ଜନ୍ମ ହୋଇଥିଲା ବାଲ୍ୟକାଳରୁ ଏ ସଙ୍ଗୀତ ବିଦ୍ୟାରେ ଅନୁରାଗୀ ଥିଲେ ଏ ଅନେକ ଶନ୍ତିରସାତ୍ମକ ଓ ବିଦ୍ରୁପାତ୍ମକ ସଙ୍ଗୀତ ରଚନା କରିଥିଲେ ଓ ଅନେକ ସଭାରେ ସ୍ୱୟଂ ସଙ୍ଗୀତ ଏବେ ମଧ୍ୟ ଅନେକ ସ୍ଥାନରେ ଗୀତ ହୁଏ—ସୁବଳଚନ୍ଦ୍ର ଏହାଙ୍କ ଗୀତମାନ ପକ୍ଷୀ ବା ଗରୁଡ଼ଙ୍କ ନାମରେ ଭଣିତା ହୋଇଥିଲା ଏ ଯେଉଁ ଗାଡ଼ିରେ ଯିବା ଆସିବା କରୁଥିଲେ ତାହା ପକ୍ଷୀଙ୍କ ପଞ୍ଜୁରି ଆକୃତିର ଥିଲେ ସେ ମଧ୍ୟ ବେଳେବେଳେ ପକ୍ଷୀପରି ରାବ କରୁଥିଲେ— ଜ୍ଞାନେନ୍ଦ୍ର]