Jump to content

ରେଖା

ଉଇକିଅଭିଧାନ‌ରୁ
  • ଗାର; ଦଣ୍ତାକୃତି ଚିହ୍ନ
  • ବିସ୍ରୃତିହୀନ ଦୈର୍ଘ୍ୟ
  • ଅକ୍ଷରରେ ଦିଆଯିବା ଲମ୍ବ ଗାର ବା 'ବାଡି' ଚିହ୍ନ; ଆକାର ଚିହ୍ନ
  • ଚିହ୍ନ
  • ରେଖା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଲିଖ୍ ଧାତୁ+କର୍ମ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଗାର; ଦଣ୍ଡାକୃତି ଚିହ୍ନ —୧. A line; streak.
୨. (କ୍ଷେତ୍ର ତତ୍ତ୍ୱ) ବିସ୍ତୃତିହୀନ ଦୈର୍ଘ୍ୟ; ଦୁଇ ବିନ୍ଦୁକୁ ସିଧାଭାବରେ ଯୋଗ କରୁଥିବା ଦୈର୍ଘ୍ୟ —୨. (Geomatry) A lenght without breath; line.
୩. ଅକ୍ଷରରେ ଦିଆଯିବା ଲମ୍ୱ ଗାର ବା 'ବାଡି' ଚିହ୍ନ; ଆକାର ଚିହ୍ନ — ୩. A stripe or perpendicular line drawn with a letter to denote the addition of the vowel 'A'.

[ଦ୍ରଷ୍ଟବ୍ୟ — ପୁରୁଣାକାଳିଆ ଅବଧାନମାନେ ପିଲାମାନଙ୍କୁ ଆକାର ବନାନ ଶିଖାଇଲାବେଳେ କହନ୍ତି— 'କ'ରେ ବାଡ଼ି (ରେଖା) ଦେଲେ 'କା' ]

୪. ଚିହ୍ନ — ୪. Sign; mark.

[ଉ—ମ୍ଳାନ ମୁଖଚ୍ଛବି ବିଷାଦ ରେଖାରେ ରାଧାନାଥ. ଚିଲିକା ]

୫. (ସାମୁଦ୍ରିକ) ଦେହରେ ଥିବା ଶୁଭାଶୁଭ ସୂଚକ ଚିହ୍ନ (ଯଥା—କର ରେଖା) —୫. (Palmistry) Lines appearing on different parts of the body from birth indicating good or evil.
୬. ଶ୍ରେଣୀ ଧାଡ଼ି —୬. Row.
୭. (ଭୂଗୋଳ) ପୃଥିବୀ ପୃଷ୍ଠରେ ଭୌଗୋଳିକ ଗଣନାର୍ଥ ଟଣାଯିବା କାଳ୍ପନିକ ଗାର (ଯଥା— ଅକ୍ଷାଂଶ, ଦ୍ରାଘିମା, ଅୟନାଂଶ, ବିଷୁବରେଖା) — ୭. (Geography) Imaginary lines drawn on the surface of the globe for geographical calculation e.g. meridian.
୮. ଅଳ୍ପ ମାତ୍ର —୮. A little.
୯. ଆଭୋଗ; ପରିପୂର୍ଣ୍ଣତା — ୯. Fullness.

 : ଚାତୁରୀ; ଛଳ; କପଟ —୧୦. Deceit; cunning; artifice.

୧୧. ଉଲ୍ଲେଖ — ୧୧. Mention.
୧୨. ସୂକ୍ଷ୍ମଗାର —୧୨. A slender line.
୧୩. ଦେହରେ ଘେନାଯିବା ସିନ୍ଦୁର ଚନ୍ଦନାଦିର ସରୁ ଦାଗ —୧୩. A narrow line or mark of sandal paste etc. put on the body.
୧୪. ଗଣନା; ସୁମାରି (ହିନ୍ଦୀ - ଶ) —୧୪. Reckoning.
୧୫. ଆକୃତି; ଆକାର (ହିନ୍ଦୀ - ଶ) —୧୫. Shape.

୧୬ : ହୀରା ଆଦି ରତ୍ନରେ ଦେଖାଯିବା ଗାର (ଯାହା ରତ୍ନର ଦୋଷରୂପେ ପରିଗଣିତ) (ହିନ୍ଦୀ - ଶ) —୧୬. Lines appearing on gems and considered as a defect.

୧୭. ଚିତ୍ରାଦିର ସୀମା ରେଖା —୧୭. Outline.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରକ୍ଷା)

[ସମ୍ପାଦନା]

ରାଖୀ —A thread worn on the wrist as a charm.