ରେଚକ
ଦେଖଣା
ରେଚକ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷଣ -(ରେଚି ଧାତୁ=ନିଃସାରଣ କରିବା+କର୍ତ୍ତୃ. ଅକ)
ମଳଭେଦକ; ଯାହା ଝାଡା଼ କରାଏ —Purgative; cathartic; apperient.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜୁଲାପ; ମଳ ଭେଦକାରକ ଔଷଧ —୧. A purgative; a purge.
(ବୈଦ୍ୟଶାସ୍ତ୍ର ମତରେ ୬ ପ୍ରକାରର ରେଚକ ଦ୍ରବ୍ୟ ବର୍ଣ୍ଣିତ ହୋଇଅଛି; ଫଳ, ମୂଳ, ଛାଲ, ତେଲ, ରସ ଓ ଗଛର ଦୁଧ ବା ନିର୍ଯାସ (ହିନ୍ଦୀ - ଶ.)
- ୨. ଜୟପାଲ ଗଛ; କନିକା ଗଛ —୨. A tree Volium Crotonio.
[ଦ୍ରଷ୍ଟବ୍ୟ —ଏହାର ମଞ୍ଜି ଖାଇଲେ ଖୁବ୍ ଝାଡ଼ା ହୁଏ]
- ୩. ଯବକ୍ଷାର —୩. Nitre.
- ୪. ପିଚିକାରୀ (ହିନ୍ଦୀ - ଶ) — ୪. Syringe.
- ୫. (ଯୋଗଶାସ୍ତ୍ର)—ପ୍ରାଣୟାମ ଅଭ୍ୟାସ କାଳରେ ପେଟ ମଧ୍ୟରେ ପୁରକାଦ୍ୱାରା ସଂଗୃହୀତ ବାୟୂକୁ ନାକର ଡ଼ାହାଣ ପୁଡ଼ା ବାଟେ ଆସ୍ତେ ଆସ୍ତେ ତ୍ୟାଗ କରିବା —୫. The act iof exhausting or emptying the air out of the body through the right nostril during the exercise of Prāṇāyāma.
[ଉ—ପବନ ଛାଡ଼କୁ ଯେ ରେଚକ ବୋଲି କହେ ପ୍ରାଚୀ. ଶିବସ୍ୱରୋଦୟ]
[ଦ୍ରଷ୍ଟବ୍ୟ —ପ୍ରାଣବାୟୂ ବା ନିଶ୍ୱାସକୁ ନାକ— ପୁଡ଼ାଦ୍ୱାରା ପେଟ ଭିତରକୁ ପୂରାଇବା ନାମ "ପୁରକ" ଏବଂ ଶରୀର ମଧ୍ୟରେ ପ୍ରବେଶ କରିଥିବା ବାୟୂକୁ ନିଶ୍ଚଳ କରି ରଖିବାର ନାମ "କୁମ୍ଭ" ଓ ସଂଗୃହୀତ ବାୟୂକୁ ନାକ ବାଟେ ବାହାର କରିଦେବାର ନାମ ରେଚକ]