ରେଡ଼ି
ଦେଖଣା
ରେଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଇଂରାଜୀ - ରେଡ଼ି)
[ସମ୍ପାଦନା]କୌଣସି କାର୍ଯ୍ୟପାଇଁ ପ୍ରସ୍ତୁତ — Ready.
ବୈଦେଶିକ - ଅ
[ସମ୍ପାଦନା]କୌଣସି କାର୍ଯ୍ୟ (ଯଥା—ଡ୍ରିଲ୍, ବ୍ୟାୟାମ, ଦୌଡ଼ଦୌଡ଼ି ଆଦି) ପାଇଁ ପ୍ରସ୍ତୁତ ରହିବା ସୁଚକ ଶବ୍ଦ — Ready (a word used to denote readiness of persons about to begin something (e.g. a race).
ରେଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଏରଣ୍ଡ)
[ସମ୍ପାଦନା]- ୧. ଏରଣ୍ଡ; ଗବ — ୧. Castor seed.
- ୨. ରେଢ଼ି (ଦେଖ) - — ୨. Reṟḍ̠ẖi (See)
ବୈଦେଶିକ - ବି—(ଫା, ଏଡ଼ୀ)
[ସମ୍ପାଦନା]ଗୋଡ଼ର ଗୋଇଠି ===
[ଉ—ଦୁଇ ହାତରେ ଅଳଂବଳକୁ ଟେକିଲା, ପକାଇ ଥରେ ତଳେ ରେଡ଼ିରେ ପେଷିଲା କୃଷସିଂହ. ମହାଭାରତ. ଦ୍ରୋଣ]
- ୧. ଗୋଡ଼ରେ ଗୋଇଠିରେ ଆଘାତ —୧. Stroke with the heel.
- ୨. ଘୋଡ଼ସବାରମାନେ ଘୋଡ଼ାଙ୍କ କାଖକୁ ଭୁଷିବା ପାଇଁ ଜୋତାର ଗୋଇଠିରେ ଯେଉଁ ଲୁହାକଣ୍ଟା ପିନ୍ଧନ୍ତି —୨. A spur used by a rider.
[ଉ—ସଜ କରି ତଡ଼ୁକେ ଘୋଡ଼ାକୁ ଚଢିଲେ, ରେଡ଼ିକି ମାରି ଧାଡ଼ି ଧାଡ଼ି ବାହାରିଲେ କୃଷ୍ଣସିଂହ. ମହାଭାରତ. ଆଦି]
ବୈଦେଶିକ - ଅ (ଇଂରାଜୀ - ରେଡ଼ି)
[ସମ୍ପାଦନା]ଖେଳ ଆଦି ଆରମ୍ଭ କରିବା ନିମନ୍ତେ ପ୍ରସ୍ତୁତ ହୋଇ ରହିବାପାଇଁ ଖେଳାଳିମାନଙ୍କ ବ୍ୟବହୃତ ସଂକେତ —(Interj) Ready ! a term used that the players of a game should be are ready to begin.