Jump to content

ରେବତୀ

ଉଇକିଅଭିଧାନ‌ରୁ

ରେବତୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ରେବତ+ଅପତ୍ୟାର୍ଥେ. ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ରେବତ ରାଜାଙ୍କ କନ୍ୟା ଓ ବଳରାମଙ୍କ ସ୍ତ୍ରୀ — ୧. The daughter of king Rebata and the wife of Baḻarāma.

[ଦ୍ରଷ୍ଟବ୍ୟ —ରେବତ ତଳେ ଟୀକା ଦେଖ ବଳରାମଙ୍କ ଔରସରେ ଏହାଙ୍କ ଗର୍ଭରୁ ନିଶଠ ଓ ଉଲ୍ମୂକ ନାମକ ଦୁଇ ପୁତ୍ର ଜନ୍ମିଥିଲେ ଯଦୁବଂଶର ଧ୍ୱଂସ ପରେ ବଳଦେବ ମାନବଲୀଳା ସଂବରଣ କରିବାରୁ ରେବତୀ ସ୍ୱାମୀଙ୍କ ଅନୁମତା ହେଲେ—ସୁବଳ ଚନ୍ଦ୍ର]

୨. (ଜ୍ୟୋତିଷ) ସତେଇଶ ନକ୍ଷତ୍ର ମଧ୍ୟରୁ ଶେଷ ନକ୍ଷତ୍ର ('ନକ୍ଷତ୍ର' ଶଦ୍ଦ ତଳେ ଟିକା ଦେଖ)— [ଦ୍ରଷ୍ଟବ୍ୟ —ଏ ଚନ୍ଦ୍ରପତ୍ନୀରୂପେ ଖଘ୍ୟାତିଲାଭ କରିଅଛନ୍ତି] ୨. (Astrology) The last of the ୨୭ asterisms.
୩. ଗାଭୀ; ଗାଈ —୩. A cow.
୪. ନଦୀ ବିଶେଷ —୪. Name of a river.
୫. ଦୁର୍ଗା — ୫. The Goddess Durgā.
୬. ମାତୃକା ବିଶେଷ; ସପ୍ତମାତୃକା ମଧ୍ୟରୁ ଏକତମା —୬. Named of one of the seven Mātṛukā Goddess.
୭. ଶିଶୁମାନଙ୍କୁ
ଆକ୍ରମଣ କରିବା ବାଳଗ୍ରହ ବିଶେଷ (ହିନ୍ଦୀ - ଶ) —୭. An infantile disease defied.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ସ୍ତ୍ରୀ) ସ୍ତ୍ରୀଲୋକଙ୍କ ନାମବିଶେଷ —A name given to females.

ରେବତୀ ଆଦି ବ୍ୟକ୍ତିଙ୍କ ଡାକ ନାମ —Name for calling males named Rebatīkānta etc.