ରେଳ

ଉଇକିଅଭିଧାନ‌ରୁ

ରେଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. (ଇଂରାଜୀ - ରେଲ୍) ଲୌହବର୍ତ୍ତ୍ମ Rail ଲୌହବର୍ତ୍ତ୍ମୁରେ ବାଷ୍ପଚାଳିତ ଗାଡ଼ି; ରେଳଗାଡ଼ି — ୧. Railway train.
୨. (ଇ. ରେଲିଙ୍ଗ୍) ରେଲିଙ୍ଗ୍ (ଦେଖ) - —୨. Reliṅg. (See)

[ଦ୍ରଷ୍ଟବ୍ୟ —ଇଂରେଜମାନେ ଏ ଦେଶରେ ରେଲ୍ ଖୋଲିବା ସଙ୍ଗେ ସଙ୍ଗେ ଭାରତୀୟ ସବୁ ଭାଷାରେ ରେଲ୍ ସବନ୍ଧୀୟ ଶତ ଶତ ଇଂରେଜି ଶବ୍ଦ ପ୍ରବେଶ କରି ଭାଷା ବିକୃତ ଓ ଅକିକୃତ ଆକାରରେ ପ୍ରଚଳିତ ହେଉଅଛି ସେ ସବୁଗୁଡ଼ିକର ଉଲ୍ଲେଖ ଏଠାରେ ସହଜସାଧ୍ୟ ନୁହେଁ ତଥାପି କେତେଗୁଡ଼ିଏ ଶବ୍ଦ ଉଦାହରଣ ସ୍ୱରୁପ ଦିଆଗଲା; ଯଥା — ବୁକିଙ୍ଗ୍ (Booking), ବୁକିଙ୍ଗ ଅଫିସ୍ (Booking office); ବୁକିଙ୍ଗ୍ କ୍ଲର୍କ (Booking clerk), ଏଜେଣ୍ଟ (Agent), ଟ୍ରଲି (Trolly), ଗାଡ୍ (Guard) ଡ୍ରାଇଭର (Driver) ,ସ୍ଲିପର (Sleeper), କମ୍ପାଟ୍— ମେଣ୍ଟ (Compartment), ବ୍ରେକ ଜର୍ନି (Break journey), ରେଷ୍ଟ ହାଉସ୍ (Rest house), ବର୍ଥ (Berth), ଟାରିଫ (Tariff), ଲଗେଜ (Luggage) ଫାଷ୍ଟ୍ କ୍ଲାଶ୍ (First class), ସେକେଣ୍ଡ କ୍ଲାଶ୍ (Second class), ଇଣ୍ଟର କ୍ଲାଶ୍ (Inter class), ଥାର୍ଡ଼ କ୍ଲାଶ୍ (Third class), ପାସେଞ୍ଜର ଟ୍ରେନ (Passenger train), ମେଲ୍ ଟ୍ରେନ୍ (Mail train), ଗୁଡ୍ସ୍ ଟ୍ରେନ୍ (Goods train), ଏକସ୍ ପ୍ରେସ୍ (Express), ପାର୍ସେଲ୍ (Parcel), ବ୍ରେକ୍ସ୍ମାନ (Brakesman), ଟିକେ(କ)ଟ୍ କଲେକ୍ଟର (Ticket collector), ଡ଼ି. ଟି. ଏସ୍ (D. T. S.) ଡିଷ୍ଟ୍ରିକ୍ଟ ଟ୍ରାଫିକ୍ ସୁପରିଣ୍ଟେଣ୍ଡେଣ୍ଟ୍ —District Traffic Superintedent), ଟିକେଟ୍ ଏକ୍ସାମିନର୍ (Ticket examiner), ଟିକେ(କ)ଟ୍ ଚେକର୍ (Ticket checker), ଟ୍ରାଫିକ୍ ମାନେଜର (Traffic Manager), ଚାଡ୍ ସେଡ୍ (Goods shed), ରିଜର୍ଭ (Reserve), ଫେଲ୍ (Fail), ଲେଟ୍ (Late), ଫାଷ୍ଟ (Fast), କନ୍ସେସନ୍ (Concession), ରିଫ୍ରେସ୍ମେଣ୍ଟ ରୁମ୍ (Refreshment room), ରେଲେ ବୁକଷ୍ଟଲ୍ (Railway book-stall), ସିଗ୍ନାଲ୍ (Signal), ବାଲଷ୍ଟ୍ (Ballast), ଟାଇମ୍ (Time), ଟାଇମ୍ ଟେବୁଲ୍ (Time table), ଆଉଟ୍ (Out), ଲାଇନ୍ (Line), ଳାଇନ୍ କ୍ଲିଅର୍ (Line clear), ଫୁଲ୍ ଷ୍ଟିମ୍ (Full steam), ଫୋର୍ସ (Force), ହାଫ୍ ଟିକେ(କ)ଟ୍ (Half ticket), ଫୁଲ୍ ଟିକେଟ୍ (Full ticket), ରିଟର୍ଣ୍ଣ ଟିକେ(କ)ଟ୍ (Return ticket), ସିଜନ୍ ଟିକେଟ୍ (Season ticket), ଇନ୍ସାଇଟ୍ (In sight), ପ୍ଲାଟ୍ ଫର୍ମ (Plar from), ପ୍ଲାଟ୍ ଫର୍ମ ଟିକେ(କ)ଟ୍ (Platform ticket), କଣ୍ଡକ୍ଟର (Conductor), ଗେଟ୍ (Gate), ଇସୁ (Issue), ଟ୍ରେନ୍ ଏକ୍ମାମିନର୍ (Train examiner), ବ୍ରେକ୍ ଭାନ୍ (Brake Van), ପଏଣ୍ଟସ୍ ମାନ୍ (Pointsman), ଗାଙ୍ଗ୍ (Gang), ଡ୍ୟୁଟି (Duty), ପାସ (Pass), ଟ୍ରେନ୍ ଇନ୍ ସ୍ପେକ୍ଟର (Train Inspector), ଷ୍ଟେସନ୍ ମାଷ୍ଟର (Station Master), ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର (Assiant Station Master), ସିଗନାଲର୍ (Signaller); କୁପେ (Coupe), ଲେଭେଲ୍ କ୍ରିସିଙ୍ଗ (Level crossing), ଅଲାର୍ମ ସିଗ୍ ନାଲ (Alarm signal), ଡିଟେନ (Detain), ବିଶେଷ୍ୟ - ଏନ୍. ଆରି. (B.N.R.), ଇ. ଆଇ. ଆର (B. I. R.), ଇ. ବିଶେଷ୍ୟ - ଏସ୍. ଆର. (E.B.S.R), ଜି. ଆଇ. ପି. ଆର (G.I.P.R.), ରେଲବେ ଟାଇମ୍ (Railway time), ଡାଇନଙ୍ଗ କାର (Dining car), ଫ୍ଲାଗ୍ ଷ୍ଟେସନ୍ (Flag Station), ବେଟିଙ୍ଗ୍ ରୁମ୍ (Waiting room), ଫିମେଲ କମ୍ପାଟ୍ ମେଣ଼୍ଟ (Female compartment), ଟେଣ୍ଡର୍ (Tender), ଲୋକୋ (Loco), ଇ[ଏ]ଞ୍ଜିନ୍ (Engine), ଡେଲିଭରି (Deliver), ଟିକେଟ୍ ସେଲ୍ (Ticket sale), ଟିକେ[କ]ଟ ଚେକ୍ (Ticket check), ରେଲବେ ବ୍ରିଜ୍ (Railway bridge), ପାସେଞ୍ଜର (Passnger), ବାଗନ୍ (Waggon), ଅପ୍ ଟ୍ରେନ୍ (Up train), ଡାଉନ୍ ଟ୍ରେନ୍ (Down Train].

ଇଂରେଜି ନ ଜାଣିବା ଲୋକେ ଏହି ଶଦ୍ଦମାନଙ୍କୁ ବିକୃତ କରି ମଧ୍ୟ ଉଚ୍ଚାରଣ କରନ୍ତି ଯଥା ===


ଷ୍ଟେସନ୍ (Station)ସ୍ଥଳରେ ଟେସନ, ଇଷ୍ଟି [ଷ୍ଟେ]ସନ

ଉଆଗନ୍ (Waggon) ବାଗିନି

ସ୍ଲିପର୍ (Sleeper) ସିଲପଟ

ସିଗନାଲ୍ (Signal) ସିଙ୍ଗଲ

ଟାଇମ୍ (Time) ଟାଇନ୍[ନି]

ଟିକେଟ୍ (Ticket) ଟିକଟ୍, ଟିକିଟି, ପିକଟ

ଲାଇନ୍ (line) ନାଇନ୍ [ନି]

ଲାଇନ୍ କ୍ଲିଅର୍ (Line clear) ନାଇନି କିଲାଟ୍

ଏଞ୍ଜିନ୍ (Engine) ଅଞ୍ଜନ, ଅଞ୍ଜନି, ଇଞ୍ଜିନି

ସ୍ପେଶ୍ୟାଲ୍ ଟ୍ରେନ୍ (Special train) ଇସପିସଲ୍ ଗାଡ଼ି

ବ୍ରେକ୍ଭାନ୍ (Brake van) ବିରିକଭାନ, ବିରିକି

ବ୍ରେକ୍ସ ମାନ୍ (Brakesman) ବିରିକିମେନ

ରେଲବେ ରିସିଟ୍ (Railway receipt)—ବିଳ୍ଲି Bill of ladingର ଅଶୁଦ୍ଧ ପ୍ରୟୋଗ

ସେକେଣ୍ଡ କ୍ଲାସ (Second class) ସିକିନ୍ [ନି] କିଲାସ ଇଣ୍ଟର୍ ମିଡ଼ିଏଟ୍, କ୍ଲାସ୍ (Intermediate class) ଇଣ୍ଟର୍ କିଲାସ

ଏଥିରୁ ଅଳ୍ପ କେତୋଟି ଇଂରେଜି ଶବ୍ଦର ଦେଶୀୟରୂପ ପ୍ରଚଳିତ ଅଛି, ଯଥା ===

ବାଗନ୍ Waggon ଡବା

ଇଣ୍ଟର୍ କ୍ଲାସ Inter class ଦେଢ଼ା ଗାଡ଼ି

ଗୁଡ଼୍ ସ୍ସେଡ଼୍ Goods shed ମାଲଗୋଦାମ

ଗୁଡ଼ସ୍ କ୍ଲର୍କ Goods clerk ମାଲ ବାବୁ

ବୁକିଙ୍ଗ୍ କ୍ଲର୍କ Booking clerkଟିକଟ ବାବୁ

ବୁକିଙ୍ଗ୍ ଟ୍ରେନ୍ Goods train ମାଲ ଗାଡ଼ି

ମେଲ୍ ଟ୍ରେନ୍ Mail train ଡାକଗାଡ଼ି

ପାସେଞ୍ଜର୍ ଟ୍ରେନ୍ Passenger train ଯାତ୍ରୀଗାଡ଼ି

ଫିମେଲ୍ କମ୍ପାର୍ଟ ମେଣ୍ଟ Female compartment ଜନାନା ଗାଡ଼ି

ରେଳ କମ୍ପାନୀ କେବଳ ୨ ୪ଟି ଶବ୍ଦ ଭାରତୀୟ ଭାଷାରୁ ଗ୍ରହଣ କରିଅଛନ୍ତିଯଥା—ଜମାଦାର, ମକଦ୍ଦମ, ଗେଟୀ, ପାଣିପାଣ୍ଡେ]



ରେଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲୋକସମୂହ — Collection of man; crowd.