Jump to content

ରୋକଡ଼ କ୍ଳୋଜ୍ କରିବା

ଉଇକିଅଭିଧାନ‌ରୁ

ରୋକଡ଼ କ୍ଳୋଜ୍ କରିବା

ଉଚ୍ଚାରଣ

[ସମ୍ପାଦନା]

(ରୋକଡ଼ ବନ୍ଦକରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ରୋକଡ଼+ଇଂ କ୍ଳୋଜ୍)

[ସମ୍ପାଦନା]

ରୋକଡ଼ ବହିରେ ଦୈନିକ ସମସ୍ତ ଆୟବ୍ୟୟର ହିସାବ ଲେଖି ସାରି ତାହାକୁ ମୋଟ କରି ସମସ୍ତ ବ୍ୟୟ ବାଦ୍ ଦେଇ ତହବିଲବାକି ଲେଖିବାଦ୍ୱାରା ରୋକଡ଼ର ଏକ ଦିନର ଯାବତୀୟ କାର୍ଯ୍ୟ ଶେଷ କରିବା —To close the ledger for a day i.e. to finish the day's work regarding the entries in a cash book.

[ଦ୍ରଷ୍ଟବ୍ୟ —ଏକ ଦିନର ରୋକଡ଼ର ଜମା ଖରଚ ଓ ରୋକଡ଼ କାଟିବା କାମ ଶେଷ ନ ହେଲେ ତତ୍ପର ଦିନକୁ ତହବିଲ ବାକି ଉଠାଇ ନିଆଯାଇ ପାରେ ନାହିଁ ଏବଂ ଏକ ଦିନର ରୋକଡ଼ କ୍ଳୋଜ୍ (close) ହୋଇ ସାରିବା ପରେ, ସେ ଦିନ ରୋକଡ଼ରେ ଅନ୍ୟ କୌଣସି ଆୟ ବ୍ୟୟ ଚଢ଼ା ଯାଇ ପାରେ ନାହିଁ ଏଥିପାଇଁ ରୋକଡ଼ କ୍ଳୋଜ୍ ହେବା ପରେ ଅଫିସ୍ର ହିସାବ ଓ ଆୟବ୍ୟୟ କାମ ସେଦିନପାଇଁ ଶେଷ ହେଲା ବୋଲି ବୁଝିବାକୁ ହେବ ]