ରୋଗୀ
ଦେଖଣା
ରୋଗୀ
ଉଚ୍ଚାରଣ
[ସମ୍ପାଦନା](ରୋଗୀଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରୋଗ+ଅଛି ଅର୍ଥରେ ଇନ୍; ୧ମା. ୧ବ)
[ସମ୍ପାଦନା]ରୁଗ୍ଣ; ବ୍ୟାଧିଗ୍ରସ୍ତ —sick.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ରୋଗଗ୍ରସ୍ତ ବ୍ୟକ୍ତି —୧. A sick perosn
- ୨. ଚିକିତ୍ସା— ଧୀନ ବ୍ୟକ୍ତି; ମଳୁ —୨. A patient.
[ଦ୍ରଷ୍ଟବ୍ୟ — ହିନ୍ଦୁ ଗ୍ରନ୍ଥ ଅନୁସାରେ ଚିକିତ୍ସାଧୀନ ବ୍ୟକ୍ତି ବା ରୋଗୀ ଦୁଇ ପ୍ରକାର ଯଥା—
- ୧. ଚିକିତ୍ସ୍ୟ—ଯେଉଁ ରୋଗୀର ଚକ୍ଷୁଃ ପ୍ରଭୃତି ଇନ୍ଦ୍ରିୟମାନ ବିକୃତ ନ ହୋଇ ସ୍ୱାଭାବିକ ଅବସ୍ଥାରେ ଥାଏ ଓ ସୁଖଦୁଃଜନକ କ୍ରିୟାଶୂନ୍ୟ ହୋଇ ନଥାଏ; ଯେ ଚିକିତ୍ସଙ୍କର ବାଧ୍ୟ ଓ ଇନ୍ଦ୍ରିୟସଂଯମରେ ସମର୍ଥ
- ୨. ଅଚିକିତ୍ସ୍ୟ—ଯାହାର ଚକ୍ଷୁଃ ପ୍ରଭୁତି ଇନ୍ଦ୍ରିୟ କ୍ରିୟା ଶକ୍ତିଶୂନ୍ୟ ହୋଇଥାଏ; ଯେଉଁ ରୋଗୀ ଅତ୍ୟଧିକ କୋପନସ୍ୱଭାବ, ଅବିଚାରୀ, ଭୀରୁ, ଚିକିତ୍ସାକଙ୍କର ଆଦେଶ ଲଙ୍ଘନକାରୀ, ବ୍ୟାକୁଳଚିତ୍ତ, ଶୋକଗ୍ରସ୍ତ, ମୁମୂର୍ଷୁ, ଚିକିତ୍ସାକଙ୍କପ୍ରତି ଶଠତାଯୁକ୍ତ, ଶ୍ରଦ୍ଧାହୀନ , ଅବିଶ୍ୱାସୀ, ଚିକିତ୍ସାକଙ୍କର ଅବାଧ୍ୟ ଓ ଇନ୍ଦ୍ରିୟସଂଯମରେ ଅସମର୍ଥ]