ରୋଳ
ଦେଖଣା
ରୋଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅବ୍ୟକ୍ତ ଶବ୍ଦ —୧. An indistince sound.
- ୨. ଶବ୍ଦ; ଧ୍ୱନି —୨. Sound.
(ଉ—...... ବୀରବାଦ୍ୟରୋଳେ ଚକ୍ରବାଳେ ପ୍ରତିଧ୍ୱନି ଜାଣିଲେ ଚମକି—ରାଧାନାଥ ମହାଯାତ୍ରା)
- ୩. ଆର୍ଦକ; ଅଦା —୩. Ginger.
- ୪. ମନୁଷ୍ୟମାନଙ୍କ ଗହଳିରୁ ଜନତାରୁ ଉଠୁଥିବା ବହୁ ଲୋକଙ୍କ ସ୍ୱର ମିଶ୍ରଣରେ ଉତ୍ପନ୍ନ ଶବ୍ଦ —୪. Continuous and indistinct sound arising from a crowd.
- ୫. ଭଇଞ୍ଚି ଗୁଳ୍ମ —୫. Flacourtia Cataphracta (M.W.)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ରବଣ, ରଣ)
[ସମ୍ପାଦନା]- ୧. ଯୁଦ୍ଧ —୧. War.
(ଉ—ଏ ଅନନ୍ତରେ କୁରୁ ମହାରଥିକୁଳ, ଅର୍ଜୁନ ସଙ୍ଗତରେ ଆରମ୍ଭିଲେ ରୋଳ—କୃଷ୍ଣସିଂହ ମହାଭାରତ ବିରାଟ]
- ୨. ଉଦୁଖଳ —୨. Mortar and pestle .
(ଉ— ବେଗେ ତୁ କୁଟ ରୋଳ ଭରି, ତା ଶୁଣି ବ୍ରାହ୍ମଣ କୁମାରୀ— ଜଗନ୍ମାଥ ଭାଗବତ]
- ୩. ଜନତା — ୩. Crowd;a concourse of people
- ୪. ଅନେକ ଲୋକଙ୍କର ଏକ ଉଚ୍ଚସ୍ୱରରେ କ୍ରନ୍ଦନ— ଜନିତ ସ୍ୱର —୪. Soound of many people wailing.
- ୫. ଚହଳ; ଗୋଳ; ଗୋଳମାଳ; ଗଣ୍ଡଗୋଳ —୫. Noise; hubbub; outcry.
(ଉ— ଗଜାରୋହୀ ରଥାରୋହିଙ୍କ ମହା ରୋଳ, ସେହିକାଳେ ହେଲା ହେ ହସ୍ତିନା ଭୁପାଳ—କୃଷ୍ଣସିଂହ ମହାଭାରତ. କର୍ଣ୍ଣ]
- ୬. ଗର୍ଜନ —୬. Roar,
- ୭. କଳି —୭. Quarrel.
- ୮. ନିଶୁଣି — ୮. Ladder.
[ଉ—ରୋଳ ଆଣିଲା ଧାତିକାରେ, ଉଠିଲା ତଥିର ଉପରେ —ଜଗନ୍ନାଥ , ଭାଗବତ]
- ୯. ଖୁଣ୍ଟ —୯. Pillar; post.
[ଉ—କଲେ ସେ, ଦିନେ କିରୂପେ ଗୋଳ, କ୍ରୋଧେ ଯଶୋଦା ଖଟାଇଲେ ରୋଳ— ଦୀନକୃଷ୍ଣ ରସକଲ୍ଲୋଳ]
ଅନୁବାଦ
[ସମ୍ପାଦନା]ରୋଳ
|
[ରୋଲାର୍, ରୋଳା—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଇଂ ରୋଲର୍)
[ସମ୍ପାଦନା]- ୧. ଯେଉଁ ଗୋଲାକାର ଲୁହାକୁ ସଡ଼କ ଉପରେ ଗଡ଼ାଇ ସଡ଼କରେ ପଡ଼ିଥିବା ନୂଆ ଗୋଡ଼ିକୁ ସମତୁଲ କରାଯାଏ —୧. A road roller.
- ୨. ଲୁହାର କଳ— ଚକି —୨. A roller mill.
- ୩. ରୁଳ୍ ଇତ୍ୟାଦି (ଦେଖ) - —୨. Ruḻ etc. (See).