ରୋଷେୟା ବ୍ରାହ୍ମଣ
ଦେଖଣା
ରୋଷେୟା ବ୍ରାହ୍ମଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ରୋଷେୟା ବ୍ରାହ୍ମଣ
|
(ରୋଷେୟା ବ୍ରାହ୍ମଣ—ଗ୍ରାମ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ରାନ୍ଧୁଣିଆ ବ୍ରାହ୍ମଣ, ପାଚକ ବ୍ରାହ୍ମଣ —୧. Brahman cook.
- ୨. ପୂଜାରୀ ବ୍ରାହ୍ମଣ; ପଣ୍ଡା ବା ଦେଉଳିଆ ବ୍ରାହ୍ମଣ; ଶାସନୀ ବ୍ରାହ୍ମଣୀଙ୍କ ଅପେକ୍ଷା ନୀଚ ଶ୍ରେଣୀୟ ବ୍ରାହ୍ମଣ ୨. A Brahman of the lower order; the class of Brahmans who are profetional cooks.
[ଦ୍ରଷ୍ଟବ୍ୟ — ସାଧାରଣତଃ ଠାକୁରସେବକ ବ୍ରାହ୍ମଣମାନେ ଶାସନୀ ବ୍ରାହ୍ମଣଙ୍କ ଅପେକ୍ଷା ନିମ୍ନତର ଶ୍ରେଣୀର 'ପଣ୍ଡା', 'ଦେଉଳିଆ' ବା 'ମଢ଼ିଆ' ଅଟନ୍ତି ଏହି ପଣ୍ଡା ବା ଦେଉଳିଆ ବ୍ରାହ୍ମଣମାନେ ଓଡ଼ିଶାର ଆଦିମ ଅଧିବାସୀ ବ୍ରାହ୍ମଣଙ୍କ ବଂଶଧର କେଶରୀବଂଶୀୟ ରାଜାମାନେ କାନ୍ୟକୁବ୍ଜରୁ ଯେଉଁ ଶ୍ରେଣୀୟ ବା କର୍ମିଷ୍ଠ ବ୍ରାହ୍ମଣମାନଙ୍କୁ ଅଣାଇ ଯାଜପୁର ଓ ପୁରୀ ଅଞ୍ଚଳରେ ଭୁମିଆଦି ନିଷ୍କର ବୃତ୍ତିଦାନ କରି ବ୍ରାହ୍ମଣଶାସନମାନଙ୍କରେ ରଖାଇ— ଥିଲେ, ଓଡ଼ିଶାର ଶାସନୀ ବ୍ରାହ୍ମଣମାନେ ସେହିମାନଙ୍କ ବଂଶଧର ପଣ୍ଡା ବ୍ରାହ୍ମଣମାନେ ଦେବନନ୍ଦିରରେ (ଯଥା— ପୁରୀ, ଭୁବନେଶ୍ୱର) ଭୋଗ ପାଇଁ ଅନ୍ନାଦି ରାନ୍ଧନ୍ତି ଓ ସେହି ଶ୍ରେଣୀର ଲୋକେ ପ୍ରଥମେ ଶୂଦ୍ରମାନଙ୍କ ପରିବାର— ସଂଲଗ୍ନ ଠାକୁର ଘରେ ପାଚକରୂପେ ରହିଲେ, କ୍ରମଶଃ ଶୁଦ୍ର ଗୃହସ୍ଥମାନଙ୍କ ପରିବାରର ପାକକ୍ରିୟା କଲେ, ପରେ ଶୂଦ୍ର ଓ ବିଦେଶାଗତ ବାବୁ ଭାୟାଙ୍କ ଘରେ ରୋଷେୟା ଚାକିରି କଲେ]