Jump to content

ରୋହିଣୀ

ଉଇକିଅଭିଧାନ‌ରୁ

ରୋହିଣୀ

ଉଚ୍ଚାରଣ

[ସମ୍ପାଦନା]
(ରୋହୀ—ପୁଂ)
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ରୁହ୍ ଧାତୁ +କର୍ତ୍ତୃ. ଇନ୍+ସ୍ତ୍ରୀ ଈ)

[ସମ୍ପାଦନା]

ରୋହିର ସ୍ତ୍ରୀଲିଙ୍ଗ —Feminine of 'Rohi'

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଚତୁର୍ଥ ନକ୍ଷତ୍ର —୧. The ୪th asterism.

[ଦ୍ରଷ୍ଟବ୍ୟ — ଏ ଚନ୍ଦ୍ରଙ୍କ ପତ୍ନୀ, ଦକ୍ଷ ରାଜାଙ୍କ କନ୍ୟା ଓ ତାରାଙ୍କ ମଧ୍ୟରେ ପ୍ରଧାନ ଅଟନ୍ତି ଏହି ନକ୍ଷତ୍ର ୫ଟି ତାରାବିଶିଷ୍ଟ ଶକଟାକୃତି ଏଥିପାଇଁ ଏହାର ଅନ୍ୟ ନାମ ଶକଟାହ ନକ୍ଷତ୍ର ତଳେ ନୋଟ୍ ଦେଖ]

୨: ବିଦଧରୀବିଶେଷ — ୨. A class of female songsters (demi gods) or heavenly nymphs.

୩: ହରିତାଳ — ୩. Yellow orpiment; sulphate of arsenic
୪. ନବବର୍ଷବୟସ୍କା କନ୍ୟା (୯ ବର୍ଷ ପଶିବାଠାରୁ ୧ ବର୍ଷ ପଶିବା ପର୍ଯ୍ୟନ୍ତ) —୪. A girl in her ୧୦th year.
୫. ଅନାଗତାର୍ତ୍ତବା କନ୍ୟା —୫. Unmatured girl.
୬. ଗାଈ —୬. Cow.
୭. ଶ୍ରୀକୃଷ୍ଣଙ୍କ ପିତା ବସୁଦେବଙ୍କ ଏକ ପତ୍ନୀ; ଦେବତୀଙ୍କ ସପତ୍ନୀ; ବଳରାମଙ୍କ ମାତା —୭. Name of a wife of Basudeba and mother of Baḻarāma.

[ଦ୍ରଷ୍ଟବ୍ୟ — ବସୁଦେବ କଂସ ରାଜାର ଭୟରେ ସପୁତ୍ରା ରୋହିଣୀଙ୍କ ମଥୁରାରୁ ନେଇ ବ୍ରଜପୁରରେ ସ୍ୱୀୟ ସଖା ନନ୍ଦଘୋଷଙ୍କ ଘରେ ରଖି ଆସିଥେଲେ କଂସର ମୃତ୍ୟୁ ପର୍ଯ୍ୟନ୍ତ ଏ ନନ୍ଦ ଘରେ ଥିଲେ ତତ୍ପରେ ବସୁଦେବଙ୍କ ସହିତ ମଥୁରାକୁ ଫେରି ଆସି ବାସ କଲେ ଯଦୁବଂଶ ଧ୍ୱଂସ ପରେ ବସୁNଦେବଙ୍କ ମୃତ୍ୟୁ ହେବାରୁ ରୋହିଣୀ ସ୍ୱାମୀଙ୍କ ଅନୁଗମନ କଲେ]

୮: (ବୈଦ୍ୟକ) ହରିତକୀ — ୮. Myrobalan.

୯: କଟୁକୀ; କଟୁରୋହିଣୀ — ୯. Black; Hellebore plant.

୧: (ବୈଦ୍ୟକ) ମଞ୍ଜିଷ୍ଠା —୧୦. Indian madder plant.

୧୧: ବିଦ୍ୟୁତ୍ —୧୧. Lightning.

୧୨: ଗଳରୋଗ— ବିଶେଷ; ଗଳାଫୁଲା ରୋଗ —୧୨. A sort of throat disease; inflammation of the throat 

throat
୧୩. ପତ୍ରାଙ୍ଗ (ଦେଖ) - —୧୩. Patrāṅga (See)
୧୪. ନାଲି ଗାଈ —୧୪. Red cow (Apte).
୧୫. ଅଳ୍ପଦିନ ହେଲା ଋତୁମତୀ ବାଳିକା ୧୫. A girl in whom menstruations has just commenced (M.W.).
୧୬. ହିରଣ୍ୟ— କଶିପୁର ଏକ କନ୍ୟାର ନାମ —୧୬ . Name of a daughter of HiraṇyakaṠipu (M.W.)
୧୭. ହରିବଂଶୋକ୍ତା ଶ୍ରୀକୃଷ୍ଣଙ୍କର ଏକ ସ୍ତ୍ରୀ — ୧୭. Name of a wife of ṡrīkṛushṇa (M.W.)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ତ୍ରୀଲୋକଙ୍କ ନାମ —A name given to females.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ରୋହିତର ସ୍ତ୍ରୀଲିଙ୍ଗ — Feminine of Rohira. (Apte)