ରୌରବ

ଉଇକିଅଭିଧାନ‌ରୁ

ରୌରବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଣ—(ରୁର+ଅ)[ସମ୍ପାଦନା]

୧. ରୁର ମୃଗ ସଂବନ୍ଧୀୟ — ୧. Relating to Ruru deer.
୨. ରୁରୁ ମୃଗ ଚର୍ମ ନିର୍ମିତ —୨. Made of the hide of Ruru deer.
୩. ଭୟଙ୍କର —୩. Terrible; frightful.
୪. ଧୂର୍ତ୍ତି —୪. Wicked.
୫. ଚପଳ; ଚଞ୍ଚଳ — ୫. Rstless; unsteady.

ସଂସ୍କୃତ - ବି—(ରୁଦ୍ ଧାତୁ= ରୋଦନକରିବା+ଅଧିକରଣ ଅବ; ଯେଉଁଠାରେ ପଡ଼ିଥିବା ପାପୀମାନେ ସର୍ବଦା କାନ୍ଦୁଥାଆନ୍ତି; କିମ୍ୱାରୁ ଧାତୁ=ବଧ କରିବା+ଯଙ୍ ଲୁଗନ୍ତ, ରୋରୁୟ ଧାତୁ +ଅଧିକରଣ କ୍ୱିପ୍)[ସମ୍ପାଦନା]

ନରକାଂଶବିଶେଷ —Name of a terribe part of the hell of the Hindus.

[ଦ୍ରଷ୍ଟବ୍ୟ — ଏହି ନରକରେ ଗୋଘ୍ନ, ଭ୍ରୁଣହା, ବ୍ରହ୍ମହା, ସ୍ୱୀଘାତୀ ଓ ତୀର୍ଥରେ ଦାନଗ୍ରହଣକାରୀ ପାପୀମାନେ ପଡ଼ି ଦଣ୍ଡ ପାଆନ୍ତି]