ଲଗୁଡ଼
ଦେଖଣା
ଲଗୁଡ଼
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଲଗ୍ ଧାତୁ=ଲାଗିବା+କର୍ତ୍ତୃ. ଉ; ଳ= ଡ଼)
[ସମ୍ପାଦନା]- ୧. ପ୍ରାଚୀନ ଭାରତର ଯୁଦ୍ଧାସ୍ତ୍ର ବିଶେଷ — ୧. Iron staff or lethal cudgel used as a weapon of offence in ancient Indian.
[ଦ୍ରଷ୍ଟବ୍ୟ —ଏହାର ସର୍ବାଙ୍ଗ ଲୌହମୟ, ପାଦଦେଶ ସରୁ, ମସ୍ତକ ବା ଅଗ୍ରଭାଗ ଲୌହ ବଳୟଦ୍ୱାରା ଆବଦ୍ଧ ହେଉ ଥିଲା; ସ୍କନ୍ଧ ସ୍ଥୂଳ; ଲମ୍ୱରେ ଦୁଇ ହାତ; ଏହା ଅତ୍ୟନ୍ତ ଦୃଢ଼ ପଦାତି ସୈନ୍ୟମାନେ ଏହା ଧରି ଯୁଦ୍ଧ କରୁଥିଲେ ଆଜି କାଲିର କନିଷ୍ଟବଲମାନଙ୍କ ବ୍ୟବହୃତ ରେଗୁଲେସନ୍ ଲାଠି ସଙ୍ଗେ ଏହା ତୁଳନୀୟ]
- ୨. ସ୍ଥୂଳ ନାତିଦୀର୍ଘ ଯଷ୍ଟି; ଠେଙ୍ଗିଣୀ; ବାଉଁଶ ଠେଙ୍ଗା —୨. A cudgel; club; stick.
[ଦ୍ରଷ୍ଟବ୍ୟ —ଏହାର ଅପଭ୍ରଂଶ ଲଉଡ଼ି]
- ୩. (ବୈଦ୍ୟକ) ରକ୍ତ କରବୀର; ନାଲି କରବୀ —୩. The red species of the sweet-scented oleander.